Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲେ ରାଜନାଥ

National

ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲେ ରାଜନାଥ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲେ ରାଜନାଥ

Key Points

  • ଲୋକସଭାରେ ସମ୍ବିଧାନକୁ ନେଇ ଘମାସାନ
  • ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲେ ରାଜନାଥ
  • କହିଲେ ଯେଉଁମାନେ କରିଛନ୍ତି ବାରମ୍ବାର ସମ୍ବିଧାନରେ ସଂଶୋଧନ
  • ସେମାନେ ଆଜି ସମ୍ବିଧାନର ରକ୍ଷା କଥା ଉଠାଇ କରୁଛନ୍ତି ରୋଦନ
  • ନେହରୁଙ୍କ ଠାରୁ ରାଜୀବଙ୍କ ଯାଏ ସମ୍ବିଧାନର ଦୁରୁପଯୋଗର ଦେଲେ ପ୍ରମାଣ
  • ପ୍ରଥମଥର ପାଇଁ ବିତର୍କରେ ଭାଗ ନେଇ ସଂସଦରେ ପ୍ରିୟଙ୍କା ଦେଲେ ଭାଷଣ
  • ଶନିବାର ସମ୍ବିଧାନ ପ୍ରସଙ୍ଗରେ ଲୋକସଭାକୁ ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ

ଅର୍ଗସ ବ୍ୟୁରୋ:  ସମ୍ବିଧାନକୁ ନେଇ ଲୋକସଭାରେ ଆରମ୍ଭ ହୋଇଛି ବିତର୍କ। ଏଥିରେ ସରକାରଙ୍କ ପକ୍ଷରୁ ଓପନିଂ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଥିଲେ ସମ୍ବିଧାନକୁ ନେଇ ଆମେ ବଞ୍ଚିଛୁ ଏବଂ ସମ୍ବିଧାନର ରକ୍ଷା ପାଇଁ କଷ୍ଟ ବି ସହିଛୁ। ଏଥିସହ କିପରି ରାଜନୈତିକ ସ୍ବାର୍ଥ ସାଧନ ପାଇଁ ସମ୍ବାଧାନର ବାରମ୍ବାର କରାଯାଇଥିଲା ସଂଶୋଧନ ତାର ଉଦାହରଣ ଦେଇ କଂଗ୍ରେସକୁ ଘେରିଥିଲେ ରାଜନାଥ। ନେହରୁଙ୍କ ଶାସନ କାଳରେ ୧୭ ଥର ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀଙ୍କ ସମୟରେ ୨୮ ଥର ଓ ରାଜୀବ ଗାନ୍ଧିଙ୍କ ସରକାର ଅମଳରେ ୧୦ ଥର କରାଯାଇଛି ସମ୍ବିଧାନର ସଂଶୋଧନ। ଆଉ ସମସ୍ତ ସଂଶୋଧନ ପଛରେ ଥିଲା ରାଜନୈତିକ ଉଦ୍ଦେଶ୍ୟ। ଏବେ ସେହି କଂଗ୍ରେସ ସମ୍ବିଧାନର ରକ୍ଷା ପାଇଁ ରୋଦନ କରୁଥିବ କହି ଆଟାକ କରିଥିଲେ ରାଜନାଥ। ଏଥିସହ ଜରୁରୀ କାଳୀନ ପରିସ୍ଥିତି ବେଳେ କିପରି ଦେଶର ସମ୍ଭିଧାନକୁ ପଙ୍ଗୁ କରିଦିଆଯାଇଥିଲା ଏ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ମୁଖା ଖୋଲିଥିଲେ ପ୍ରତିରକ୍ଷା ମନ୍ତ୍ରୀ।

ବିରୋଧୀଙ୍କ ପକ୍ଷରୁ ଓପନିଂ କରିବାକୁ ଛିଡ଼ା ହୋଇଥିଲେ ୱାଏନାଡରୁ ନବନିର୍ବାଚିତ ସାଂସଦ ପ୍ରିୟଙ୍କା ବାଡ୍ରା। ଏହା ମଧ୍ୟ ଥିଲା ତାଙ୍କର ସଂସଦରେ ପ୍ରଥମ ଭାଷଣ। ଦେଶରେ ଭୟ ସୃଷ୍ଟି କରାଯାଉଛି କହି ସରକାରଙ୍କୁ କରିଥିଲେ ଟାର୍ଗେଟ୍। ଏଥିସହ ମଣିପୁର ହିଂସା ଓ ଜାତି ଜନଗଣନା ପ୍ରସଙ୍ଗରେ ବି ସରକାରଙ୍କୁ ନିଶାନା କରିଥିଲେ ପ୍ରିୟଙ୍କା । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଵଲେଶ ଯାଦବ ମଧ୍ୟ ନିଜ ଭାଷଣରେ ଜାତି ଜନଗଣନା ସପକ୍ଷରେ କରିଥିଲେ ଓକିଲାତି।

ଶନିବାର ବି ଲୋକସଭାରେ ଜାରି ରହିିବ ସମ୍ବିଧଆନ ଉପରେ ଚର୍ଚ୍ଚା। ଶେଷରେ ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ସମ୍ବିଧାନ ଉପରେ ହେବ ବିତର୍କ। ଏହି ବତର୍କ ଶେଷରେ ବି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିରୋଧୀଙ୍କର ପ୍ରତିଟି ଆକ୍ଷେପ ପିଏମ୍ କଣ ରଖିବେ ଜବାବ ଏବେ ସମସ୍ତଙ୍କର ତା ଉପରେ ରହିଛି ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Constitution Debate In Parliament: Rajnath Singh Launches Attack On Congress During His Speech | Argus News