ମଦ ଦୁର୍ନୀତି ମାମଲାରେ ସିଏମ କେଜରିଓ୍ବାଲଙ୍କ ଶୁଣାଣି ଆଜି
·1 year ago

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜେରିୱାଲଙ୍କୁ ଜେଲ୍ ନା ବେଲ। ମଦ ଦୁର୍ନିତୀ ମାମଲାରେ ସିଏମ କେଜ୍ରିୱାଲଙ୍କ ଜାମିନ ହେବ କି ନାହିଁ ଏହା ଆଜି ଘୋଷଣା କରାଯିବ। କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଦିନ ଧାର୍ଯ୍ୟ କରିଛନ୍ତି।
ସିବିଆଇ ମାମଲାରେ ଦାଖଲ ହୋଇଥିବା ଜାମିନ ଆବେଦନ ଏବଂ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରିବେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାନଙ୍କ ବେଞ୍ଚ ଏହି ନିଷ୍ପତ୍ତି ଦେବ। କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗତ ସପ୍ତାହରେ ସଂରକ୍ଷିତ ରଖିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: