Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Cold Supermoon / ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍‌ମୁନ୍‌ ଦେଖାଯିବ

Rashmita Mishra
Browse all articles by Rashmita Mishra
·7 months ago·2 min read
ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍‌ମୁନ୍‌ ଦେଖାଯିବ
Cold Supermoon

Key Points

ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ବା କୋଲ୍ଡ ମୁନ୍ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍‌ମୁନ୍‌ କୁହାଯାଉଛି ।

ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ବା କୋଲ୍ଡ ମୁନ୍ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍‌ମୁନ୍‌ କୁହାଯାଉଛି । କାରଣ ଏହା ପୃଥିବୀର ଅତ୍ୟନ୍ତ ନିକଟରେ ଅବସ୍ଥାନ କରିବ । ଏହା ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ । ୪ ଡିସେମ୍ବର, ଅର୍ଥାତ୍ ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍‌ମୁନ୍‌ ଦେଖାଯିବ । ଭାରତରେ ରାତି ପ୍ରାୟ ୭ଟାରେ ଆକାଶରେ ବଡ଼ ନାରଙ୍ଗୀ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ । ସବୁଠୁ ସୁନ୍ଦର ଦୃଶ୍ୟ ଶୁକ୍ରବାର ଅର୍ଥାତ୍ ଆସନ୍ତା କାଲି ସନ୍ଧ୍ୟାରେ ଦେଖିବାକୁ ମିଳିବ । ସୂର୍ଯ୍ୟାସ୍ତର ୧ ଘଣ୍ଟା ପରେ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦିଶିବ । ପାଣିପାଗ ଭଲ ଥିଲେ ଟେଲିସ୍କୋପ୍ ବିନା ଏହି ଦୃଶ୍ୟ ଦେଖିହେବ ।

ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହେଲେ, ପୂର୍ଣ୍ଣିମା ଆସେ । ଏହାକୁ ସୁପର୍‌ମୁନ୍‌ କୁହାଯାଏ । ଏଥର ଚନ୍ଦ୍ର ପୃଥିବୀଠୁ ମାତ୍ର ୩,୫୭,୦୦୦ କିମି ଦୂରରେ ରହିବ, ସେଥିପାଇଁ ୧୦ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦିଶିବ । ୨୦୨୫ର ଏହା ୪ର୍ଥ ସୁପର୍‌ମୁନ୍‌ ଏବଂ ନଭେମ୍ବର ପରେ ୨ୟ ସର୍ବବୃହତ ଚନ୍ଦ୍ର ।

ଏଥିସହ ପଢ଼ନ୍ତୁ:  ୨୦୦ ଇଣ୍ଡିଗୋ ଉଡ଼ାଣ ବାତିଲ, ଅପରେସନ୍ ପ୍ରଭାବିତ....ସମସ୍ତ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କଲେ କର୍ତ୍ତୃପକ୍ଷ

ଡିସେମ୍ବର୍‌ର ପୂର୍ଣ୍ଣ ଚନ୍ଦ୍ର ବର୍ଷର ସମସ୍ତ ପୂର୍ଣ୍ଣିମା ଅପେକ୍ଷା ସର୍ବାଧିକ ଉପରକୁ ଯାଏ । ଏହାର କାରଣ ଆସନ୍ତା ୨୧ ତାରିଖ ସୂର୍ଯ୍ୟ ସବୁଠୁ ତଳେ ରହିବ । ଚନ୍ଦ୍ର ସର୍ବଦା ସୂର୍ଯ୍ୟର ଠିକ୍ ଓଲଟା ଦିଗରେ ଥାଏ । ସେଥିପାଇଁ ସୂର୍ଯ୍ୟ ଯେତେବେଳେ ସବୁଠୁ ତଳେ ଥାଏ, ପୂର୍ଣ୍ଣ ଚନ୍ଦ୍ର ସବୁଠୁ ଉଚ୍ଚକୁ ଚାଲିଯାଏ । ଅର୍ଥାତ୍ ଶୀତ ରାତିରେ ଆକାଶର ସବୁଠୁ ଉପରେ ଚନ୍ଦ୍ର ଅବସ୍ଥାନ କରେ । ମୁଣ୍ଡର ଠିକ୍ ଉପରେ ଅତିକ୍ରମ କରିବା ଭଳି ମନେହୁଏ ।

ଏଥିପାଇଁ ଏହାକୁ ଲଙ୍ଗ୍ ନାଇଟ୍ ମୁନ୍ ମଧ୍ୟ କୁହାଯାଏ, କାରଣ ଶୀତଦିନେ ରାତି ବଡ଼ ହୋଇଥାଏ ଏବଂ ଚନ୍ଦ୍ର ଅଧିକ ସମୟ ଦୃଶ୍ୟମାନ ହୁଏ । ଆସନ୍ତା ବର୍ଷ ଜାନୁଆରୀ ୩ରେ ଉଲ୍‌ଫ ମୁନ୍ ଦୃଶ୍ୟମାନ ହେବ, ଯାହା ୨୦୨୫-୨୬ର ସୁପର୍‌ମୁନ୍‌ ସିରିଜ୍‌ର ଶେଷ ଚନ୍ଦ୍ର ହେବ ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cold Supermoon | Cold Supermoon to Appear After Sunset Today | Rare Lunar Event | Argus News