Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  ଆସନ୍ତାକାଲିଠୁ ଆଦର୍ଶ ଆଚରଣ ବିଧି ଲାଗୁ  

National

 ଆସନ୍ତାକାଲିଠୁ ଆଦର୍ଶ ଆଚରଣ ବିଧି ଲାଗୁ  

Manini Pattanayak
Browse all articles by Manini Pattanayak
·2 years ago·1 min read
 ଆସନ୍ତାକାଲିଠୁ ଆଦର୍ଶ ଆଚରଣ ବିଧି ଲାଗୁ  

 ନୂଆଦିଲ୍ଲୀ:  କାଲି  ଘୋଷଣା ହେବ ନିର୍ବାଚନ ତାରିଖ। ।   ନିର୍ବାଚନ  ତାରିଖ ଘୋଷଣା ସହ ଲାଗୁ ହେବ  ଆଦର୍ଶ ଆଚରଣ ବିଧି। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାଯାଇଛି । ଆସନ୍ତାକାଲି ଅପରାହ୍ଣ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରିବେ । ନିର୍ବାଚନ ଘୋଷଣା ସହିତ ଦେଶରେ ଆଦର୍ଶ ଆଚରଣ ବିଧି କାର୍ୟ୍ୟକାରୀ ହେବ। ଲୋକ ସଭା ନିର୍ବାଚନ ସହିତ ଜମ୍ମୁ କଶ୍ମୀର, ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ଘୋଷଣା କରିବେ।  ୨୦୧୯ଭଳି ୭ଟି ପର୍ୟ୍ୟାୟରେ ଆଗାମୀ ଲୋକ ସଭା ନିର୍ବାଚନ ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି।

କାହିଁକି ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି :

ଦେଶରେ ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ନିର୍ବାଚନ ଆୟୋଗ କେତକ ନୀତି ନିୟମ ପ୍ରସ୍ତୁତ କରିଥାନ୍ତି। ଏହାକୁ ଆଦର୍ଶ ଆଚରଣ ବିଧି ବୋଲି କୁହାଯାଇଥାଏ । ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ସମୟରେ ଏହି ନିୟମ ମାନିବା ସରକାର, ନେତା ଏବଂ ରାଜନୈତିକ ଦଳର ଦାୟିତ୍ୱ। ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତି ୫ ବର୍ଷରେ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ କିମ୍ବା ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା କୌଣସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମ ଘୋଷଣା ହେବା ପରେ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଥାଏ। ନିର୍ବାଚନ ଆରମ୍ଭ ହେବା ଠାରୁ ଶେଷ ହେବା ପର୍ଯ୍ୟନ୍ତ ଏହା ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ସେଠାରେ ଏହା ବଳବତ୍ତର ରହିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 
 

Painting
Sponsored
Election Commission to announce Lok Sabha election schedule tomorrow | Argus News