Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ଷମତା ପାଇଁ ଦେଶ ବିଭାଜନ ଲକ୍ଷ୍ୟରେ କଂଗ୍ରେସ:ମୋଦି 

Sangram Tripathy
Browse all articles by Sangram Tripathy
·1 year ago·2 min read
କ୍ଷମତା ପାଇଁ ଦେଶ ବିଭାଜନ ଲକ୍ଷ୍ୟରେ କଂଗ୍ରେସ:ମୋଦି 

ଅର୍ଗସ ବ୍ୟୁରୋ:ତୁଷ୍ଟିକରଣ ରାଜନୀତିର ସବୁ ସୀମା ପାର କରିଛି କର୍ଣ୍ଣାଟକର କଂଗ୍ରେସ ସରକାର। ଏ ଦୃଶ୍ୟ ସାରା ଦେଶକୁ ବିଚଳିତ କରିଦେଇଛି। ଶେଷରେ ଭଗବାନ ଗଣପତିଙ୍କ ମୂର୍ତ୍ତିକୁ ଛାଡ଼ିଦେଲେନି। ପ୍ରଦର୍ଶନକାରୀଙ୍କ ହାତରୁ ଛଡ଼ାଇ ପୋଲିସ ଭ୍ୟାନ ଭିତରେ ବନ୍ଦ କରିଦେଲେ। ଇଏ ସେହି ଭ୍ୟାନ ଯେଉଁଥିରେ ଅପରାଧୀଙ୍କୁ ନିଏ ପୋଲିସ। ସେହି ଭ୍ୟାନରେ ଭକ୍ତଙ୍କଠାରୁ ଛଡ଼ାଇ ଭଗବାନଙ୍କୁ ନେଇ ବନ୍ଦ କରିଦେଲା କର୍ଣ୍ଣାଟକ ପୋଲିସ। ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଘଟଣା ଥିଲା ଏମିତି କର୍ଣ୍ଣାଟକ ମାଣ୍ଡ୍ୟାରେ ଗଣେଷ ବିସର୍ଜନ ବେଳେ ଜିହାଦୀମାନେ ଶୋଭାଯାତ୍ରା ଉପରେ ପଥରମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ ଓଲଟା ଗଣେଶ ଭକ୍ତଙ୍କ ପ୍ରତି କଠୋର ହୋଇଥିଲା। ବହୁ ଗଣେଶ ଭକ୍ତଙ୍କୁ ଗିରଫ କରିଥିଲା କର୍ଣ୍ଣାଟକ ପୋଲିସ। ଏହାକୁ ବିରୋଧ କରି ସାରା ରାଜ୍ୟରେ ଗଣେଶ ଭକ୍ତ ପ୍ରଦର୍ଶନ କରିଥିଲେ। ବେଙ୍ଗାଳୁରୁରେ ପ୍ରଦର୍ଶନକାରୀମାନେ ଭଗବାନ ଗଣେଶଙ୍କର ପ୍ରତିମା ଧରି ବିରୋଧ ଶୋଭାଯାତ୍ରା କରୁଥିଲେ। ତେବେ ପୋଲିସ ପ୍ରଦର୍ଶନକାରୀଙ୍କ ପାଖରେ ଗଣେଶଙ୍କ ପ୍ରତିମା ଛଡ଼ାଇନେଇ ପୋଲିସ ଭ୍ୟାନରେ ବନ୍ଦ କରିଦେଇଥିଲା। ଏହାକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଥିଲା ପ୍ରତିକ୍ରିୟା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବି ଏ ଘଟଣାକୁ ଭର୍ସନା କରିଥିଲେ। 

କେବଳ କର୍ଣ୍ଣାଟକ ନୁହେଁ ସାରା ଦେଶର ବିଭିନ୍ନ ସ୍ଥାନରେ ଜିହାଦୀମାନେ ଗଣେଶ ପେଣ୍ଡାଲ ଓ ବିସର୍ଜନ ବେଳେ ପଥରମାଡ଼ କରିବା ଓ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କରିବା ଘଟଣା ସାମ୍ନାକୁ ଆସିଛି।  ସୁରଟରେ ଏପରି ଘଟଣାରେ ଗୁଜରାଟ ସରକାର ଉପଦ୍ରବକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସ ସରକାର ଜିହାଦୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଛି। ଯାହାକୁ ସାରା ଦେଶର ହିନ୍ଦୁ ସମାଜ ଆହତ ହୋଇଛି। ପୁଣି ଥରେ କଂଗ୍ରେସର ତୁଷ୍ଟିକରଣ ନୀତି ସାମ୍ନାକୁ ଆସିଛି। ଯାହାପ୍ରତି ସତର୍କ ରହିବାକୁ ଦେଶବାସୀଙ୍କୁ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କ୍ଷମତା ପାଇଁ ଦେଶ ବିଭାଜନ ଲକ୍ଷ୍ୟରେ କଂଗ୍ରେସ ବୋଲି କହିବାକୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ।  କର୍ଣ୍ଣାଟକର କଂଗ୍ରେସ ସରକାରର ଏ କାରନାମାକୁ ସବୁଠି କରାଯାଇଛି ନିନ୍ଦା। ପଛରେ ପାର୍ଟି ଆଗରେ ମାଟି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress aims to divide the country for power: Modi | Argus News