Videos
|
National

ଏମିତି ବି ଆସେ ମୃତ୍ୟୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏମିତି ବି ଆସେ ମୃତ୍ୟୁ

ଏମିତି ବି ଆସିପାରେ ମୃତ୍ୟୁ। ନା କେହି କେବେ ଚିନ୍ତା କରିଥିବ ନା କେହି କେବେ ଭାବିଥିବ। କଲେଜରୁ ବିଦାୟ ନେଉନେଉ ଦୁନିଆରୁ ନେଇଗଲେ ବିଦାୟ। ବିଦାୟକାଳୀନ ଭାଷଣ ଦେଉଥିବା ବେଳେ ଚାହୁଁଚାହୁଁ ଚାଲିଗଲା ଜୀବନ। ଖୁସିରେ ହସିହସି ସାନ ପିଲାମାନଙ୍କୁ ଜୀବନ ଗଠନ ନେଇ ବାର୍ତ୍ତା ବାଣ୍ଟୁବାଣ୍ଟୁ ପିଣ୍ଡରୁ ଚାଲିଗଲା ପ୍ରାଣ।


ଏମିତି ଏକ ଦୁଃଖଦ ଖବର ଆସିଛି ମହାରାଷ୍ଟ୍ର ଧାରାଶିବ ଜିଲ୍ଲାରୁ। ସେଠାରେ ଥିବା ସିନ୍ଦେ କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା ଚାଲିଥିବା ବେଳେ ଜଣେ ଛାତ୍ରୀ ମଞ୍ଚ ଉପରେ ଅଭିଭାଷଣ ରଖୁଥିବା ବେଳେ ତାଙ୍କୁ ହୃଦଘାତରେ ମୃତ୍ୟୁ ହୋଇଛି। ଛାତ୍ରୀଙ୍କର ନାମ ବର୍ଷା ଭରତ ବୋଲି ଜଣା ପଡ଼ିଛି। ତାଙ୍କ ବୟସ ୨୦ ବର୍ଷ। ତାଙ୍କର ପୂର୍ବରୁ ଓପନ ହାର୍ଟ ସର୍ଜରୀ ହୋଇଥିଲା। ସେ ବିଏସସି ତୃତୀୟ ବର୍ଷର ଛାତ୍ରୀ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା ଚାଲିଥିବା ବେଳେ ସେ ମଞ୍ଚରେ ଠିଆ ହୋଇ ଅଭିଭାଷଣ ଦେବା ସମୟରେ  ହଠାତ୍ ଅଚେତ ହୋଇଯିବାରୁ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀଛାତ୍ର ତାଙ୍କ ମୁହଁରେ ପାଣି ସିଞ୍ଚନ କରିଥିଲେ। ତଥାପି ସେ ନ ଉଠିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ସାରା ଜିଲାରେ ଶୋକର ଛାୟା ଖେଳି ଯାଇଛି। ବର୍ଷାଙ୍କ ବାପା ମା ଚାଷ ଓ ଦିନ ମଜୁରି ଲାଗି ଚଳନ୍ତି। ତାଙ୍କର ଜଣେ ଭାଇ ଓ ଆଉ ଜଣେ ଭଉଣୀ ରହିଛନ୍ତି।

College student dies of heart attack while receiving farewell party | Argus News