|
logo
Live

Argus News - 'CAG ରିପୋର୍ଟରେ ଯାହା ନାହିଁ, CBI-ED ପାଖରେ ଆହୁରି ତଥ୍ୟ ରହିଛି'

National

'CAG ରିପୋର୍ଟରେ ଯାହା ନାହିଁ, CBI-ED ପାଖରେ ଆହୁରି ତଥ୍ୟ ରହିଛି'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'CAG ରିପୋର୍ଟରେ ଯାହା ନାହିଁ, CBI-ED ପାଖରେ ଆହୁରି ତଥ୍ୟ ରହିଛି'

CAG ରିପୋର୍ଟରେ ଯାହା ଅଛି, ତାଠୁ ଅଧିକ ତଥ୍ୟ ରହିଛି ଇଡି ଏବଂ ସିବିଆଇ ପାଖରେ । ତାଙ୍କ ପାଖରେ ଥିବା ରିପୋର୍ଟ ଆହୁରି ସାଂଘାତିକ । ଏଭଳି କହିଛନ୍ତି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ । ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ପୂର୍ବତନ ଆପ୍‌ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ ‌କ୍ଷତି ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରିଥିଲେ।

ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଛି। ୨୦୨୧ ନଭେମ୍ବରରେ ଏହି ତ୍ରୁଟିପୂର୍ଣ୍ଣ ଅବକାରୀ ନୀତି କାର୍ଯ୍ୟକାରୀ ହୋଇଥିବାବେଳେ ୨୦୨୨ ସେପ୍ଟେମ୍ବରରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। ଏହି ନୀତିରେ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ନେତାମାନଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା।

ତେବେ ଲାଇସେନ୍ସ ଦେବା ପ୍ରକ୍ରିୟାରେ ବି ନିୟମର ଉଲ୍ଲଂଘନ କରାଯାଇଥିବା CAG ରିପୋର୍ଟରେ ଦର୍ଶାଯାଇଥିଲା । ଏଥିସହ ରଦ୍ଦ ହୋଇ ସାରିଥିବା ଅବକାରୀ ନୀତି ପ୍ରସ୍ତୁତି ସମୟରେ କିଛି ପରିବର୍ତ୍ତନ କରିବା ପାଇଁ ବିଶେଷଜ୍ଞ କମିଟି କିଛି ପରାମର୍ଶ ଦେଇଥିଲେ ମଧ୍ୟ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଏହାକୁ ଗ୍ରହଣ କରିନଥିଲେ ବୋଲି ରିପୋର୍ଟ‌ରେ ଦାବି ହୋଇଥିଲା ।

ଅନ୍ୟପଟେ ସନ୍ଦୀପ ଦିକ୍ଷିତ ସିଧା ସଳଖ କହିଛନ୍ତି ମଦ ଦୁର୍ନୀତି ମାମଲାରେ ସିବିଆଇ ଓ ଇଡିର ତଦନ୍ତ ରିପୋର୍ଟରେ ଆହୁରି ଗମ୍ଭୀର ପ୍ରସଙ୍ଗ ରହିଛି । 'ରିପୋର୍ଟ ଦର୍ଶାଉଛି ଯେ କିପରି କିଛି ଲୋକଙ୍କୁ ହେରଫେର ମାଧ୍ୟମରେ ଲାଭ ମିଳିଛି, ଯେଉଁଠାରେ ସେମାନଙ୍କୁ ଦୁଇଟି ଦୋକାନ ମିଳିବା କଥା, ସେମାନଙ୍କ ୫୪ଟି ଦୋକାନ ମିଳିଛି। ଯେଉଁ ଅଞ୍ଚଳରେ ଲାଭ ମିଳିପାରିବ ସେଠାରେ ବଣ୍ଟନ ଅଧିକ କରାଯାଇଛି। ନୀତି ପ୍ରଚଳନ ପୂର୍ବରୁ, ପ୍ରତ୍ୟେକ ଠିକାଦାର ଜାଣିଥିଲେ ଯେ ଏକ ନୀତି ଆସୁଛି।'

ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, 'କଣ୍ଟ୍ରାକ୍ଟର, ଦକ୍ଷିଣ ଭାରତର ମଦ ମାଫିଆ ଏବଂ ଆମ୍ ଆଦମୀ ପାର୍ଟିର ବଡ଼ ନେତାଙ୍କ ମଧ୍ୟରେ ଆଲୋଚନା ଏବଂ କାରବାର ଚୁକ୍ତିନାମା ପରେ ନୀତି ପ୍ରସ୍ତୁତ କରାଯାଇଥିଲା। ଯେତେବେଳେ ଏକ ନୀତି ଭୁଲ ଭାବରେ ପ୍ରସ୍ତୁତ ହୁଏ, ଏହାର ଅର୍ଥ ହେଉଛି ଏହାକୁ ତିଆରି କରିବାରେ ଏକ ଭିନ୍ନ ପଦ୍ଧତି ଗ୍ରହଣ କରାଯାଇଥାଏ। ଠିକାଦାର ଏବଂ ନିର୍ମାତାଙ୍କ ମଧ୍ୟରେ ସଲାସୁତୁରା ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'CAG ରିପୋର୍ଟରେ ଯାହା ନାହିଁ, CBI-ED ପାଖରେ ଆହୁରି ତଥ୍ୟ ରହିଛି' | Argus News