Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅନାସ୍ଥା ପ୍ରସ୍ତାବ ବୟାନ ଖୋଲିଲା ବିଜେଡି- କଂଗ୍ରେସ ସମ୍ପର୍କର ଗୁମର

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ଅନାସ୍ଥା ପ୍ରସ୍ତାବ ବୟାନ ଖୋଲିଲା ବିଜେଡି- କଂଗ୍ରେସ ସମ୍ପର୍କର ଗୁମର

Key Points

ବିଧାନସଭାରେ କଂଗ୍ରେସ ପାଖରେ ଆସନ ମାତ୍ର ୧୪
କିନ୍ତୁ ଦଳର ନେତା ସରକାରଙ୍କୁ ଦେଖାଉଛନ୍ତି ଅନାସ୍ଥା ପ୍ରସ୍ତାବର ଦମ୍ଭ
ଅନାସ୍ଥା ପ୍ରସ୍ତାବ ବୟାନ ଖୋଲିଲା ବିଜେଡି- କଂଗ୍ରେସ ସମ୍ପର୍କର ଗୁମର
କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡିର ସମାନ ସ୍ବର
ରାଜସ୍ବ ମନ୍ତ୍ରୀଙ୍କ ଜବାବ ବିରୋଧୀଙ୍କ ପାଇଁ ବୁମେରାଂ ହେବ ଅନାସ୍ଥା ପ୍ରସ୍ତାବ
କହିଲେ ବିଜେଡି- କଂଗ୍ରେସ ପ୍ରଥମେ ଦିଅନ୍ତୁ ୪୦ ବର୍ଷ ଶାସନର ହିସାବ


ବିଧାନସଭାରେ କଂଗ୍ରେସ ପାଖରେ ଆସନ ମାତ୍ର ୧୪
କିନ୍ତୁ ଦଳର ନେତା ସରକାରଙ୍କୁ ଦେଖାଉଛନ୍ତି ଅନାସ୍ଥା ପ୍ରସ୍ତାବର ଦମ୍ଭ
ଆନାସ୍ଥା ପ୍ରସ୍ତାବ ବୟାନ ଖୋଲିଲା ବିଜେଡି- କଂଗ୍ରେସ ସମ୍ପର୍କର ଗୁମର
କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡିର ସମାନ ସ୍ବର
ରାଜସ୍ବ ମନ୍ତ୍ରୀଙ୍କ ଜବାବ ବିରୋଧୀଙ୍କ ପାଇଁ ବୁମେରାଂ ହେବ ଅନାସ୍ଥା ପ୍ରସ୍ତାବ
କହିଲେ ବିଜେଡି- କଂଗ୍ରେସ ପ୍ରଥମେ ଦିଅନ୍ତୁ ୪୦ ବର୍ଷ ଶାସନର ହିସାବ

କେଉଁ ଦମ୍ଭରେ ମାତ୍ର ୧୪ ଆସନ ଥାଇ କଂଗ୍ରେସର ଜଣକ ପରେ ଜଣେ ନେତା ସରକାର ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିବା କଥା କହୁଛନ୍ତି। ଭକ୍ତ ଦାସଙ୍କ ପରେ ଏବେ ଅନାସ୍ଥା ପ୍ରସଙ୍ଗ ଉଠାଇ ତାରା ବାହିନୀପତି କହିଛନ୍ତି ଆମ ପାଖରେ ଅଛି ନମ୍ବର। ଆଉ ବିଜେଡିର ସମର୍ଥନ ବଳରେ ଅନାସ୍ଥା ଜିିତିବା ନେଇ ଦେଖାଛନ୍ତି ଦମ୍ଭୋକ୍ତି। ବିଜେଡି ବି କହିଛି ସମାନ ଉକ୍ତି। ସିଧାସିଧା ଅନାସ୍ଥାକୁ ସମର୍ଥନ ଜଣାଇନଥିଲେ ବି ପରୋକ୍ଷରେ କଂଗ୍ରେସ ସହ ମିଶାଇଛି ସ୍ବର।

ବିରୋଧୀ ଅନାସ୍ଥା ରଣନୀତିକୁ ରାଜସ୍ବମନ୍ତ୍ରୀଙ୍କ କାଉଣ୍ଟର। କହିଛନ୍ତି ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କ ପାଇଁ ବୁମେରାଂ ହେବ। ଆଉ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି-କଂଗ୍ରେସ 40 ବର୍ଷ ଶାସନର ହିସାବ ନେଇକି ଆସନ୍ତୁ ଆମେ ଗୋଟିଏ ବର୍ଷର ହିସାବ ଦେବୁ।

ମହିଳା ସୁରକ୍ଷା ପ୍ରସଙ୍ଗରେ କିଏ ନେବ ଅଧିକ ମାଇଲେଜ ସେନେଇ କଂଗ୍ରେସ ବିଜେଡି ଭିତରେ ଚାଲିଛି ପ୍ରତିଯୋଗୀତା। ଆତ୍ମାହୁତି ଦେଇ ପ୍ରାଣହରାଇଥିବା ଏଫଏମ୍ ଛାତ୍ରୀଙ୍କ ଏକାଦଶାହ ଅବସରରେ ରାଜ୍ୟର ବିଭିନ୍ନସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାକରି କଂଗ୍ରେସ ଜଣାଇଛି ପ୍ରତିବାଦ। ଆସନ୍ତାକାଲି ମଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବିରୋଧରେ ଦକ୍ଷିଣାଞ୍ଚଳ DIG କାର୍ଯ୍ୟାଳୟ ଘେରାଉ କରିବାକୁ ଘୋଷଣା କରିଛି ବିଜେଡି । କଂଗ୍ରେସ- ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ ବିଜେପି କରିଛି କାଉଣ୍ଟର। କହିଛି ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ବିରୋଧରେ ପ୍ରଥମେ କଂଗ୍ରେସ କରୁ ନ୍ୟାୟ ଯାତ୍ରା।

ମଙ୍ଗଳବାର ସନ୍ଧ୍ୟାରେ ଛାତ୍ର କଂଗ୍ରେସର କିଛି ସଦସ୍ୟ ଜେଲରୁ ରାଲିରେ ବାହାର କରି ଆସୁଥିବା ବେଳେ ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ସ୍ମାର୍ଟ ସିଟି ଲଗାଇଥିବା ବିଏମସି ବାଡ଼ କୁ ଭାଙ୍ଗି ଦେଇଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗରଉନ୍ନୟନ ମନ୍ତ୍ରୀ।

ଆତ୍ମହୁତି ଦେଇଥିବା ଏଫଏମ ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ଏବିଭିପି ପକ୍ଷରୁ ବାଲେଶ୍ବରରେ କରାଯାଇଛି ପଦଯାତ୍ରା। ମିଶନ ପଡିଆରୁ ଫକୀର ମୋହନ କଲେଜ ଯାଏ ହୋଇଥିଲା ଏହି ପଦଯାତ୍ରା।
ସେପଟେ ଏଫଏମ ପୀଡ଼ିତାଙ୍କ ଜନ୍ମମାଟି ବାଲେଶ୍ବର ଭୋଗରାଇର ପଳାସିଆ ଗାଁରେ ଆଜି ଏକାଦଶାହ ଅବସରରେ ଆଯୋଜିତ ହୋଇଛି ଶ୍ରଦ୍ଧାଞ୍ଜଳି ସଭା ଏଥିରେ ବହୁ ବିଧାୟକ, ସାଂସଦ ଓ ରାଜନେତା ଯୋଗଦେଇ ପୀଡ଼ିତାଙ୍କ ଦେଇଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress has only 14 seats in the Assembly | Argus News