Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ

Smruti Parija
Browse all articles by Smruti Parija
·1 year ago·1 min read
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ

Key Points

ନୀତି ଆୟୋଗ ବୈଠକ

ନୀତି ଆୟୋଗ ପରିଚାଳନା ପରିଷଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ । ଆମର ଏକମାତ୍ର ଲକ୍ଷ୍ୟ 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବା । ସବୁ ରାଜ୍ୟ, ସହର, ନଗରପାଳିକା ଓ ଗାଁକୁ ବିକଶିତ କରିବା । ଏହି ଲକ୍ଷ୍ୟ ହାସଲ ପାଇଁ 2047କୁ ଅପେକ୍ଷା ନ କରି ଏବେଠୁ କାମ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ମାନେ ବି ଯୋଗ ଦେଇଛନ୍ତି ।


ସେହିପରି ନୀତି ଆୟୋଗ ବୈଠକରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ଭିଜନ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । 3.2 ଲକ୍ଷ ଲୋକଙ୍କଠାରୁ ମତାମତ ନିଆଯାଇ ସଂଗ୍ରହ କରାଯାଇଛି ଭିଜନ ଡକ୍ୟୁମେଣ୍ଟ । ସମୃଦ୍ଧ ଓ ଉନ୍ନତ ଓଡ଼ିଶା ଗଠନ କରିବା ବିଜେପି ସରକାରଙ୍କ ଲକ୍ଷ୍ୟ । 2036 ସୁଦ୍ଧା ଓଡ଼ିଶାର ଅର୍ଥନୀତି 500 ବିଲିୟନ ଡଲାର ଛୁଇଁବା ଲକ୍ଷ୍ୟ । 2047 ସୁଦ୍ଧା ଓଡ଼ିଶାର ଅର୍ଥନୀତି 1.5 ଟ୍ରିଲିୟନ ଡଲାର ଛୁଇଁବା ଲକ୍ଷ୍ୟ । ରାଜ୍ୟର ସମସ୍ତ ଚାଷ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । 2029-30 ସୁଦ୍ଧା ରାଜ୍ୟର 15 ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା ଲକ୍ଷ୍ୟ । ଓଡ଼ିଶାରେ ବିଶ୍ବସ୍ତରୀୟ ସଡ଼କ, ରେଳ ଓ ଆକାଶ ପଥ ବିକାଶ କରିବା ଲକ୍ଷ୍ୟ । ଏ ଦିଗରେ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cm-presents-vision-of-developed-odisha-for-developed-india | Argus News