Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗତବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟରେ ବିଜୁଳି ବ୍ୟବହାର ୪.୭% ହ୍ରାସ 

Smruti Parija
Browse all articles by Smruti Parija
·1 year ago·1 min read
ଗତବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟରେ ବିଜୁଳି ବ୍ୟବହାର ୪.୭% ହ୍ରାସ 

ନୂଆଦିଲ୍ଲୀ: ଦେଶରେ ବିଜୁଳିର ବବ୍ୟହାର ବୃଦ୍ଧି ପାଉଥିବାବେଳେ, ଅଗଷ୍ଟ ମାସରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅଗଷ୍ଟରେ ହ୍ରାସ ପାଇଛି ବିଜୁଳି ବବ୍ୟହାର । ଗତବର୍ଷ ଅଗଷ୍ଟ ତୁଳନାରେ ଚଳିତବର୍ଷ ଅଗଷ୍ଟରେ ବିଜୁଳି ବ୍ୟବହାର ୪.୭ ପ୍ରତିଶତ ହ୍ରାସ ପାଇ ୧୪୪.୨୧ ବିଲିଅନ ୟୁନିଟ୍ ରହିଛି । 

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅଗଷ୍ଟ ମାସରେ ଦେଶରେ ୨୮୭.୧ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ୨୪୮.୧ ମିଲିମିଟର ତୁଳନାରେ ପ୍ରାୟ ୧୬ ପ୍ରତିଶତ ଅଧିକ । ୨୦୨୩ ଅଗଷ୍ଟରେ ଦେଶରେ ବିଜୁଳି ବ୍ୟବହାର ୧୫୧.୩୨ ବିଲିଅନ ୟୁନିଟ୍ ରହିଥିଲା । 

ମୁଖ୍ୟତଃ ସ୍ବାଭାବିକ ଠାରୁ ଅଧିକ ବର୍ଷା କାରଣରୁ ଏପରି ହୋଇଛି । ପାଣିପାଗ ଥଣ୍ଡା ରହିବା ଫଳରେ ଏୟାର କଣ୍ଡିସନର ଓ କୁଲର୍  ବବ୍ୟବହାର କମିଛି । ଯାହାର ପ୍ରଭାବ ବିଜୁଳି ବବ୍ୟହାର ଉପରେ ପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଗାମୀ ଦିନରେ ଶିଳ୍ପ ଓ ବାଣିଜ୍ୟ ସଂସ୍ଥା ଗୁଡିକରେ ବିଜୁଳି ବବ୍ୟହାରରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି ।
 

Sponsored
Compared to last year, electricity consumption decreased by 4.7% in August this year | Argus News