Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆର୍ଥିକ ଅନୁଷ୍ଠାନ, ଦୋକାନ ଆଦିରେ CCTV ଲଗାଇବାକୁ କଡ଼ା ନିର୍ଦେଶ

National

ଆର୍ଥିକ ଅନୁଷ୍ଠାନ, ଦୋକାନ ଆଦିରେ CCTV ଲଗାଇବାକୁ କଡ଼ା ନିର୍ଦେଶ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆର୍ଥିକ ଅନୁଷ୍ଠାନ, ଦୋକାନ ଆଦିରେ CCTV ଲଗାଇବାକୁ କଡ଼ା ନିର୍ଦେଶ

ହୋଲିରେ ଡିଜେ ବଜାଇଲେ ତ୍ରାହି ନାହିଁ। ଲାଉଡସ୍ପିକରକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ବୟାନ । ହୋଲିରେ ଶବ୍ଦ ପ୍ରଦୂଷଣ କରୁଥିବା ଡିଜେ ଉପରେ କଟକଣା ଲଗାଇବାକୁ ଦେଇଛନ୍ତି ନିର୍ଦ୍ଦେଶ । ସୁରକ୍ଷାକୁ ଗୁରୁତ୍ବ ଦେଇ ଅଧିକାରୀମାନଙ୍କୁ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ଦୋକାନ ଏବଂ ବ୍ୟବସାୟିକ ସଂସ୍ଥା ଗୁଡିକରେ ସିସିଟିଭ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ହୋଲିରେ ସୁରକ୍ଷାକୁ ଗୁରୁତ୍ବ ଦେଇ ଭିଡ଼ ନିୟନ୍ତ୍ରଣ ସହ ପୋଲିସ କର୍ମୀ ସାଧାରଣ ଲୋକଙ୍କ ସହ ଉତ୍ତମ ବ୍ୟବହାର ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଗୋରଖପୁରରେ ହୋଲିକା ଦହନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହୋଲି କା ଦହନ ଉତ୍ସବ ସମିତି ଗୋରଖପୁର ଦ୍ବାରା ଆୟୋଜିତ ଭକ୍ତ ପ୍ରହ୍ଲାଦ ଭବ୍ୟ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଉପରକୁ ପୁଷ୍ପ ବର୍ଷା କରିଥିଲେ ଯୋଗୀ । ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଥିବା ପାଣ୍ଡେହତାରେ ହୋଲିକା ଦହନ କାର୍ଯ୍ୟକ୍ରମର ଏହି ପରମ୍ପରା ଆମ ସଂସ୍କୃତିର ଏକ ଅଂଶବିଶେଷ । ଏହି ଉତ୍ସବରେ ସାମିଲ୍ ହୋଇ ନିଜକୁ ଗୌରବାନ୍ବିତ ଅନୁଭବ କରୁଛି ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ପରିବେଶ ସୁରକ୍ଷା ପାଇଁ ଉଦ୍ୟୋଗ ଏବଂ ଜନସଚେତନତାର ସମନ୍ବୟରେ ଉତ୍ତମ ପରିଣାମ ହାସଲ ହୋଇପାରିବ । ଗୋରଖପୁରରେ ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୨୦୭୦ ସୁଦ୍ଧା ଭାରତ ନେଟ୍ ଜିରୋ ହାସଲ ଲକ୍ଷ୍ୟ ରଖିଛି । ଏହାକୁ ହାସଲ କରିବାକୁ ହେଲେ ଜାତୀୟ ସ୍ତରରେ ଏବଂ ଆଂଚଳିକ ସ୍ତରରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡିବ ।

ପ୍ରକୃତି ସହ ଖେଳିବା କେତେ ମହଙ୍ଗା ତାହା ଲୋକେ କୋରୋନା କାଳରେ ଦେଖିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଏଥିପାଇଁ ବିଗତ ୮ ବର୍ଷରେ ଉତ୍ତରପ୍ରଦେଶ ସରକାର ୨୧୦ କୋଟି ବୃକ୍ଷ ରୋପଣ କରିସାରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ହୋଇଥିବା ବୃକ୍ଷରୋପଣର ୭୦-୭୫ ପ୍ରତିଶତ ଗଛ ବଞ୍ଚିଛି । ଏଥିସହ ଲୋକଙ୍କୁ ସ୍ବଚ୍ଛ ଇନ୍ଧନ ବ୍ୟବହାର କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
CM Yogi’s Big Announcement on Loudspeakers at Religious Sites, Strict DJ Guidelines for Holi | Argus News