Videos
|
National

Content Creator Arrested / ବିବାଦୀୟ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବନ୍ଧାହେଲେ କଣ୍ଟେଣ୍ଟ କ୍ରିଏଟର ସିମରନ୍

Bikash Mohanty
Browse all articles by Bikash Mohanty
·2 hours ago·2 min read
ବିବାଦୀୟ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବନ୍ଧାହେଲେ କଣ୍ଟେଣ୍ଟ କ୍ରିଏଟର ସିମରନ୍
simran

Key Points

ବିବାଦୀୟ ରିଲ୍ସ କରିବା ପଡ଼ିଲା ମହଙ୍ଗା
ବନ୍ଧାହେଲେ କଣ୍ଟେଣ୍ଟ କ୍ରିଏଟର ସିମରନ୍
ଗିରଫ କଲା ସୁରତ ପୋଲିସ
ମହାତ୍ମା ଗାନ୍ଧୀଙ୍କୁ ନେଇ କରିଥିଲେ ଆପତ୍ତିଜନକ କଣ୍ଟେଣ୍ଟ 

ସୁରତ,୦୫/୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ କଣ୍ଟେଣ୍ଟ କରିଥିବା ଜଣେ ୪୭ ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଛି । ଇନଷ୍ଟାରେ ତାଙ୍କର ୧୦ ଲକ୍ଷ ଫଲୋୟର୍ସ ଅଛନ୍ତି । ସୋସିଆଲ ମିଡିଆରେ ଭିଉ ପାଇ ଟଙ୍କା ରୋଜଗାର କରିବାରେ ଅସୁବିଧା ନାହିଁ, ହେଲେ ନିଜର ସୀମା ଭୁଲିଯିବା ଉଚିତ ନୁହେଁ ।

ଗୁଜରାଟର ସୁରଟ ସହରରୁ ଜଣେ ଜଣାଶୁଣା ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ସିମରନ୍‌ ପଟେଲଙ୍କୁ ପୁଲିସ ଗିରଫ କରିଛି । ସେ ମହାତ୍ମା ଗାନ୍ଧୀଙ୍କ ଛବି ଥିବା ୫୦୦ ଟଙ୍କିଆ ନୋଟ୍‌କୁ ନେଇ ଆପତ୍ତିଜନକ ରିଲ୍ ପ୍ରସ୍ତୁତ କରି ଗିରଫ ହୋଇଛନ୍ତି। ଗାନ୍ଧୀ ଜୟନ୍ତୀର ପୂର୍ବ ସନ୍ଧ୍ୟା ଅର୍ଥାତ୍ ଅକ୍ଟୋବର ୧ ତାରିଖରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓଟି ପୋଷ୍ଟ କରିଥିଲେ । ସେଥିରେ ସେ ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ନୋଟ୍ ଧରି ଅଶୋଭନୀୟ ଇଙ୍ଗିତ କରିଥିବା ଦେଖାଯାଇଥିଲା।

ଏନେଇ ଧର୍ମେଶ ଗାମୀ ନାମକ ଜଣେ ସାମାଜିକ କର୍ମୀ ସୁରଟ କ୍ରାଇମ୍ ବ୍ରାଞ୍ଚରେ ଅଭିଯୋଗ କରିଥିଲେ । ପରେ ପୁଲିସ ମାମଲା ରୁଜୁ କରି ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୭ ଅଧୀନରେ ସିମରନଙ୍କୁ ଗିରଫ କରିଛି। ସୁରଟ ପୁଲିସ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଏହି ଗିରଫଦାରୀ ବିଷୟରେ ସୂଚନା ଦେଇଛି । ସିମରନଙ୍କ ହାତରେ ହାତକଡ଼ି ଲାଗିଥିବା ବେଳେ ସେ ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।

ପଢନ୍ତୁ ଏହି ଖବର: ମାଆ ହେବେ ପ୍ରେମାନନ୍ଦଙ୍କ ଶିଷ୍ୟା ପ୍ରୀୟଙ୍କା ! MMS ବିବାଦ ପରେ ଛାଡିଥିଲେ ଇଣ୍ଡଷ୍ଟ୍ରି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଲିସର ସୂଚନା ଅନୁସାରେ, ଦ୍ୱାଦଶ ଶ୍ରେଣୀ ଯାଏଁ ପଢ଼ିଥିବା ସିମରନ ୧୭ ବର୍ଷ ପୂର୍ବରୁ ବିବାହ ପରେ ସୁରଟରେ ରହିଆସୁଛନ୍ତି । ସେ ନିୟମିତ ସୋସିଆଲ ମିଡିଆରେ ରିଲ୍‌ ପୋଷ୍ଟ କରୁଛନ୍ତି। ଏହି ସମ୍ବେଦନଶୀଳ ଘଟଣା ପରେ ପୁଲିସ ସାଧାରଣ ନାଗରିକଙ୍କୁ ବିଶେଷ ଅପିଲ୍‌ କରିଛି । ସାମାଜିକ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗ କରୁଥିବା କୌଣସି ପ୍ରକାରର ଆପତ୍ତିଜନକ ବିଷୟବସ୍ତୁ ସୋସିଆଲ ମିଡିଆରେ ପୋଷ୍ଟ ନକରିବାକୁ ନିବେଦନ କରିଛି ପୁଲିସ ।

ସୁରଟ ପୋଲିସ ଡିଜିଟାଲ୍ କ୍ରିଏଟରମାନଙ୍କୁ କଡ଼ା ପରାମର୍ଶ ଜାରି କରିଛନ୍ତି। ଯେଉଁମାନେ ଚାଞ୍ଚଲ୍ୟକର ତଥ୍ୟ ମାଧ୍ୟମରେ ଲାଇକ୍, ଫଲୋଅର୍ସ କିମ୍ବା ଭାଇରାଲ୍ ହେବା ପାଇଁ  ଜାତୀୟ ନେତା, ଧାର୍ମିକ ପ୍ରତୀକ କିମ୍ବା ଐତିହାସିକ ବ୍ୟକ୍ତିତ୍ୱଙ୍କୁ ନେଇ ଅଶ୍ଳୀଳ, ବିବାଦୀୟ କିମ୍ବା ଅସମ୍ମାନଜନକ ବିଷୟବସ୍ତୁ ପୋଷ୍ଟ କଲେ ପ୍ରଯୁଜ୍ୟ ସାଇବର ଏବଂ ଫୌଜଦାରୀ ଆଇନ ଅନୁଯାୟୀ କଠୋର ଆଇନଗତ ପରିଣାମ ଭୋଗିବାକୁ ପଡିବ ବୋଲି କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି।