Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

RV Deshpande / ମହିଳା ସାମ୍ବାଦିକାଙ୍କୁ ଅପମାନ, ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ MLA

Swoyang prajna Mishra
Browse all articles by Swoyang prajna Mishra
·10 months ago·3 min read
ମହିଳା ସାମ୍ବାଦିକାଙ୍କୁ ଅପମାନ, ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ MLA

Key Points

କଂଗ୍ରେସ ନେତାଙ୍କ ମହିଳା ସାମ୍ବାଦିକାଙ୍କୁ ଅପମାନ

ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଦେଶପାଣ୍ଡେ

କହିଲେ , "ତୁମର ପ୍ରସବ ସମୟରେ...

"ଆମେ ତୁମର ପ୍ରସବ ଅନ୍ୟ କେଉଁଠି କରାଇ ଦେବୁ । ନଚେତ ତୁମ ପ୍ରସବ ସମୟରେ ହିଁ କରିଦେବୁ ।" କିଛି ଏମିତି କହି ମହିଳା ସାମ୍ବାଦିକାଙ୍କୁ ଥଟ୍ଟା କରିଥିଲେ କଂଗ୍ରେସ

ବିଧାୟକ ଆର୍‌ବି ଦେଶପାଣ୍ଡେ ।


ଗତ କିଛିଦିନ ତଳେ ମହିଳାଙ୍କ ସୁରକ୍ଷା, ମହିଳାଙ୍କୁ ସମ୍ମାନ ନେଇ ରାଜରାସ୍ତାରେ ନାରା ଦେଉଥିଲେ କଂଗ୍ରେସ କର୍ମୀ । ହେଲେ ସେହି କଂଗ୍ରେସ ଦଳର ନେତା ମହିଳାଙ୍କୁ ପୁଣି ଅପମାନ ଦେଇ ବିବାଦରେ ଫସିଛନ୍ତି । ପୂର୍ବରୁ କଂଗ୍ରେସର ମୁଖ୍ୟ ନେତା ରାହୁଲ ଗାନ୍ଧି ହୁଅନ୍ତୁ କି ସୋନିଆ ଗାନ୍ଧି, ଦେଶର ବରିଷ୍ଠ ତଥା ସର୍ବୋଚ୍ଚ ସ୍ଥାନରେ ରହିଥିବା ମହିଳାମାନଙ୍କୁ ଅନେକ ଥର ଅପମାନିତ କରିଥିବା ଘଟଣା ନଜିର ରହିଛି । ଆଉ ତାକୁ ହିଁ ଅନୁସରଣ କରୁଛନ୍ତି କଂଗ୍ରେସର ଅନ୍ୟ ନେତା ତଥା ମୁଖପାତ୍ରମାନେ । କର୍ଣ୍ଣାଟକର କଂଗ୍ରେସ MLA ଆର୍‌ବି ଦେଶପାଣ୍ଡେ କିଛି ଏମିତି ଅସମ୍ବେଦନଶୀଳ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ରହିଛନ୍ତି ।

କର୍ଣ୍ଣାଟକ ଉତ୍ତରକନ୍ନଡ ଜିଲ୍ଲା ହଲିୟାଲର କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ଜଣେ ମହିଳା ସାମ୍ବାଦିକା ଡାକ୍ତରଖାନା ନେଇ ପ୍ରଶ୍ନ ପଚାରିଥିଲେ । ସେ ପଚାରିଥିଲେ , "ଜୋଏଡା, ତାଲୁକରେ କେବେ ଏକ ଡାକ୍ତରଖାନା ତିଆରି କରାଯିବ ? କାରଣ ସେଠାରେ ଅନେକ ସମୟରେ ରୋଗୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷଭାବେ ଗର୍ଭବତୀ ମହିଳାମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।"

ଯାହାର ଉତ୍ତରରେ କଂଗ୍ରେସ ବିଧାୟକ କହିଥିଲେ, "ଚିନ୍ତା କରନି , ତୁମର ପ୍ରସବ ହଲିୟାଲରେ କରାଇ ଦିଆଯିବ "ସାମ୍ବାଦିକା ଜଣକ ଏପରି ଉତ୍ତର ବୁଝିନପାରି "କ'ଣ ସାର ?" ବୋଲି ପଚାରିବାରୁ ପୁଣିଥରେ ହସି ଥଟ୍ଟାର ସହ ବିଧାୟକ ଉତ୍ତର ଦେଇଥିଲେ, " ଯେତେବେଳେ ତୁମର ପ୍ରସବ ସମୟ ଆସିବ, ସେତେବେଳେ ହସ୍ପିଟାଲ ତିଆରି କରାଯିବ" ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶପାଣ୍ଡେଙ୍କ ଏପରି ମନ୍ତବ୍ୟକୁ ବିଭିନ୍ନ ମାହୋଲରେ ତୀବ୍ର ନିନ୍ଦା କରାଯାଇଛି । ମହିଳାଙ୍କ ପ୍ରତି ଏହା ଅପମାନ ବୋଲି ସମସ୍ତେ ପ୍ରତିକ୍ରିୟା ଦେଇଛନ୍ତି । ବିଜେପି ପକ୍ଷରୁ ଏହାକୁ କଂଗ୍ରେସର 'କୁତ୍ସିତ ମାନସିକତା' ବୋଲି କୁହାଯାଇଛି । ମହିଳାଙ୍କ ପ୍ରତି ଏପରି ଅନ୍ୟାୟକୁ ସହ୍ୟ କରିହେବନି , ଏବଂ ତୁରନ୍ତ ଦେଶପାଣ୍ଡେ ଗଣମାଧ୍ୟମ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ମାହୋଲରୁ ଦାବି କରାଯାଇଛି ।

ଏହାକୁ ନେଇ ସେହି ମହିଳା ସାମ୍ବାଦିକା ପ୍ରତିନିଧୀ ଜଣକ କହିଛନ୍ତି, "ଆମ ଚ୍ୟାନେଲ ପକ୍ଷରୁ ତାଙ୍କୁ କେବଳ ହସ୍ପିଟାଲ କେବେ ତିଆରି ହେବାନେଇ ପ୍ରଶ୍ନ କରାଯାଇଥିଲା । ହେଲେ ତାଙ୍କଠାରୁ ଏପରି ଉତ୍ତର ମିଳିବା ଆଶା କରାଯାଉନଥିଲା । ତାଙ୍କୁ ମୋ ଚ୍ୟାନେଲ ପକ୍ଷରୁ ମତେ ଏବଂ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ କ୍ଷମା ମାଗିବାକୁ କୁହାଯାଇଛି । ହେଲେ ତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଜବାବ ମିଳିପାରିନାହିଁ ।"

ସେହିପରି 'x'ରେ ଜନତା ଦଳ ସେକ୍ୟୁଲାର ହ୍ୟାଣ୍ଡେଲ ପକ୍ଷରୁ ଦେଶପାଣ୍ଡେଙ୍କ ଉଦ୍ଦେଶ୍ୟରେ ଟ୍ଵିଟ କରି କୁହାଯାଇଛି , "ତୁମର ଅହଂକାରୀ କଥା ମହିଳାଙ୍କ ପ୍ରତି ଅପମାନ"। ଜିଲ୍ଲା ପାଇଁ ଏକ ସୁପର-ସ୍ପେଶାଲିଟି ହସ୍ପିଟାଲ ପାଇଁ ଅନୁରୋଧ କରିଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କୁ, ତୁମେ ଏପରି ଉତ୍ତର ଦେବା ଅତ୍ୟନ୍ତ ଅପମାନଜନକ। ଏହା କ'ଣ ତୁମର ମହିଳାଙ୍କ ପ୍ରତି ସମ୍ମାନ ? ଏଥିସହ ତୁରନ୍ତ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗିବାକୁ ଦାବି କରାଯାଇଛି ।

ପୂର୍ବରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ 'ପୁଅର୍ ଲେଡି' ବୋଲି କହି ଅପମାନ ଦେଇଥିଲେ । ସେହପରି କିଛିଦିନ ତଳେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ମା'ଙ୍କୁ ଅସମ୍ମାନ କରି କହିଥିଲେ । ଏବେ ପୁଣି କଂଗ୍ରେସ ନେତାଙ୍କ ସାମ୍ବାଦିକାଙ୍କୁ ଏପରି ଅପମାନ , କଂଗ୍ରେସ ଦଳକୁ ଆହୁରି ବିବାଦ ମଧ୍ୟକୁ ଟାଣିନେଇଛି ।

Related Topics

Explore more stories

Sponsored
RV Deshpande | Congress MLA R. V. Deshpande's shocking reply to woman journalist | Argus News