ନିର୍ବାଚନ ପାଇଁ ବଦଳିଲା କମ୍ପିଟେଟିଭ ଓ ଏଣ୍ଟ୍ରାସ ପରୀକ୍ଷା ତାରିଖ
·2 years ago·1 min read

ଅର୍ଗସ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବଦଳିଲା କମ୍ପିଟେଟିଭ ଓ ଏଣ୍ଟ୍ରାସ ପରୀକ୍ଷା ତାରିଖ । ଜେଇଇ ମେନ, ୟୁପିଏସସି ପ୍ରଲିମ, NEET PG ସମେତ KCET, MHT CET, TS EAPCET ପରୀକ୍ଷା ତାରିଖ ପରବର୍ତ୍ତନ ହୋଇଛି । 7ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ଭୋଟିଂ ଏପ୍ରିଲ ୧୯ରୁ ଜୁନ ୧ ଯାଏଁ ଚାଲିବ । ଏଥିଯୋଗୁ ବିଭିନ୍ନ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି।
JEE Main 2024 ଦ୍ବିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ଏପ୍ରିଲ ୪ରୁ ୧୨ରେ ମଧ୍ୟରେ ହେବ। JEE ଆଡଭାନ୍ସଡ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବନିର୍ଦ୍ଧାରିତ ତାରିଖ ମେ’ ୨୬ରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ। UPSC ପ୍ରିଲିମ ପରୀକ୍ଷା ମେ’ ୨୬ ପରିବର୍ତ୍ତେ ଜୁନ ୧୬ରେ ହେବ। NEET PG ପରୀକ୍ଷାକୁ ଆସନ୍ତା ଜୁନ ୨୩କୁ ଘୁଞ୍ଚାଇ ଦିଆଯାଇଛି। NEET UG ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖ ମେ ୫ରେ ହେବ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: