|
logo
Live

Argus News - ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ

National

ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ

Key Points

  • ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ
  • ଓଡ଼ିଶା ପ୍ରତି ଡକ୍ଟର ମହତାବଙ୍କ ଅବଦାନକୁ ମନେ ପକାଇଲେ ରାଷ୍ଟ୍ରପତି
  • ମୁଖ୍ୟମନ୍ତ୍ରୀ କହିଲେ ହୀରକୁଦ ବନ୍ଧ ପାଇଁ ମହତାବଙ୍କୁ କେବେ ଭୁଲିହେବନି
  • ଧର୍ମେନ୍ଦ୍ର କହିଲେ ଉତ୍କଳକେଶରୀ ଥିଲେ ଓଡ଼ିଆ ଅସ୍ମିତାର ଜୀବନ୍ତ ପ୍ରତିଧ୍ଵନୀ
  • ଅଭିଯୋଗ ବିଜୁଙ୍କୁ ବଡ଼ ଦେଖାଇବା ପାଇଁ ମହତାବଙ୍କୁ କରାଯାଇଥିଲା ନ୍ୟୁନ 
  • ବିଜେଡିର ସଫେଇ ଆମେ ବି ହରେକୃଷ୍ଣ ମହତାବଙ୍କୁ ଦେଇଛୁ ସମ୍ମାନ

ଅର୍ଗସ ବ୍ୟୁରୋ:  ମହାନ ଜନନାୟକ ଓ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଜାତୀୟସ୍ତରରେ କରାଯାଇଛି ପାଳନ। ଭାରତ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଅତିଥୀ ଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 
ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, କୃଷି, ଶିଳ୍ପାୟନ କ୍ଷେତ୍ରରେ ଡକ୍ଟର ମହତାବଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉତ୍କଳକେଶରୀଙ୍କ ଯୋଗଦାନକୁ ମନେପକାଇଥିଲେ ରାଷ୍ଟ୍ରପତି।

ଓଡ଼ିଶାରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣରେ ଉତ୍କଳକେଶରୀଙ୍କ ସଫଳତାକୁ ମନେପକାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ ଡକ୍ଟର ମହତାବ ଥିଲେ ଓଡ଼ିଶାର ସର୍ଦ୍ଦାର ପଟେଲ। ଜଣେ ମହାନ ରାଷ୍ଟ୍ରନେତା, ସ୍ବାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଡକ୍ଟର ମହତାବଙ୍କ ସମ୍ମାନାର୍ଥେ ଏଭଳି କାର୍ଯ୍ୟକ୍ରମର ଅୟୋଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ଧନ୍ୟବାଦ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର। ସେ କହିଛନ୍ତି ହରେକୃଷ୍ଣ ମହତାବ ଥିଲେ ଓଡ଼ିଆ ଅସ୍ମିତାର ଜୀବନ୍ତ ପ୍ରତିଧ୍ଵନୀ। ସବୁ ସୁଖକୁ ପଛରେ ପକାଇ ରାଜ୍ୟ ପାଇଁ ଆଗେଇ ଆସିଥିଲେ ।ଡକ୍ଟର ମହତାବ। ପରାଧୀନ ମାନସିକତା ଢାଞ୍ଚାରୁ ମୁକ୍ତି ପାଇବା ପାଇଁ ମହତାବ ଐତିହାସିକ ଉଦ୍ୟମ କରିଥିଲେ । ମହତାବ ଜଣେ ବ୍ୟକ୍ତି ନ ଥିଲେ, ଥିଲେ ଜଣେ ଚରିତ୍ର, ବିଚାରଧାରା, ସଂସ୍କୃତି ଓ ଆଇଡିଆ।

ଉତ୍କଳକେଶରୀ ଡକ୍ଟର ମହଜାବ ଥିଲେ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଓ ସଂବାଦପତ୍ର ସଂସ୍ଥାପକ। ୨୬ ଗଡ଼ଜାତ ରାଜ୍ୟକୁ ଓଡ଼ିଶାରେ ମିଶାଇବା ହେଉ କିମ୍ବା ଭୁବନେଶ୍ବରରେ ନୂଆ ରାଜଧାନୀ ପ୍ରତିଷ୍ଠା ଏସବୁ ଡକ୍ଟର ମହତାବଙ୍କର ଓଡ଼ିଶାକୁ ଶ୍ରଷ୍ଠ ଅବଦାନ। ସେହିପରି ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ୍ ନିର୍ମାଣ, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ଓ ହୀରାକୂଦ ବନ୍ଧ ନିର୍ମାଣରେ ଉତ୍କଳ କେଶରୀଙ୍କର ଥିଲା ମୁଖ୍ୟ ଭୂମିକା। ଓଡ଼ିଶା ଆଲିମ୍ପିକ୍ ଆସୋସିଏସନର ସିଏ ଥିଲେ ପ୍ରତିଷ୍ଠାତା ସଭାପତି। ପ୍ରକୃତ ଅର୍ଥରେ କହିବାକୁ ଗଲେ ଡକ୍ଟର ମହତାବ ହିଁ ହେଉଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା। କିନ୍ତୁ ଉତ୍କଳମାତାର ଏହି ମହାନ ବରପୁତ୍ର ଏ ମାଟିରୁ ଯେଉଁ ସମ୍ମାନର ହକଦାର ତାହା ତାଙ୍କୁ ଓଡ଼ିଶା ଆଜି ପର୍ଯ୍ୟନ୍ତ ଦେଇନାହିଁ।ଅଭିଯୋଗ ଉଠିଛି ବିଜୁ ପଟ୍ଟନାୟକଙ୍କୁ ବଡ଼ କରିବାକୁ ଯାଇ ବିଜେଡି ଶାସନରେ ଡକ୍ଟର ମହତାବଙ୍କୁ ନ୍ୟୁନ କରାଯାଇଥିଲା। ଏନେଇ ଠାକୁର ଘରେ କିଏ ନା ଆମେ କଦଳୀ ଖାଇନୁ ନ୍ୟାୟରେ ସଫେଇ ରଖିଛି ବିଜେଡି ଆଉ କହିଛି ଆମେ ବି ଦେଇଛୁ ମହତାବଙ୍କୁ ସମ୍ମାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇତିହାସ ଡକ୍ଟର ମହତାବଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛି ତାର ସଂଶୋଧନ ପାଇଁ ଏବେ ଅଣ୍ଟା ଭିଡିଛନ୍ତି ମୋଦି ସରକାର। ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀକୁ ଜାତୀୟ ଉତ୍ସବ ଭାବେ ପାଳନ କରିବେ ମୋଦି ସରକାର। ବର୍ଷବ୍ୟାପୀ ଆଯୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ। ଗୁରୁବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନାର୍ଥେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯାଇଛି। ଏହାସହିତ ଓଡ଼ିଆରେ ମୋନୋଗ୍ରାଫ୍ ଗାଁ ମଜଲିସର ଇଂରାଜୀ ଓ  ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଛି।

Sponsored
ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ | Argus News