Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ରସରକାର

National

କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ରସରକାର

Manini Pattanayak
Browse all articles by Manini Pattanayak
·2 years ago·1 min read
କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ରସରକାର

 ନୂଆଦିଲ୍ଲୀ:  କୋଚିଂ ସେଣ୍ଟର ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍‌। ବୃତ୍ତିଗତ ଶିକ୍ଷା ଲାଗି ଖୋଲାଯାଇଥିବା କୋଚିଂ ସେଣ୍ଟର ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ। ୧୬ବର୍ଷରୁ କମ୍‌ ବୟସ ପିଲାଙ୍କୁ ନେଇପାରିବେନି କୋଚିଂ ସେଣ୍ଟର। ସେହିପରି ଅଗ୍ନି ନିରାପତ୍ତା ସହ ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ କୋଚିଂ ସଂସ୍ଥା । ଛାତ୍ରଛାତ୍ରୀଙ୍କ ଉପରେ ଚାପ ହ୍ରାସ କରିବାକୁ ପଦକ୍ଷେପ ଗ୍ରହଣ କରିବେ । କୋଚିଂ ସେଣ୍ଟର ଗୁଡ଼ିକ ତାଙ୍କ ୱେବସାଇଟରେ ଟ୍ୟୁଟରଙ୍କ ଶିକ୍ଷାଗତ ଯୋଗ୍ୟତା, କୋର୍ସ କରିକୁଲମ୍, ହଷ୍ଟେଲର ବ୍ୟବସ୍ଥା, ଫି ଆଦି ସମସ୍ତ ତଥ୍ୟ ଅପୋଲଡ କରିବେ।

 ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଗ୍ରାଜୁଏସନଠାରୁ କମ୍‌ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି। ଭଲ ରାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେବାକୁ ମନା କରାଯାଇଛି। ଗତବର୍ଷ ରାଜସ୍ଥାନର କୋଚିଂ ନଗରୀ କୋଟାରେ ୨୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତେଣୁ କେନ୍ଦ୍ର ସରକାର ଏଭଳି ଗାଇଡଲାଇନ୍ ଆଣିଥିବା କୁହାଯାଉଛି।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Coaching centres cannot enrol students below 16 years of age | Argus News