Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ରାଫେଲକୁ ନେଇ ତାତ୍ସଲ୍ୟ କଲେ କଂଗ୍ରେସ ନେତା, ଧୋଇଲେ ସୁଧାଂଶୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ରାଫେଲକୁ ନେଇ ତାତ୍ସଲ୍ୟ କଲେ କଂଗ୍ରେସ ନେତା, ଧୋଇଲେ ସୁଧାଂଶୁ...

ଯୁଦ୍ଧ ବିମାନକୁ ଖେଳଣା କରି କଟାକ୍ଷ କଲେ ୟୁପି କଂଗ୍ରେସ ସଭାପତି । କଂଗ୍ରେସ ଓ INDI ମେଣ୍ଟ ଉପରେ ବର୍ଷିଲେ ସାଂସଦ ସୁଧାଂଶୁ ତ୍ରିବେଦୀ । କହିଲେ, କଂଗ୍ରେସ ମୁହଁରେ ପାକିସ୍ତାନୀ ନେତାଙ୍କ ଭାଷା । ସେନାର ମନୋବଳ ଉପରେ ପଡ଼ିବ କୁପ୍ରଭାବ । ରାଫେଲରେ ଲେମ୍ବୁ ଲଙ୍କା କଥା କହିବା ପରେ କଂଗ୍ରେସକୁ ଘେରିଲା ବିଜେପି ।

ତେବେ ଏଠି ପ୍ରଶ୍ନ ପାକିସ୍ତାନୀ ମିଡିଆରେ ବାହାବାଃ ଗୋଟାଇ, ଭାରତରେ ଭୋଟ୍ ଧ୍ରିୁବୀକରଣର ଖେଳ ଖେଳୁଛି କି କଂଗ୍ରେସ ।

ଆଉ ଜଣେ କଂଗ୍ରେସ ନେତା ଦେଲେ ଦେଶର ସୁରକ୍ଷା ପ୍ରସଙ୍ଗରେ ବିବାଦୀୟ ବୟାନ । ରାଫେଲ୍ ବିମାନର ବ୍ୟବହାର ନେଇ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି । ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଭାରତୀୟ ସେନାର ସାମର୍ଥ୍ୟ ନେଇ ପାକିସ୍ତାନ ଭୟଭୀତ । କିନ୍ତୁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ଦଳମାନେ ଭାରତୀୟ ସେନା ଉପରେ ପକାଉଛନ୍ତି କୁଦୃଷ୍ଟି ।

ଦିନକ ତଳେ ରାଫେଲର ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ। ରାଫେଲ ଆକୃତିର ଏକ ଖେଳଣାରେ ଲେମ୍ବୁ ଓ ଲଙ୍କା ବାନ୍ଧି ଉପହାସ କରିଥିଲେ।

କେବଳ ଅଜୟ ରାୟ ନୁହଁନ୍ତି, ଗତ କିଛି ଦିନରେ କଂଗ୍ରେସର ବହୁ ନେତା ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଧର୍ମ ପଚାରିବା ପ୍ରସଙ୍ଗରୁ ନେଇ ସର୍ଜିକାଲ୍ ଷ୍ଟ୍ରାଇକ୍ ଯାଏଁ ବିଭିନ୍ନ ପ୍ରସଙ୍ଗରେ ଦେଇଛନ୍ତି ବିବାଦୀୟ ବୟାନ । ଅନେକ ସମୟରେ ଭାରତୀୟ ସେନାର କାର୍ଯ୍ୟ ଓ ସାମର୍ଥ୍ୟକୁ ନେଇ ପାକିସ୍ତାନୀ ନେତାଙ୍କ ଭଳି ବୟାନ ଦିଅନ୍ତି କଂଗ୍ରେସ ନେତା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress, allies acting as ‘fifth column’ against forces: BJP | Argus News