Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Good News for Content Creators / କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଖୁସି ଖବର,ଏଣିକି ଅଧିକ ରୋଜଗାର କରିବେ କଣ୍ଟେଣ୍ଟ କ୍ରିଏଟର

Bikash Mohanty
Browse all articles by Bikash Mohanty
·5 months ago·2 min read
କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଖୁସି ଖବର,ଏଣିକି ଅଧିକ ରୋଜଗାର କରିବେ କଣ୍ଟେଣ୍ଟ କ୍ରିଏଟର
social media

Key Points

କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଖୁସି ଖବର
ଏଣିକି ଅଧିକ ରୋଜଗାର କରିବେ କଣ୍ଟେଣ୍ଟ କ୍ରିଏଟର
ଦେଶରେ ସ୍ଥାପନ ହେବ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ 

ଆପଣ ବି ୟୁଟ୍ୟୁବର ହୋଇ ରୋଜଗାର କରିବାକୁ ଚାହୁଁଛନ୍ତି କି ? ତାହେଲେ ଆପଣଙ୍କ ସ୍ବପ୍ନ ପୁରଣ ହେବ। ଏଥିପାଇଁ ଚଳିତ ବଜେଟରେ କ୍ରିଏଟର ଇକୋନୋମି ଏବଂ ଗେମିଂ ସେକ୍ଟର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଗେମିଂ କ୍ଷେତ୍ରରେ ୧୦ ଲକ୍ଷରୁ ଅଧିକ ପେସାଦାରଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର ୧୫,୦୦୦ ସେକେଣ୍ଡାରୀ ସ୍କୁଲ ଏବଂ ୫୦୦ କଲେଜରେ 'କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍' ସ୍ଥାପନ କରାଯିବ । ଏଥିସହ ଗେମିଂ ଷ୍ଟାର୍ଟଅପ୍ ପାଇଁ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି । ଏହା ଯୁବକ ମାନଙ୍କ ପାଇଁ ଗେମ ଚେଞ୍ଜର ହେବ। ଏହା ଦ୍ବାରା ଦେଶର ସେହି ଯୁବକ ମାନେ ଲାଭବାନ ହେବେ ଯେଉଁମାନେ ୟୁଟ୍ୟୁବରେ ସର୍ଟ ଭିଡିଓ , ପୋଡକାଷ୍ଟ ଓ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କର ନବମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଟେକ୍ନୋଲୋଜି ଏବଂ ଇନୋଭେସନକୁ 'ବିକଶିତ ଭାରତ'ର ସବୁଠାରୁ ବଡ଼ ଶକ୍ତି ବୋଲି ଦର୍ଶାଯାଇଛି । ସୀତାରମଣ କହିଛନ୍ତି ଯେ ଭାରତ ଏବେ କେବଳ ଟେକ୍ନୋଲୋଜି ବ୍ୟବହାର କରିବ ନାହିଁ, ବରଂ ଏହି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ।

ସେହିଭଳି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ସରକାରୀ ସେବା ଏବଂ ପ୍ରଶାସନରେ ବ୍ୟାପକ ଭାବେ ବ୍ୟବହାର କରାଯିବ । ଦେଶରେ ୫ଜି ଏବଂ ୬ଜି କନେକ୍ଟିଭିଟିକୁ ଅଧିକ ସୁଦୃଢ଼ କରିବା ପାଇଁ ୧୨.୨ ଲକ୍ଷ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ସେହିପରି ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ IIT ଏବଂ IISc ରେ ୧୦,୦୦୦ ନୂତନ 'ଟେକ୍ ଫେଲୋସିପ୍' ଆରମ୍ଭ କରାଯିବ ।

ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Good News for Content Creators | Good News for Content Creators: Earn More Income Now | Argus News