Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମସ୍କଙ୍କୁ ମହାଠକ ସୁକେଶର କୋଟି କୋଟି ଅଫର !

National

ମସ୍କଙ୍କୁ ମହାଠକ ସୁକେଶର କୋଟି କୋଟି ଅଫର !

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମସ୍କଙ୍କୁ ମହାଠକ ସୁକେଶର କୋଟି କୋଟି ଅଫର !

ଜେଲରୁ ଚିଠି ଲେଖିଲା ମହାଠକ । କାହାକୁ ଚିଠି ଏବଂ କାହିଁକି ଚିଠି ଲେଖିଲା ସୁକେଶ ଚନ୍ଦ୍ରଶେଖର ତାକୁ ନେଇ ଚର୍ଚ୍ଚା। କେବଳ ସେତିକି ନୁହେଁ ଚିଠି କଣ ଲେଖା ହୋଇଛି ତାହା ଜାଣିବାକୁ ସମସ୍ତେ ଆଗ୍ରହ। ୨୦୦ କୋଟି ଟଙ୍କା ମନିଲଣ୍ଡ୍ରିଂ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖର ଜେଲରେ ଅଛି। କିନ୍ତୁ ଜେଲ ଭିତରୁ କେତେବେଳେ ବଲିଉଡ ଅଭିନେତ୍ରୀଙ୍କୁ ଚିଠି ତ ପୁଣି କେବେ କାହାକୁ ଉପହାର। କିନ୍ତୁ ବର୍ତ୍ତମାନ ସୁକେଶ ଏଲନ ମସ୍କଙ୍କୁ ଚିଠି ଲେଖିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଲାଇମଲାଇଟରେ ଆସିବା ପାଇଁ ଜେଲରୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସୁକେଶ ମସ୍କଙ୍କ କମ୍ପାନୀ ‘X’ରେ ୨ ବିଲିୟନ ଡଲାର ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ସୁକେଶ ଏହି ଚିଠିଟି ମସ୍କଙ୍କୁ DOGE ପାଇଁ ଅଭିନନ୍ଦନ ଜଣାଇ ଆରମ୍ଭ କରିଥିଲେ ଏବଂ ଏହା ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଶା ମଧ୍ୟ ପ୍ରକାଶ କରିଥିଲେ। ସୁକେଶ ଲେଖିଛନ୍ତି, ଏହି ଚିଠି ଲେଖିବାର କାରଣ ହେଉଛି ମୁଁ ଜାଣିଲି ଯେ ଆପଣ ଏକ୍ସ ପାଇଁ ନିବେଶ ବୃଦ୍ଧି କରିବା ପାଇଁ ଆଲୋଚନା କରୁଛନ୍ତି, ଏହା ଏପରି ଏକ ସୁଯୋଗ ନୁହେଁ ଯାହାକୁ ମୁଁ ହାତଛଡ଼ା କରିପାରିବି।

ସୁକେଶ ଆହୁରି ଲେଖିଛନ୍ତି, ମୁଁ ମସ୍କଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଆପଣଙ୍କ କମ୍ପାନୀ Xରେ ନିବେଶ କରିବାକୁ ପ୍ରସ୍ତୁତ ଏବଂ ଏବେ ୧ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ ଚାହୁଁଛି। ଆସନ୍ତା ବର୍ଷ ଆଉ ୧ ବିଲିୟନ ଆମେରିକୀୟ ଡଲାର ନିବେଶ କରିବି। ମୋଟ ନିବେଶ $୨ ବିଲିୟନ ହେବ। ଆପଣ ଯାହା ସୃଷ୍ଟି କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ ଏବଂ ତାହାର ଏକ ଅଂଶ ହେବା ମୋ ପାଇଁ ଏକ ମହାନ କଥା।


ଜେଲ ଭିତରୁ ସୁକେଶର ଏହି ଚିଠି ବର୍ତ୍ତମାନ ଭାଇରାଲ ହେବା ପରେ ସବୁଠି ଚର୍ଚ୍ଚା ଜୋର ଧରିଛି। ସୁକେଶ ଦୀର୍ଘ ଦିନ ହେବ ଜେଲରେ ରହିଲାଣି। ଏହା ପୂର୍ବରୁ ଜ୍ୟାଙ୍କଲିନ ଏବଂ ଚଳଚ୍ଚିତ୍ର ନିର୍ମାତା ଆନନ୍ଦ କୁମାରଙ୍କୁ ଚିଠି ଲେଖିଥିଲେ ସୁକେଶ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Conman Sukesh pitches $2 bn investment to Elon Musk for X, from jail | Argus News