Cauvery Row / ନିଜ ସରକାର ବିରୋଧରେ କଂଗ୍ରେସ, ବିଜୟଙ୍କ ଦେଲା ସାଥ୍
·2 hours ago·2 min read

Key Points
କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାତୁ ଡ୍ୟାମକୁ ନେଇ ତାମିଲନାଡ଼ୁ ଓ କର୍ଣ୍ଣାଟକ ମୁହାଁମୁହିଁ । ମେକେଦାତୁ ଡ୍ୟାମକୁ ବିରୋଧ । ବିଧାନସଭାରେ ଆସିଲା ପ୍ରସ୍ତାବ । ସରକାର ବିରୋଧରେ ଯାଇ ସମର୍ଥନ କଲା କଂଗ୍ରେସ ।
ଚେନ୍ନାଇ: ଦଳ ନୁହଁ ଜଳ ଆଗ । କାବେରୀ ନଦୀକୁ ନେଇ ତାମିଲନାଡ଼ୁ ଓ କର୍ଣ୍ଣାଟକ ୨ ରାଜ୍ୟ ମଧ୍ୟରେ ଲଢ଼େଇ ଚାଲିଛି । କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାତୁ ଡ୍ୟାମକୁ ନେଇ ଦୁଇ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ପ୍ରସ୍ତାବିତ ମେକେଦାତୁ ଡ୍ୟାମକୁ ବିରୋଧ କରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ପ୍ରସ୍ତାବ ଆଣିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଜୟ ଆଣିଥିବା ପ୍ରସ୍ତାବକୁ ତାମିଲନାଡ଼ୁ ବିଧାନସଭାରେ ମିଳିଛି ସମସ୍ତଙ୍କ ସମର୍ଥନ । ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଛି । ସମସ୍ତ ରାଜନୈତିକ ଦଳଙ୍କୁ ମତଭେଦ ଭୁଲି ରାଜ୍ୟର କୃଷକ ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ବଞ୍ଚାଇବା ପାଇଁ ନିବେଦନ କରିଥିଲେ ବିଜୟ ।
ଏଥିସହ ପଢ଼ନ୍ତୁ: ଟେଲିଗ୍ରାମକୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା, ୨୨ ଜୁନ୍ ଯାଏଁ ଟେଲିଗ୍ରାମ୍ ବ୍ୟାନ୍
ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ନିବେଦନକୁ ସମସ୍ତଙ୍କ ସମର୍ଥନ ମିଳିଛି । କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଛନ୍ତି ଡିକେ ଶିବକୁମାର । ପ୍ରସ୍ତାବିତ ମେକେଦାତୁ ଡ୍ୟାମକୁ ତାମିଲନାଡ଼ୁ ବିରୋଧ କରି ବିଧାନସଭାରେ ପ୍ରସ୍ତାବ ପାରିତ କରିଛି । ଯାହାକୁ ନେଇ କର୍ଣ୍ଣାଟକ କହିଛି, ଆମେ ଆମ ରାଜ୍ୟର ସ୍ଵାର୍ଥ ରକ୍ଷା ଯେମିତି ହେଲେ ବି କରିବୁ ।
ପ୍ରକଳ୍ପ ଅନୁମୋଦନ ନ କରୁ କେନ୍ଦ୍ର
ବିଧାନସଭାରେ ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି, "ଜଳ ସମ୍ବଳ ସିଧାସଳଖ କୃଷକଙ୍କ କଲ୍ୟାଣ ଓ ରାଜ୍ୟର ଅର୍ଥ ବ୍ୟବସ୍ଥା ସହ ଜଡ଼ିତ । ତାମିଲନାଡ଼ୁର ଜଳ ଅଧିକାରର ରକ୍ଷା କରିବା ସରକାରଙ୍କ ଦାୟିତ୍ଵ ।" ଏଥିସହ କେନ୍ଦ୍ର ସରକାରଙ୍କ ଆଗରେ ଅନେକ ଦାବି କରିଛନ୍ତି ବିଜୟ ।
ରାଜ୍ୟ ସ୍ଵାର୍ଥ୍ୟ ଆଗ
ଏହି ପ୍ରସଙ୍ଗକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । କାରଣ କର୍ଣ୍ଣାଟକରେ ରହିଛି କଂଗ୍ରେସ ସରକାର । ଯେତେବେଳେ କି ତାମିଲନାଡ଼ୁରେ ଅଳ୍ପସଂଖ୍ୟକ TVK ସରକାରର ସହଯୋଗୀ ହେଉଛି କଂଗ୍ରେସ ।
ଏଥିସହ ପଢ଼ନ୍ତୁ: ବାନ୍ଧିଲେ, ପିଟିଲେ, ମୂତ୍ର ପିଆଇଲେ; ଛୁଆ ଆଗରେ ମାଆକୁ ବାପାର ନିର୍ଯାତନା
ଏହି ରାଜନୈତିକ ସମୀକରଣ ପରେ ବି ତାମିଲନାଡ଼ୁର କଂଗ୍ରେସ ମନ୍ତ୍ରୀ ରାଜେଶ ଏହି ପ୍ରସ୍ତାବକୁ ପ୍ରଥମେ ସମର୍ଥନ ଦେଇଛନ୍ତି । ଶକ୍ତି ମନ୍ତ୍ରୀ ସିଟିଆର୍ ନର୍ମଳ କୁମାର ସ୍ପଷ୍ଟ କରିଛନ୍ତି ଯେ, ମେକେଦାତୁ ଡ୍ୟାମକୁ ବିରୋଧ ପାଇଁ ମେଣ୍ଟର କୌଣସି ଚାପ ନାହିଁ ।
ସେହିଭଳି MMK ନେତା ଏମଏଚ୍ ଜବାହିରୁଲାହ କଂଗ୍ରେ ନେତାଙ୍କୁ ନିବେଦନ କରି କହିଛନ୍ତି, "ସେମାନେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ କାବେରୀ ନିଷ୍ପତ୍ତି ଓ ତଳେ ଥିବା ରାଜ୍ୟର ଅଧିକାରକୁ ସମ୍ମାନ ଦେବାକୁ ପରାମର୍ଶ ଦିଅନ୍ତୁ ।"

- କର୍ଣ୍ଣାଟକର ପ୍ରସ୍ତାବିତ ମେକେଦାତୁ ଡ୍ୟାମ ଓ ତାର DPRକୁ କୌଣସି ପ୍ରକାରେ କେନ୍ଦ୍ର ସରକାର ଅନୁମତି ନ ଦିଅନ୍ତୁ ।
- ଏହି ପ୍ରକଳ୍ପ ସହ ଆଗକୁ ନ ବଢ଼ିବାକୁ କେନ୍ଦ୍ର ସରକାର, କର୍ଣ୍ଣାଟକକୁ ପରାମର୍ଶ ଦେବାକୁ ନିବେଦନ ।
- କାବେରୀ ବେସିନ୍ରେ ଅନ୍ୟ ରାଜ୍ୟର ସହମତି ଓ କେନ୍ଦ୍ରର ଅନୁମୋଦନ ବିନା ଆଗକୁ କେହି ଡ୍ୟାମ୍ କିମ୍ବା ଅନ୍ୟ ଜଳ ଭଣ୍ଡାର ପ୍ରକଳ୍ପ କରିବେ ନାହିଁ ।
ରାଜ୍ୟ ସ୍ଵାର୍ଥ୍ୟ ଆଗ
ଏହି ପ୍ରସଙ୍ଗକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । କାରଣ କର୍ଣ୍ଣାଟକରେ ରହିଛି କଂଗ୍ରେସ ସରକାର । ଯେତେବେଳେ କି ତାମିଲନାଡ଼ୁରେ ଅଳ୍ପସଂଖ୍ୟକ TVK ସରକାରର ସହଯୋଗୀ ହେଉଛି କଂଗ୍ରେସ ।
ଏଥିସହ ପଢ଼ନ୍ତୁ: ବାନ୍ଧିଲେ, ପିଟିଲେ, ମୂତ୍ର ପିଆଇଲେ; ଛୁଆ ଆଗରେ ମାଆକୁ ବାପାର ନିର୍ଯାତନା
ଏହି ରାଜନୈତିକ ସମୀକରଣ ପରେ ବି ତାମିଲନାଡ଼ୁର କଂଗ୍ରେସ ମନ୍ତ୍ରୀ ରାଜେଶ ଏହି ପ୍ରସ୍ତାବକୁ ପ୍ରଥମେ ସମର୍ଥନ ଦେଇଛନ୍ତି । ଶକ୍ତି ମନ୍ତ୍ରୀ ସିଟିଆର୍ ନର୍ମଳ କୁମାର ସ୍ପଷ୍ଟ କରିଛନ୍ତି ଯେ, ମେକେଦାତୁ ଡ୍ୟାମକୁ ବିରୋଧ ପାଇଁ ମେଣ୍ଟର କୌଣସି ଚାପ ନାହିଁ ।
ସେହିଭଳି MMK ନେତା ଏମଏଚ୍ ଜବାହିରୁଲାହ କଂଗ୍ରେ ନେତାଙ୍କୁ ନିବେଦନ କରି କହିଛନ୍ତି, "ସେମାନେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ କାବେରୀ ନିଷ୍ପତ୍ତି ଓ ତଳେ ଥିବା ରାଜ୍ୟର ଅଧିକାରକୁ ସମ୍ମାନ ଦେବାକୁ ପରାମର୍ଶ ଦିଅନ୍ତୁ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories