Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯୋଗୀଙ୍କ ରଣହୁଙ୍କାର : କହିଲେ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଯୋଗୀଙ୍କ ରଣହୁଙ୍କାର : କହିଲେ...

ଅର୍ଗସ ବ୍ୟୁରୋ: ସମାଜବାଦୀ ପାର୍ଟି ଗଡରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରଣହୁଙ୍କାର । କହିଲେ ନବାବ୍ ବ୍ରାଣ୍ଡ ହେଉଛି ସମାଜବାଦୀ ପାର୍ଟିର ଅସଲି ଚେହେରା । କିନ୍ତୁ ବିଜେପି ସରକାର ରୋଜଗାର ମେଳା ଜରିଆରେ ଯୁବପିଢିଙ୍କ ପାଇଁ ରୋଜଗାର ଉପଲବ୍ଧ କରାଉଛନ୍ତି ।  ଆଜି ମେନପୁରୀ ବାସିନ୍ଦା  ସବୁଠି ସମ୍ମାନର ପାତ୍ର ।  ବରନାହଲରେ ଥିବା ଇଣ୍ଟରକଲେଜରେ ଆୟୋଜିତ ଜନସଭାରେ ଯୋଗୀ କହିଛନ୍ତି ଗୁଣ୍ଡାଗିରି ଏବଂ ଅତ୍ୟାଚାର ସମାଜବାଦୀ ପାର୍ଟିର ଡିଏନଏରେ ରହିଛି। ୨୦୧୭ ପୂର୍ବରୁ ମେନପୁରୀରେ ହିଁ ଏମିତି ସ୍ଥିତି ରହିଥିଲା। ସମାଜବାଦୀ ସରକାରରେ ନିଯୁକ୍ତି ବିକ୍ରି ହେଉଥିଲା ।  

କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଛି । ଯୁବକମାନଙ୍କୁ ସରକାରୀ ନିଯୁକ୍ତି ମିଳୁଛି । ଉତ୍ତରପ୍ରଦେଶରେ ଆଜି ବେଟି ଓ ବ୍ଯବସାୟୀ ସୁରକ୍ଷିତ । ଏହି ଅବସରରେ ବଟନ ଦବାଇ ମେନପୁରୀ ଜିଲ୍ଲାବାସୀଙ୍କୁ ୩୬୧ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଯୋଗୀ ଯୁବକମାନଙ୍କୁ ଟାବଲେଟ୍ ବିତରଣ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cm Yogi | Argus News