|
logo
Live

Argus News - ଝିଅ ବିବାହ ପାଇଁ ନୂଆ ଯୋଜନା; ସରକାର ଦେବେ ଲକ୍ଷେ ଟଙ୍କା ସହାୟତା

National

Marriage Scheme / ଝିଅ ବିବାହ ପାଇଁ ନୂଆ ଯୋଜନା; ସରକାର ଦେବେ ଲକ୍ଷେ ଟଙ୍କା ସହାୟତା

Sushanta Sahoo
Browse all articles by Sushanta Sahoo
·1 day ago·2 min read
ଝିଅ ବିବାହ ପାଇଁ ନୂଆ ଯୋଜନା; ସରକାର ଦେବେ ଲକ୍ଷେ ଟଙ୍କା ସହାୟତା
Big Relief for Families

Key Points

ଗରିବ ଓ ଅଭାବୀ ପରିବାର ଲାଗି ସରକାର ଆରମ୍ଭ କରିଛନ୍ତି 'ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା' । ଯେଉଁଥିରେ ସରକାର ଝିଅ ବିବାହ ଲାଗି ଆର୍ଥିକ ସହାୟତା ଦେବେ ।
ଲକ୍ଷ୍ନୌ: ଝିଅ ବାହାଘର, ଯାହା ପ୍ରତିଟି ବାପାମାଆଙ୍କ ସ୍ଵପ୍ନ । ହେଲେ ଆଜିର ଯୁଗରେ ଝିଅ ବାହାଘର ବାପାମାଆଙ୍କ ମୁଣ୍ଡ ଉପରେ ଏକ ବୋଝ ଭଳି ଲଦି ହୋଇ ଯାଉଛି । ଚାକଚକ୍ୟ ସମାଜରେ ଝିଅ ବିବାହ ପାଇଁ ତଳିତଳାନ୍ତ ହୋଇ ଯାଇଛି ଅଭାବୀ ପରିବାର ।

ଏଭଳି ଗରିବ ଓ ଅଭାବୀ ପରିବାର ଲାଗି ସରକାର ଆରମ୍ଭ କରିଛନ୍ତି 'ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା' । ଯେଉଁଥିରେ ସରକାର ଝିଅ ବିବାହ ଲାଗି ଆର୍ଥିକ ସହାୟତା ଦେବେ । ନବ ବିବାହିତ ଦମ୍ପତିଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା ।

ଯେଉଁଥିରେ ସରକାର ୬୦ ହଜାର ଟଙ୍କା ନଗଦ ରାଶି ଦେବା ସହ ୨୫ ହଜାର ଟଙ୍କାର ଉପହାର ଓ ଅନ୍ୟ ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ଦେବେ । ଏହି ଯୋଜନାରେ ଗରିବ ପରିବାରର ଝିଅଙ୍କ ସହ ବିଧବା ଓ ଦିବ୍ୟାଙ୍ଗ ଅଭିଭାବକ ଝିଅଙ୍କୁ ପ୍ରାଥମିକତା ଦିଆଯିବ । ଫଳରେ ସେମାନଙ୍କ ପରିବାର ଉପରେ ଆର୍ଥିକ ବୋଝ କମ୍ ରହିବ ।

କେମିତି କରିବେ ଆବେଦନ ?

ଉତ୍ତରପ୍ରଦେଶ ସରକାର ଏହି ଯୋଜନାର ଆରମ୍ଭ କରିଛନ୍ତି । ଏଥିପାଇଁ ଆପଣଙ୍କୁ ପ୍ରଥମେ ସରକାରୀ ୱେବସାଇଟ୍ shadianudan.upsdc.gov.in ଭିଜିଟ୍ କରି ଆବେଦନ ଫର୍ମ ଭରିବାକୁ ପଡ଼ିବ । ସମସ୍ତ ତଥ୍ୟ ଦେଲା ପରେ ଆବଶ୍ୟକ ପ୍ରମାଣପତ୍ର ଲଗାଇ ସମ୍ବନ୍ଧିକ କାର୍ଯ୍ୟାଳୟରେ ଜମା କରିବେ । ଏହି ଫର୍ମକୁ ପଞ୍ଚାୟତ, ନଗର ନିଗମ, ପୌର ପରିଷଦ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗରେ ଦିଆଯାଇ ପାରିବ ।

କିଏ କରିପାରିବେ ଆବେଦନ ?

ଏହି ଯୋଜନାର ହିତାଧିକାରୀ ହେବା ପାଇଁ କିଛି ସର୍ତ୍ତ ରହିଛି । ପ୍ରଥମତଃ ଆବେଦନକାରୀ ଉତ୍ତରପ୍ରଦେଶର ସ୍ଥାୟୀ ବାସିନ୍ଦା ହୋଇଥିବେ । ପରିବାରର ବାର୍ଷିକ ଆୟ ୨ ଲକ୍ଷରୁ କମ୍ ହୋଇଥିବ । କନ୍ୟାକୁ ୧୮ ଓ ବରକୁ ୨୧ ବର୍ଷରୁ ଅଧିକ ବୟସ ହୋଇଥିବ । ସମସ୍ତ ସମୁଦାୟର ଲୋକ ଆବେଦନ କରିପାରିବେ ।

ଆବେଦନ ପାଇଁ ବର-କନ୍ୟାଙ୍କ ଫଟୋ, ଆଧାର କିମ୍ବା ଭୋଟର କାର୍ଡ, ଜନ୍ମ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର ଦେବାକୁ ପଡ଼ିବ । ନବବିବାହିତ ଦମ୍ପତିଙ୍କ ପାସବୁକ୍ ସହ ଆୟ ପ୍ରମାଣପତ୍ର ଜରୁରୀ ଅଟେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Marriage Scheme: ଝିଅ ବିବାହ ପାଇଁ ନୂଆ ଯୋଜନା; ସରକାର ଦେବେ ଲକ୍ଷେ ଟଙ୍କା ସହାୟତା | Argus News