|
logo
Live

Argus News - ହିନ୍ଦୁଙ୍କୁ ଭାଗଭାଗ କରିବାକୁ ଚାହୁଁଛି କଂଗ୍ରେସ :ଗିରିରାଜ

National

ହିନ୍ଦୁଙ୍କୁ ଭାଗଭାଗ କରିବାକୁ ଚାହୁଁଛି କଂଗ୍ରେସ :ଗିରିରାଜ

Sangram Tripathy
Browse all articles by Sangram Tripathy
·1 year ago·3 min read
ହିନ୍ଦୁଙ୍କୁ ଭାଗଭାଗ କରିବାକୁ ଚାହୁଁଛି କଂଗ୍ରେସ :ଗିରିରାଜ

ଅର୍ଗସ ବ୍ୟୁରୋ:ହିନ୍ଦୁଙ୍କୁ ଜାତି ଆଧାରରେ ବାଣ୍ଟିବା ପାଇଁ ରାଜନୀତି ଗତ କିଛି ଦିନ ଧରି ଜୋର ଧରିବାର ଲାଗିଛି। ଏହା ସେହି ରାଜନୀତି ଯାହାର ରକ୍ତ ଲୋକସଭା ନିର୍ବାଚନ ବେଳୁ କଂଗ୍ରେସ ମୁହଁରେ ଲାଗିସାରିଛି। ସେଇଥିପାଇଁ ତ ଗତ ହରିୟାଣ ବିଧାନସଭା ନିର୍ବାଚନରେ ବି ତାର ପ୍ରଭାବ ଦେଖିବାକୁ ମିଳିଲା। ଆଗକୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ ଓ ବିହାରରେ ନିର୍ବାଚନ ହେବାକୁ ଯାଉଛି। ତେଣୁ ଜାତି ନାଁରେ ହିନ୍ଦୁ ଏକତାକୁ ଭାଙ୍ଗିବା ବାଲା ଏହି ରାଜନୀତି ଅଧିକ ଆକ୍ରାମକ ହେବା ପୂର୍ବରୁ ହିନ୍ଦୁ ସମାଜକୁ ସତର୍କ କରାଇବାକୁ ଅଣ୍ଟା ଭିଡ଼ିଛି ବିଜେପି। ଜାତି ରାଜନୀତିର କାଟ ପାଇଁ ଆକ୍ରାମକ ରଣନୀତିର ଆବଶ୍ୟକତା ରହିଛି। ସେଥିପାଇଁ ତ ବିଧାନସଭା ନିର୍ବାଚନ ଫଳ ଆସିବା ପୂର୍ବରୁ ହିଁ ନିଜେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗକୁ ଉଠାଇଛନ୍ତି । ପିଏମ୍ ମୋଦି ହିନ୍ଦୁ ଏକତା କଥା ଏଥିପାଇଁ କହୁଛନ୍ତି କାରଣ ତାଙ୍କୁ କ୍ଷମତାରୁ ହଟାଇବା ଚକ୍କରରେ ବିରୋଧୀ ହିନ୍ଦୁଙ୍କୁ ଜାତି ଆଧାରରେ ବାଣ୍ଟିବାରେ ଲାଗିଛନ୍ତି। ସେମାନେ ଏକଥା ଭୁଲି ଯାଇଛନ୍ତି ଯଦି ହିନ୍ଦୁ ସମାଜ ବିଭାଜିତ ହୋଇଯିବ ଭାରତକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ସେଇଥିପାଇଁ ତ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ନିକଟରେ ରାଜସ୍ଥାନରେ ସମାନ ପ୍ରସଙ୍ଗ ଉଠାଇ ଦେଶର ସୁରକ୍ଷା ପାଇଁ ହିନ୍ଦୁଙ୍କୁ ଏକଜୁଟ୍ ହେବାକୁ ଆହ୍ବାନ ଦେଇଥିଲେ। କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଯାଏ ସମସ୍ତେ ହିନ୍ଦୁ ଏକତା ଉପରେ ଜୋର ଦେଉଛନ୍ତି। ହିନ୍ଦୁଙ୍କ ଉପରେ ଏପରି କେଉଁ ବିପଦ ଆସିବାକୁ ଯାଉଛି। ମୋହନ ଭାଗବତ ଜାଣିଛନ୍ତି ଯେପର୍ଯ୍ୟନ୍ତ ଭାରତରେ ହିନ୍ଦୁ ଏକ ରହିବେ ଭାରତ ସୁରକ୍ଷିତ ରହିବ। ଆଉ ଯଦି ହିନ୍ଦୁ ଭାଷା, ଜାତି, ପ୍ରଦେଶ ନାଁରେ ବିଭାଜିତ ହୋଇଯିବେ ତାହାଲେ ଭାରତର ସୁରକ୍ଷା ବିପଦରେ ପଡ଼ଯିବ। ସେଥିପାଇଁ ତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରମ୍ବାର ହିନ୍ଦୁ ସମାଜକୁ କହୁଛନ୍ତି ବଟୋଗେ ତୋ କଟୋଗେ। ଏବେ ଆଉ ଦୁଇ ପାଦ ଆଗକୁ ବଢି ଖାସ୍ ହିନ୍ଦୁ ସମାଜକୁ ଏକଜୁଟ କରିବା ଉଦ୍ଦେଶ୍ୟରେ ହିନ୍ଦୁ ସ୍ବାଭିମାନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ଖାଲି ସେତିକି ନୁହେଁ ଭାରତ ପାକିସ୍ତାନ ବିଭାଜନ ସମୟରୁ ହିଁ ହିନ୍ଦୁ ଏକତା ଭାଙ୍ଗିବାକୁ କିଭଳି ଷଡ଼ୟନ୍ତ୍ର ହୋଇଥିଲା ତାର ଉଦାହରଣ ଦେଇଛନ୍ତି ଗିରିରାଜ। ଗିରିରାଜଙ୍କ ଏହି ହିନ୍ଦୁ ସ୍ବାଭାମାନ ଯାତ୍ରା ଜାତି ରାଜନୀତି ଆଧାରରେ ବଞ୍ଚି ରହିଥିବା ରାଜନୈତିକ ଦଳଙ୍କୁ ସହ୍ୟ ହେବ କେମିତି ।


 ମୋଦି ହିନ୍ଦୁ ଏକତା ପ୍ରସଙ୍ଗ ଉଠାଇବା ପଛରେ ମୁଖ୍ୟ କାରଣ ହେଉଛି ଭାରତର ଆଭ୍ୟନ୍ତରୀଣ ରାଜନୀତି। କାରଣ ଇଣ୍ଡି ମେଣ୍ଟ ଜାଣିଶୁଣି ଜାତି ରାଜନୀତିକୁ ପ୍ରଶ୍ରୟ ଦେଉଛି। ‍ରାହୁଲ ଗାନ୍ଧି ବାରମ୍ବାର ଜାତି ଜନଗଣନା ପାଇଁ ଦାବି କରୁଛନ୍ତି। ଏପରିକି ବଜେଟ୍ ପ୍ରସ୍ତୁତ କରୁଥିବା ଅଧିକାରୀଙ୍କ ଜାତି ପଚାରି ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ମିସ୍ ଇଣ୍ଡିଆ ପ୍ରତିଯୋଗୀତା ବିଜେତାଙ୍କ ଜାତିକୁ ବି ନେଇ ପ୍ରଶ୍ନ ଉଠାଉଛନ୍ତି। ରାହୁଲ ଗାନ୍ଧି ପ୍ରତ୍ୟେକ ବିଷୟକୁ ଜାତି ସହ ଏବେ ଯୋଡୁଛନ୍ତି।  ହୋଇପାରେ ରାହୁଲ ଗାନ୍ଧିଙ୍କର ଏହି ପ୍ରଯାସ ଯୋଗୁଁ ଇଣ୍ଡି ମେଣ୍ଟକୁ କିଛି ରାଜ୍ୟରେ କ୍ଷମତା ମିଳିଯାଇପାରେ। କିନ୍ତୁ ଏହି ରାଜନୀତି ଦେଶପାଇଁ ବିପଦ। ଭବିଷ୍ୟତରେ ଏହାର ପରିଣାମ ଭୟଙ୍କର ହୋଇପାରେ। ସେଥିପାଇଁ ମୋଦି ଏହି ବିପଦରୁ ବର୍ତ୍ତିବା ପାଇଁ ଦେଶବାସୀଙ୍କୁ ସତର୍କ କରାଉଛନ୍ତି। ଅତୀତରୁ ଶିକ୍ଷା ନେବା କଥା କହୁଛନ୍ତି। କାରଣ ୧୯୯୦ରେ ଦେଶରେ ଜାତିକୁ ନେଇ ରାଜନୀତି ଜୋର ଧରିଥିଲା। କାହାର ଧ୍ୟାନ କାଶ୍ମୀର ପଣ୍ଡିତଙ୍କ  ସମସ୍ୟା ପ୍ରତି ଗଲା ନାହିଁ। ସେମାନଙ୍କୁ ଅତ୍ୟାଚାର କରି ନିଜ ଭିଟାମାଟିରୁ ତଡ଼ି ଦିଆଗଲା। ମଣ୍ଡଳ ରାଜନୀତି ସମୟରେ ହିଁ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିଲା ଅତ୍ୟାଚାର। ସେହି ପରି ରାମ ମନ୍ଦିର କଥା ବି ଦେଖନ୍ତୁ। ଯେଉଁ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଜାତି ରାଜନୀତିରେ ଫସିକି ରହିଥିଲା ସେ ଯାଏଁ ରାମ ମନ୍ଦିର ନିର୍ମାଣ ଅସମ୍ଭବ ଲାଗୁଥିଲା।

ହିନ୍ଦୁ ସମାଜ ୟୁପିରେ ଯେବେ ଏକ ହେଲା, ସମସ୍ତେ ଜୋର ଲାଗଇଲେ। ଆଇନ ଲଢେଇରେ ବିଜୟ ମିଳିଲା ଆଉ ରାମ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଲା। ମୋଦି ଯେବେଠୁ ଦେଶର ଶାସନ ଡୋରୀ ଧରିଛନ୍ତି ଦେଶର ହିନ୍ଦୁ ସମାଜକୁ ଏକ କରିବାକୁ ପ୍ରୟାସ କରିଆସିଛନ୍ତି। ସେଥିପାଇଁ ତ ହିନ୍ଦୁଙ୍କୁ ଅଯୋଧ୍ୟା ସହ କାଶୀ ଓ ମଥୁରାରେ ହୋଇଥିବା ଷଡ଼ଯନ୍ତ୍ର ବୁଝା ପଡ଼ିଛି। କିନ୍ତୁ ଯଦି ଲୋକେ ଜାତି ଆଧାରରେ ଭାଗ ଭାଗ ହୋଇଯିବେ। ହିନ୍ଦୁ ଏକତା ରହିବ ନାହିଁ  ଗତ ୧୦ ବର୍ଷରେ ଯେଉଁ ପ୍ରୟାସ ହୋଇଛି ତାହା ମଧ୍ୟ ବେକାର ହୋଇଯିବ। ତେଣୁ ସମସ୍ତଙ୍କୁ ସଜାଗ ହେବାକୁ ପଡିବ,ଏକତାରେ ବାନ୍ଦି ହୋଇ ରହିବାକୁ ପଡିବ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହିନ୍ଦୁଙ୍କୁ ଭାଗଭାଗ କରିବାକୁ ଚାହୁଁଛି କଂଗ୍ରେସ :ଗିରିରାଜ | Argus News