Videos
|
National

CM Vijay / ଲକ୍ଷ ଲକ୍ଷ ଟଙ୍କାର ଗୋଲ୍ଡ ବଟନ୍ ଥିବା ସୁଟ୍ ପିନ୍ଧି ରିସେପ୍ସନ୍‌ରେ ପହଞ୍ଚିଲେ CM ବିଜୟ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଲକ୍ଷ ଲକ୍ଷ ଟଙ୍କାର ଗୋଲ୍ଡ ବଟନ୍ ଥିବା ସୁଟ୍ ପିନ୍ଧି ରିସେପ୍ସନ୍‌ରେ ପହଞ୍ଚିଲେ CM ବିଜୟ
CM Vijay

Key Points

ଲକ୍ଷ ଲକ୍ଷ ଟଙ୍କାର ଗୋଲ୍ଡ ବଟନ୍ ଥିବା ସୁଟ୍ ପିନ୍ଧି ରିସେପ୍ସନ୍‌ରେ ପହଞ୍ଚିଲେ CM ବିଜୟ
୩.୬୭ ଲକ୍ଷ ଟଙ୍କାର ସୁଟ୍ ପିନ୍ଧି ରିସେପ୍ସନ୍‌ରେ ପହଞ୍ଚିଲେ CM ବିଜୟ !
ଲକ୍ଷ ଲକ୍ଷ ଟଙ୍କାର ଗୋଲ୍ଡ ବଟନ୍ ଦେଖି ଉଡ଼ିଲା ସମସ୍ତଙ୍କ ହୋସ୍

ବିବାହ ଉତ୍ସବ ହେଉ କି ଗ୍ରାଣ୍ଡ ରିସେପ୍ସନ୍, ସେଲିବ୍ରିଟିଙ୍କ ଷ୍ଟାଇଲ୍ ଓ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ହେଲେ ଏଥର ଏକ ରିସେପ୍ସନ୍‌ରେ ନିଜ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ । ନେଭି ବ୍ଲୁ ରଙ୍ଗର ଏକ ରୟାଲ୍ ସୁଟ୍ ପିନ୍ଧି ସେ ରିସେପ୍ସନ୍‌ରେ ପହଞ୍ଚିଥିବା ବେଳେ ତାଙ୍କ ପୋଷାକର ଦାମ୍ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ! କାରଣ ତାଙ୍କର ଏହି ଷ୍ଟାଇଲିସ୍ ଆଉଟଫିଟ୍‌ର ମୂଲ୍ୟ ପ୍ରାୟ ୩.୬୭ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ ଦାବି କରାଯାଇଛି ।

ଅନିରୁଦ୍ଧ ଓ କାବ୍ୟାଙ୍କ ରିସେପ୍ସନ୍‌ରେ ବିଜୟଙ୍କ ରୟାଲ୍ ଲୁକ୍
ସୂଚନା ଅନୁସାରେ, ସନ୍‌ରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରାନ୍ ଓ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କ ବିବାହ ପରବର୍ତ୍ତୀ ଗ୍ରାଣ୍ଡ ରିସେପ୍ସନ୍ ଚେନ୍ନାଇରେ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ବଲିଉଡ୍, ରାଜନୀତି, ବ୍ୟବସାୟ ଓ କ୍ରିକେଟ୍ ଜଗତର ଅନେକ ନାମୀଦାମୀ ବ୍ୟକ୍ତି ଯୋଗ ଦେଇଥିଲେ ।

ଏହି ଅବସରରେ CM ବିଜୟ ନେଭି ବ୍ଲୁ ରଙ୍ଗର ଜ୍ୟାକେଟ୍ ସହ ବ୍ଲାକ୍ ଟ୍ରାଉଜର ପିନ୍ଧିଥିଲେ । ତାଙ୍କର ଏହି ଲୁକ୍‌ରେ ସବୁଠାରୁ ଆକର୍ଷଣୀୟ ଥିଲା ଜ୍ୟାକେଟ୍‌ରେ ଲାଗିଥିବା ସୁନା ରଙ୍ଗର ବଟନ୍ । ଏହା ସହ ସେ ଜ୍ୟାକେଟ୍ ପକେଟ୍‌ରେ ଏକ ସୁନ୍ଦର ସିଲ୍କ ପକେଟ୍ ସ୍କୋୟାର୍ ମଧ୍ୟ ରଖିଥିଲେ । କଲାର୍ ନିକଟରେ ଥିବା ଛୋଟ ମାରୁନ୍ ଫ୍ଲାପ୍ ତାଙ୍କ ଲୁକ୍‌କୁ ଆହୁରି ଭିନ୍ନ କରିଥିଲା ।

ଗୋଟିଏ ଜ୍ୟାକେଟ୍‌ର ଦାମ୍ ୨.୩୦ ଲକ୍ଷ, ବଟନ୍‌ର ମୂଲ୍ୟ ୧.୪୭ ଲକ୍ଷ
ବିଜୟଙ୍କ ଏହି ରୟାଲ୍ ଲୁକ୍‌ର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ଏହାର ଦାମ୍ । ଫିଲ୍ମିବିଟ୍‌ର ରିପୋର୍ଟ ଅନୁସାରେ, ତାଙ୍କର ପୂରା ଆଉଟଫିଟ୍‌ର ମୂଲ୍ୟ ପ୍ରାୟ ୩.୬୭ ଲକ୍ଷ ଟଙ୍କା ।

ରିପୋର୍ଟରେ ଦିଆଯାଇଥିବା ଦାମ୍ ଅନୁସାରେ:
- ନେଭି ବ୍ଲୁ ଜ୍ୟାକେଟ୍‌ର ମୂଲ୍ୟ ପ୍ରାୟ ୨.୩୦ ଲକ୍ଷ ଟଙ୍କା ।
- ସିଲ୍କ ପକେଟ୍ ସ୍କୋୟାର୍‌ର ମୂଲ୍ୟ ପ୍ରାୟ ୭,୫୦୦ ଟଙ୍କା ।
- ଜ୍ୟାକେଟ୍‌ରେ ଲାଗିଥିବା ଖାସ୍ ଗୋଲ୍ଡ ବଟନ୍‌ର ମୂଲ୍ୟ ପ୍ରାୟ ୧.୪୭ ଲକ୍ଷ ଟଙ୍କା ।

ଅର୍ଥାତ୍ ବିଜୟଙ୍କ ଏହି ସୁଟ୍‌ରେ କେବଳ ବଟନ୍‌ର ଦାମ୍ ହିଁ ଲକ୍ଷେ ଟଙ୍କାରୁ ଅଧିକ ତେବେ ଏହି ମୂଲ୍ୟ ସମ୍ପର୍କରେ ରିପୋର୍ଟରେ ଦାବି କରାଯାଇଥିବା ବେଳେ ପୋଷାକ କିଣାଯିବା ନେଇ କୌଣସି ଅଧିକାରିକ ପୁଷ୍ଟି ମିଳିନାହିଁ । ବିଜୟଙ୍କ ଏହି ନିଆରା ଫ୍ୟାଶନ୍ ଷ୍ଟାଇଲ୍‌ର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: