Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୪୪ ବର୍ଷ ପରେ ସଂଯୋଗ: ପ୍ରୟାଗରାଜରେ ଆରମ୍ଭ ହୋଇଛି ଆସ୍ଥାର ସଙ୍ଗମ

National

୧୪୪ ବର୍ଷ ପରେ ସଂଯୋଗ: ପ୍ରୟାଗରାଜରେ ଆରମ୍ଭ ହୋଇଛି ଆସ୍ଥାର ସଙ୍ଗମ

Ritu Das
Browse all articles by Ritu Das
·1 year ago·2 min read
୧୪୪ ବର୍ଷ ପରେ ସଂଯୋଗ: ପ୍ରୟାଗରାଜରେ ଆରମ୍ଭ ହୋଇଛି ଆସ୍ଥାର ସଙ୍ଗମ

ଅର୍ଗସ ବ୍ୟୁରୋ: ହଜାର ବର୍ଷର ଇତିହାସ। ୧୨ ବର୍ଷର ଅପେକ୍ଷା ଏବଂ ୧୪୪ ବର୍ଷ ପରେ ସଂଯୋଗ। ପ୍ରୟାଗରାଜରେ ଆରମ୍ଭ ହୋଇଛି ଆସ୍ଥାର ସଙ୍ଗମ । ୪୫ ଦିନ ଧରି ଚାଲିବାକୁ ଥିବା ଆସ୍ଥାର ସବୁଠୁ ବଡ ମହାପର୍ବରେ ପାଖାପାଖି ୪୦ କୋଟିରୁ ଅଧିକ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି । ପୌଷ ପୂର୍ଣ୍ଣିମାର ଏହି ପବିତ୍ର ଦିନରେ ମହାକୁମ୍ଭ ମେଳାରେ ପ୍ରଥମ ଦିନରେ ୫୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାସ୍ନାନ କରି ସାରିଛନ୍ତି । ପାଖାପାଖି ୪ ହଜାର ହେକ୍ଟର ଅଞ୍ଚଳରେ ଆୟୋଜିତ ଏହି ମହାପର୍ବ ଫେବୃଆରି ୨୬ ଯାଏଁ ଚାଲିବ । ଯାହାଫଳରେ ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହନ ମିଳିବ । ଏଥିପାଇଁ ଯୋଗୀ ସରକାର ପାଖାପାଖି ୭ ହଜାର କୋଟିର ବଜେଟ୍ ଆବଣ୍ଟିତ କରିଛନ୍ତି । ଆଉ ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିରେ ମହାକୁମ୍ଭରୁ ପାଖାପାଖି ୨ ଲକ୍ଷ କୋଟି ଯୋଡ଼ି ହେବା ଆଶା ରଖିଛନ୍ତି ସରକାର ।


ଆସିବାକୁ ଥିବା ୪୦ କୋଟି ଶ୍ରଦ୍ଧାଳୁ ଯଦି ଅତିକମରେ ୫ ହଜାର ଟଙ୍କା ଖର୍ଚ୍ଚ କରନ୍ତି ତେବେ ଏହା ୨ ଲକ୍ଷ କୋଟିର ଆୟ ହୋଇପାରେ। ଏହାପୂର୍ବରୁ ୨୦୧୯ରେ ଅର୍ଦ୍ଧକୁମ୍ଭ ମେଳା ରାଜ୍ୟ ଅର୍ଥନୀତିରେ ୧.୨ ଲକ୍ଷ କୋଟିର ଯୋଗଦାନ କରିଥିଲା। ଯେତେବେଳେ କି ୨୪ କୋଟି ଶ୍ରଦ୍ଧାଳୁ ମେଳାରେ ପହଞ୍ଚିଥିଲେ । ତେବେ ମହାକୁମ୍ଭ ପାଇଁ ଜିଡିପିରେ ୧ ପ୍ରତିଶତ ଅଭିବୃଦ୍ଧି ଆଶା କରାଯାଉଛି । ତେବେ ଏକ ନ୍ୟୁଜ ଏଜେନ୍ସିରେ ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ହାରାହାରି ଖର୍ଚ୍ଚ ୧୦ ହଜାର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଯାହାଫଳରେ ଏହା ୪ ଲକ୍ଷ କୋଟି ହୋଇପାରେ । ଏଥିରେ ନୋମିନାଲ୍ ଏବଂ ରିଅଲ୍ ଜିଡିପି ଉଭୟରେ ୧ ପ୍ରତିଶତରୁ ଅଧିକ ବୃଦ୍ଧି ହେବା ନେଇ ଆଶା କରାଯାଉଛି । କେଉଁ ବିଭାଗରୁ କେତେ ଆୟ ହେବ ? ଅଖିଳ ଭାରତୀୟ ବ୍ୟବସା।ୟୀ ସଂଘର ସୂଚନା ଅନୁସାରେ ପ୍ୟାକେଜ୍ ଖାଦ୍ୟ, ପାଣି, ବିସ୍କୁଟ୍ , ଜୁସ୍ ଏବଂ ମିଲ୍ସ ସହ ଫୁଡ୍ ଏବଂ ବେଭରେଜ୍ କ୍ଷେତ୍ରରେ ମୋଟ୍ ୨୦ ହଜାର କୋଟି ବ୍ୟବସାୟ ହୋଇପାରେ । ସେହିପରି ଧାର୍ମିକ ବସ୍ତୁ ଯେମିତିକି ପ୍ରସାଦ, ଦୀପ, ଗଙ୍ଗାଜଳ, ମୂର୍ତ୍ତି, ଅଗରବତୀ, ଧାର୍ମିକ ପୁସ୍ତକ ଆୟର ଆଉ ଏକ ଉତ୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିରେ ମଧ୍ୟ ସମାନ ଭାବେ ୨୦ ହଜାର କୋଟି ମିଳିପାରେ । ସେହିପରି ସ୍ଥାନୀୟ ଏବଂ ଅନ୍ତରାଷ୍ଟ୍ରୀୟ ସେବା, ପରିବହନରୁ ୧୦ ହଜାର କୋଟି , ପର୍ଯ୍ୟଟନ ସେବା, ଟୁର୍ ଗାଇଡ୍ ଇତ୍ୟାତିରୁ ୧୦ ହଜାର କୋଟି ମିଳିବା ଆଶା କରାଯାଉଛି । ଅସ୍ଥାୟୀ ଚିକିତ୍ସା ଶିବିର , ଆୟୁର୍ବେଦିକ ଉତ୍ପାଦ ଏବଂ ଔଷଧ ଇତ୍ୟାତିରୁ ୩ ହଜାର କୋଟି, ଇ-ଟିକେଟ, ଡିଜିଟାଲ୍ ପେମେଣ୍ଟ, ୱାଇଫାଇ , ମୋବାଇଲ୍ ଚାର୍ଜିଂ ଷ୍ଟେସନରୁ ୧ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇପାରେ । ବିଜ୍ଞାପନ ଏବଂ ପ୍ରଚାର ସହ ମନୋରଞ୍ଜନ ଏବଂ ଗଣମାଧ୍ୟମରୁ ୧୦ ହଜାର କୋଟିର ବ୍ୟବସାୟ ହେବା ନେଇ ଅନୁମାନ କରାଯାଇଛି। ମହାକୁମ୍ଭ ପ୍ରତ୍ୟେକ ୧୨ ବର୍ଷରେ ଆସିଥାଏ । ତେବେ ଏହିବର୍ଷ ୧୨-୧୨ର ପୁରା ୧୨ ପର୍ଯ୍ୟାୟ ପୂରଣ ହେଉଛି। ଆଉ ସେଥିପାଇଁ ୧୪୪ ବର୍ଷ ପରେ ଆସିଥିବା ଏହି ମହାକୁମ୍ଭକୁ ପୂର୍ଣ୍ଣ ମହାକୁମ୍ଭ କୁହାଯାଉଛି।

Sponsored
Connection after 144 years: devotion Sangam has started in Prayagraj | Argus News