Videos
|
National

   ପ୍ରତିବର୍ଷ ଜୁନ 25 ତାରିଖରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ 

Manini Pattanayak
Browse all articles by Manini Pattanayak
·2 years ago·1 min read
   ପ୍ରତିବର୍ଷ ଜୁନ 25 ତାରିଖରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ 

ନୂଆଦିଲ୍ଲୀ:  ପ୍ରତିବର୍ଷ ଜୁନ 25 ତାରିଖରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ । ଏନେଇ ମୋଦି ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । 1975 ମସିହା ଏହି ଦିନରେ ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ କରିଥିଲେ ତତ୍କାଳୀନ କଂଗ୍ରେସ ସରକାର । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ବ ଦେଇ ଦେଶବାସୀଙ୍କୁ ସଂକଟ ମଧ୍ୟକୁ ଠେଲିଦେଇଥିଲେ ।

ଇମରଜେନ୍ସି ପ୍ରତିବାଦରେ ଜୁନ 25 ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବାକୁ    କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଇମରଜେନ୍ସି ସମୟରେ ଦେଶ ପାଇଁ ନିର୍ଯାତନା ସହିଥିବା ଦେଶପ୍ରେମୀଙ୍କୁ ଏହି ଦିବସରେ ସ୍ମରଣ କରାଯିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ନିଆଯାଇଥିବା ଏହି ନିର୍ଣ୍ଣୟ ଦେଶ ପାଇଁ ସଂଘର୍ଷ କରିଥିବା ଦେଶପ୍ରେମୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The announcement was made by Home Minister Amit Shah. | Argus News