Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାତି ଆଧାରିତ ଜନଗଣନାକୁ କ୍ୟାବିନେଟ ମଞ୍ଜୁରୀ, ଟୁଇଟ କରି ଅମିତ ଶାହ କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାତି ଆଧାରିତ ଜନଗଣନାକୁ କ୍ୟାବିନେଟ ମଞ୍ଜୁରୀ, ଟୁଇଟ କରି ଅମିତ ଶାହ କହିଲେ...

ଜାତିଭିତ୍ତିକ ଜନଗଣନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀକୁ ଐତିହାସିକ ନିଷ୍ପତ୍ତି କହିଲେ କେନ୍ଦ୍ର ଗୃହମନ୍ତ୍ରୀ । ନିଜ `X' ଆକାଉଣ୍ଟରେ ଅମିତ ଶାହ କହିଛନ୍ତି, ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧ ମୋଦି ସରକାର । ଆଗାମୀ ଜନଗଣନାରେ ଜାତି ଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇ ସାମାଜିକ ସମାନତା ଏବଂ ପ୍ରତ୍ୟେକ ବର୍ଗର ଅଧିକାର ପ୍ରତି ଦୃଢ଼ ପ୍ରତିବଦ୍ଧତାର ବାର୍ତ୍ତା ଦିଆଯାଇଛି । କଂଗ୍ରେସ କ୍ଷମତାରେ ଥିବା ସମୟରେ ଦଶନ୍ଧି ଧରି ଜାତିଗତ ଜନଗଣନାକୁ ବିରୋଧ କରିଥିଲେ ଏବଂ ବିରୋଧୀ ଦଳରେ ଥିବା ସମୟରେ ଏହା ଉପରେ ରାଜନୀତି କରିଥିଲେ । ଏହି ନିଷ୍ପତ୍ତି ସମସ୍ତ ଆର୍ଥିକ ଏବଂ ସାମାଜିକ ଭାବରେ ପଛୁଆ ବର୍ଗଙ୍କୁ ସଶକ୍ତ କରିବ । ସେହିପରି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି- ସମାନତା, ସୁଶାସନ ଏବଂ ସାମାଜିକ ନ୍ୟାୟର ଏକ ନୂତନ ଯୁଗର ଆରମ୍ଭ ହୋଇଛି ।


ନୀତି ନିର୍ଦ୍ଧାରଣର କେନ୍ଦ୍ରରେ ବଞ୍ଚିତ ଏବଂ ପଛୁଆ ବର୍ଗଙ୍କୁ ରଖିବା, ସମାଜର ସମସ୍ତ ବର୍ଗଙ୍କୁ ସଂଯୋଗ କରିବା, ସ୍ୱଚ୍ଛ ଏବଂ ପ୍ରାମାଣିକ ଉପାୟରେ ସାମାଜିକ, ଶିକ୍ଷାଗତ ଏବଂ ଆର୍ଥିକ ଅସମାନତା ଦୂର କରିବା ଏବଂ ସମସ୍ତ ବର୍ଗ ପାଇଁ ଉପଯୁକ୍ତ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ, ଗତ 11 ବର୍ଷ ଧରି, ସମ୍ବିଧାନର ମୌଳିକ ଆତ୍ମା ଅନୁସାରେ "ସବକା ସାଥ, ସବକା ବିକାଶ" ସଂକଳ୍ପ ସହିତ ଏକ ସର୍ବାଙ୍ଗୀନ ଏବଂ ଅନ୍ତର୍ଭୁକ୍ତ ସରକାର ଚାଲିଛି । ଆଜିର ନିଷ୍ପତ୍ତି ସବକା ସାଥ, ସବକା ବିକାଶ ଏବଂ ସାମାଜିକ ନ୍ୟାୟର ଧାରଣାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
congress-and-allies-opposed-the-caste-census-for-decades-while-in-power-amit-shah-news | Argus News