Videos
|
National

Mystery Pilots / ଫ୍ଲାଏଦୁବାଇ ବିମାନକୁ ବଞ୍ଚାଇଥିବା ଦୁଇ 'ରହସ୍ୟମୟ ପାଇଲଟ୍' କିଏ ଥିଲେ?

Rashmita Mishra
Browse all articles by Rashmita Mishra
·1 hour ago·2 min read
ଫ୍ଲାଏଦୁବାଇ ବିମାନକୁ ବଞ୍ଚାଇଥିବା ଦୁଇ 'ରହସ୍ୟମୟ ପାଇଲଟ୍' କିଏ ଥିଲେ?
Mystery Pilots

Key Points

ଫ୍ଲାଏଦୁବାଇ ବିମାନକୁ ବଞ୍ଚାଇଥିବା ଦୁଇ 'ରହସ୍ୟମୟ ପାଇଲଟ୍' କିଏ ଥିଲେ? 
ସ୍ମିତ ଏକା ନୁହେଁ ଆଉ ୨ ‘ମିଷ୍ଟ୍ରି’ ପାଇଲଟ୍‌ କିଏ ? 

ଇସ୍ରାଏଲର ତେଲ ଆଭିଭ୍‌ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇର ବିମାନରେ ଘଟିଥିବା ଗୁରୁତର ଘଟଣାର ୩ ଦିନ ପରେ ମଧ୍ୟ ସଙ୍କଟ ସମୟରେ ବିମାନକୁ ସମ୍ଭାଳିଥିବା ଦୁଇ ପାଇଲଟ୍‌ଙ୍କ ପରିଚୟ ସାର୍ବଜନୀନ ହୋଇନାହିଁ । ଏୟାରଲାଇନ୍‌ ପକ୍ଷରୁ ସେମାନଙ୍କୁ କେବଳ ‘ଅଫ୍‌-ଡ୍ୟୁଟି କ୍ରୁ ମେମ୍ବର’ ବୋଲି କୁହାଯାଇଛି । ସେମାନେ ସାଧାରଣ ଯାତ୍ରୀଙ୍କ ଭଳି ବିମାନରେ ଯାତ୍ରା କରୁଥିଲେ ।

ଘଟଣା ସମୟରେ କକପିଟ୍‌ ଭିତରେ ଅଚାନକ ଜଟଳି ପରିସ୍ଥିତି ସୃଷ୍ଟି ହେବା ସହ ବିମାନ ଦ୍ରୁତ ଭାବେ ତଳକୁ ଖସିବାକୁ ଲାଗିଥିଲା । ସେତେବେଳେ ଏହି ଦୁଇ ପାଇଲଟ୍‌ଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା ।

ବିମାନର ସାମ୍ନାରେ ବସିଥିବା ଯାତ୍ରୀ ଡାନିଏଲ୍‌ ‘ଦ ଆସୋସିଏଟେଡ୍‌ ପ୍ରେସ୍‌’କୁ କହିଛନ୍ତି ଯେ ଏହି ଦୁଇଜଣ ବିମାନରେ ଯାତ୍ରା କରୁଥିବା ଅତିରିକ୍ତ ପାଇଲଟ୍‌ ଥିଲେ । ଖବର ଅନୁସାରେ, ତେଲ ଆଭିଭ୍‌ରୁ ଦୁବାଇ ଫେରୁଥିବା ବିମାନ ଚଳାଇବା ପାଇଁ ସେମାନେ ଯାତ୍ରା କରୁଥିଲେ । ଏଭଳି ଯାତ୍ରାକୁ ବିମାନ ଚଳାଚଳ କ୍ଷେତ୍ରରେ ‘ଡେଡ୍‌ହେଡିଂ’ କୁହାଯାଏ ।

ଡାନିଏଲ୍‌ଙ୍କ ଅନୁସାରେ, କୋ-ପାଇଲଟ୍‌ ବାରମ୍ବାର କ୍ୟାପ୍ଟେନ୍‌ ସ୍ମିଥ୍‌ ମଛାରଙ୍କୁ ଆକ୍ରମଣ କରୁଥିବା ଯାତ୍ରୀମାନେ ଦେଖିଥିଲେ । ଆହତ ଭାରତୀୟ କ୍ୟାପ୍ଟେନ୍‌ ଶେଷରେ କକପିଟ୍‌ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ । ଏହାପରେ ଯାତ୍ରୀମାନେ ହସ୍ତକ୍ଷେପ କରି ଆକ୍ରମଣକାରୀକୁ କାବୁ କରିଥିଲେ । ସେହି ସମୟରେ ବିମାନରେ ଯାତ୍ରା କରୁଥିବା ଜଣେ ପାଇଲଟ୍‌ ଭିଡ଼ ମଧ୍ୟରୁ ବାହାରି କକପିଟ୍‌କୁ ଯାଇ ବିମାନର ନିୟନ୍ତ୍ରଣ ନେଇଥିଲେ । ତାଙ୍କ ପଛରେ ଦ୍ୱିତୀୟ ପାଇଲଟ୍‌ ମଧ୍ୟ କକପିଟ୍‌କୁ ଯାଇଥିଲେ ।

ବିମାନଟି ଦ୍ରୁତ ଭାବେ ତଳକୁ ଖସିବା ପରେ ନିୟନ୍ତ୍ରଣ ଫେରାଇବାକୁ ପାଇଲଟ୍‌ମାନଙ୍କୁ କିଛି ମିନିଟ୍‌ ସମୟ ଲାଗିଥିଲା । ବିମାନର ରଡର୍‌ର ଏକ ଅଂଶ ସମେତ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ସୁରକ୍ଷିତ ବିମାନବନ୍ଦର ଖୋଜାଯାଉଥିବା ବେଳେ କ୍ରୁ ପକ୍ଷରୁ ‘ମେଡେ’ ଜରୁରୀ ସଙ୍କେତ ମଧ୍ୟ ଦିଆଯାଇଥିଲା ।

ପ୍ରାୟ ୪୫ ମିନିଟ୍‌ ପରେ ସେହି ଦୁଇ ‘ମିଷ୍ଟ୍ରି’ ପାଇଲଟ୍‌ ଯାତ୍ରୀମାନଙ୍କୁ ବିମାନଟି ସାଉଦି ଆରବର ତାବୁକ୍‌ରେ ଅବତରଣ କରିବ ବୋଲି ଜଣାଇଥିଲେ । ଶେଷରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା । ତେବେ ଏହି ସଙ୍କଟ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଦୁଇ ପାଇଲଟ୍‌ଙ୍କ ନାମ ଏପର୍ଯ୍ୟନ୍ତ ଫ୍ଲାଇଦୁବାଇ ପକ୍ଷରୁ ପ୍ରକାଶ କରାଯାଇନାହିଁ । ଘଟଣା ସମୟରେ ସେମାନଙ୍କ ନିର୍ଦ୍ଦିଷ୍ଟ ଭୂମିକା ସମ୍ପର୍କରେ ମଧ୍ୟ ଏୟାରଲାଇନ୍‌ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: