Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପଦାରେ ପଡିଲା କଂଗ୍ରେସର ପାକିସ୍ତାନ ପ୍ରେମ

Rashmita Mishra
Browse all articles by Rashmita Mishra
·1 year ago·1 min read
ପଦାରେ ପଡିଲା କଂଗ୍ରେସର ପାକିସ୍ତାନ ପ୍ରେମ

କୁକୁର ଲାଙ୍ଗୁଡ଼ । ବାର ବର୍ଷ ପରେ ବି ଯାହା ବି ସେୟା । ମଣିଷର ପ୍ରକୃତିର ବି ସେୟା । ଏବେ କଂଗ୍ରେସ ତାର ସେଇ ପ୍ରକୃତିର ପ୍ରମାଣ ପୁଣି ଥରେ ଦେଇଛି । ଉରୀ ଆଟାକ୍ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଭାରତୀୟ ସେନା ପିଓକେରେ ଯେଉଁ ସବୁ ଆତଙ୍କବାଦୀଙ୍କ ଆଡ୍ଡା ଓ ଟ୍ରେନିଂ ସ୍କୁଲକୁ ଉଡ଼ାଇ ଦେଇଥିଲା ତାର ପୁଣି ଥରେ ପ୍ରମାଣ ମାଗିଛି କଂଗ୍ରେସ । ତାହା ପୁଣି କୌଣସି ସାଧାରଣ କଂଗ୍ରେସ ନେତା ନୁହେଁ । ବରଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଚରଣଜିତ ସିଂହ ଚନ୍ନୀ । କୌଣସି ଜାଗାରେ ବୋମାଟେ ପଡ଼ିଲେ ବି ଜଣାପଡ଼ୁଛି ହେଲେ ପାକିସ୍ତାନରେ ଭାରତ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ କଥା କେହି ଜାଣିପାରିଲେନି କେମିତି କହି ପ୍ରମାଣ ମାଗିଛନ୍ତି ଚନ୍ନୀ।

ସେପଟେ ବିଜେପି ଏହାକୁ ନେଇ ପ୍ରବଳ ବର୍ଷିଛି । କଂଗ୍ରେସ ସେନା ଠାରୁ ପ୍ରମାଣ ମାଗିବା ଦେଶଦ୍ରୋହ କାର୍ଯ୍ୟ । ଏହା ଭାରତମାତାର ପିଠିରେ ଛୁରୀ ଭୁସିବା ସାଙ୍ଗରେ ସମାନ କହି କଂଗ୍ରେସକୁ କାଉଣ୍ଟର କରିଛି ବିଜେପି । ଗୋଟିଏ ପଟେ ରାହୁଲ ଗାନ୍ଧି କହୁଛନ୍ତି ଯେ କଂଗ୍ରେସ ଏଭଳି ସ୍ଥିତିରେ ସରକାରଙ୍କ ସହ ଅଛି, ସେନା ସହ ଅଛି । ହେଲେ ଅନ୍ୟ ପଟେ ସେଇ କଂଗ୍ରେସର ନେତା ହିଁ ସେନା ଠାରୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି । ଯେଉଁଥିପାଇଁ ଏବେ ଖଡଗହସ୍ତ ହୋଇଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
congress-love-for-pakistan-exposed | Argus News