Narendra Modi / ମୋଦିଙ୍କ ଖୁଲାସା... ଆସାମକୁ ପୂର୍ବ ପାକିସ୍ତାନ କରିବାକୁ ସାଂଘାତିକ ଷଡ୍ଯନ୍ତ୍ର !

Key Points
ଆସାମରେ କଂଗ୍ରେସ ଉପରେ ବର୍ଷିଲେ ମୋଦି । କଂଗ୍ରେସର ଅସଲିୟତ ପଦାରେ ପକାଇଲେ । ଖାଲି ସେତିକି ନୁହେଁ, ଆସାମ ପାଇଁ ହୋଇଥିବା ବିରାଟ ଷଡ୍ଯନ୍ତ୍ର କଥା ବି ଖୁଲମଖୁଲା ସମସ୍ତଙ୍କ ଆଗରେ ବଖାଣିଲେ । ଯାହାକୁ ଶୁଣିବା ପରେ ପୁରା ଆସାମବାସୀ ଚିନ୍ତାରେ ପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମର ଗୌହାଟିରେ ଏକ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି । ସେ କଂଗ୍ରେସ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ସେ କହିଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବର ବିକାଶ କଂଗ୍ରେସ ସରକାରଗୁଡ଼ିକର ଏଜେଣ୍ଡାରେ ନଥିଲା, ବରଂ ଆସାମକୁ ପୂର୍ବ-ପାକିସ୍ତାନର ଅଂଶ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା ।
ସେ କହିଥିଲେ, 'କଂଗ୍ରେସ ସରକାରରେ ଥିବା ଲୋକମାନେ କହୁଥିଲେ, 'ଆସାମ ଏବଂ ଉତ୍ତର-ପୂର୍ବକୁ କିଏ ଯାଏ?' ସେମାନେ ଭାବୁଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବକୁ ଆଧୁନିକ ବିମାନବନ୍ଦର, ଉନ୍ନତ ରେଳପଥ ଏବଂ ରାଜପଥର ଆବଶ୍ୟକତା ନାହିଁ। ଏହି ଚିନ୍ତାଧାରା ଯୋଗୁଁ, କଂଗ୍ରେସ ଦଶନ୍ଧି ଧରି ଏହି ସମଗ୍ର ଅଞ୍ଚଳକୁ ଅବହେଳା କରିଥିଲା। ଦଶନ୍ଧି ଧରି କଂଗ୍ରେସ କରିଥିବା ଭୁଲଗୁଡ଼ିକୁ ମୋଦୀ ସୁଧାରି ଚାଲିଛି । ମୋ ପାଇଁ ଆସାମର ବିକାଶ ଏକ ଜରୁରୀ ଆବଶ୍ୟକତା ଓ ଏକ ଉତ୍ତରଦାୟିତ୍ୱ' ।
ବାଂଲାଦେଶରେ ଏବେ ହିଂସା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି। କାରଣ ବାଂଲାଦେଶର ନେତାମାନେ ବାରମ୍ବାର ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଭାରତରୁ ଅଲଗା କରିବାକୁ ଧମକ ଦେଉଛନ୍ତି । ଏପରିକି ସେମାନେ ଭାରତର ସିଲିଗୁଡ଼ି କରିଡର ବା ଚିକେନ ନେକକୁ କାଟି ଦେବାକୁ ଧମକ ଦେଉଛନ୍ତି । ଜଣେ ବିଦ୍ରୋହୀ ନେତା ଧମକ ଦେଇଛନ୍ତି ଯେ ଭାରତର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ବାଂଲାଦେଶରେ ଆଶ୍ରୟ ଦିଆଯିବ । ଏପରି ସ୍ଥିତିରେ ଭାରତ ସରକାର ଉତ୍ତରପୂର୍ବରେ ଭିତ୍ତିଭୂମିର ବିକାଶ କରିବା ସହ ସେନା ଉପସ୍ଥିତି ବଢାଇଚାଲିଛି ।
ସେପଟେ ଆସାମ ଯିବା ପୂର୍ବରୁ ପଶ୍ଚିମବଙ୍ଗରେ ମଧ୍ୟ ମମତାଙ୍କ ଉପରେ ବର୍ଷିଥିଲେ ମୋଦି । ଆଉ ତାପରେ ଏକ୍ସ ପୋଷ୍ଟରେ ଖୋଲିଥିଲେ ଦିଦିଙ୍କ ପୋଲ୍ । ପଶ୍ଚିମବଙ୍ଗରେ ଚାଲିଥିବା ମହାଜଙ୍ଗଲରାଜ ହଟାଇବାକୁ ଦେଲେ ରଣ ହୁଙ୍କାର। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଛନ୍ତି ମମତା। ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ମୋଦି। ନାରୀଶକ୍ତିଙ୍କ ଅପରାଧୀଙ୍କୁ ଆଶ୍ରୟ ଦେଉଛନ୍ତି ପଶ୍ଚିମବଙ୍ଗ ସରକାର। ବିଜେପି ଆସିଲେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବ ବୋଲି ଲେଖିଛନ୍ତି ମୋଦି। ଏଥି ସହ CAA ରାଜ୍ୟର ମତୁଆ ଏବଂ ନାମସୁଦ୍ରା ଗୋଷ୍ଠୀଙ୍କ ଅଧିକାରକୁ ସୁରକ୍ଷା ଦେଇଥିବା ଲେଖିଛନ୍ତି ମୋଦି।
📱 Get Argus News App
✨Related Topics
Explore more stories