Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଜବ ମାଣିଷ ! କ'ଣ ବାଘୁଣୀଠୁ ଅଧିକ ଭୟଙ୍କର ପତ୍ନୀ..?

National

ଅଜବ ମାଣିଷ ! କ'ଣ ବାଘୁଣୀଠୁ ଅଧିକ ଭୟଙ୍କର ପତ୍ନୀ..?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଅଜବ ମାଣିଷ ! କ'ଣ ବାଘୁଣୀଠୁ ଅଧିକ ଭୟଙ୍କର ପତ୍ନୀ..?

ମଧ୍ୟପ୍ରଦେଶର ସିଓନି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିଜର ସୁନ୍ଦରୀ ସ୍ତ୍ରୀକୁ କାବୁରେ ରଖିବା ପାଇଁ ଦୁଇ ଜଣ ବ୍ୟକ୍ତି ଏଭଳି ଭୟଙ୍କର ପଦକ୍ଷେପ ନେଇଛନ୍ତି, ଯାହା କଳ୍ପନା କରିବା ବି ମୁସ୍କିଲ । ଏଭଳି କରିବା ପାଇଁ ସେମାନଙ୍କୁ ଜଣେ ତାନ୍ତ୍ରିକ ପରାମର୍ଶ ଦେଇଥିଲେ । ତାନ୍ତ୍ରିକର କହିବାନୁସାରେ ସେମାନେ ଗୋଟେ ବାଘୁଣୀର ପଞ୍ଝା କାଟି ଆଣିଥିଲେ । ଖାଲି ସେତିକି ନୁହେଁ, ସେମାନେ ତା'ର ଦାନ୍ତ ମଧ୍ୟ ଉପାଡ଼ି ଆଣିଥିଲେ। ଯେତେବେଳେ ବନ ବିଭାଗ ଅଧିକାରୀମାନେ ଏହା ଜାଣିଲେ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

୨୬ ଏପ୍ରିଲ ୨୦୨୫ରେ ସିଓନିର ପେଣ୍ଟ ଟାଇଗର ରିଜର୍ଭ ଅଞ୍ଚଳରେ ଏକ ବାଘର ମୃତଦେହ ମିଳିଥିଲା। ତାର ପଞ୍ଝା କଟାଯାଇଥିଲା ଏବଂ ଦାନ୍ତ ଉପାଡ଼ି ଦିଆଯାଇଥିଲା। କେବଳ ଏତିକି ନୁହେଁ, ବାଘୁଣୀର ଚମଡ଼ା ମଧ୍ୟ ଉତାରି ଦିଆଯାଇଥିଲା। ବନ ବିଭାଗର ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଥିଲେ ଏବଂ ଖବରୀମାନଙ୍କୁ ସକ୍ରିୟ କରିଥିଲେ। ଖବରୀମାନଙ୍କ ସୂଚନାରୁ ଜଣାପଡ଼ିଥିଲା ଯେ ଏହି ଘଟଣାରେ ୫ ଜଣ ଲୋକଙ୍କ ସମ୍ପୃକ୍ତି ରହିଛି । ଯାହାଙ୍କ ନାମ ଛବି ଲାଲ, ରାଜକୁମାର, ଝାମ ସିଂହ, ରତ୍ନେଶ ପାର୍ଟେ ଏବଂ ମନୀଷ ଉଇକେ।

ବାଘୁଣୀର ଦାନ୍ତ ସ୍ତ୍ରୀମାନଙ୍କ ଉପରେ ନିୟନ୍ତ୍ରଣ ରଖେ


ପୋଲିସ ଏହି ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଛି । ତାପରେ ପଚରାଉଚରା ମଧ୍ୟ କରିଛି । ପଚରାଉଚରାରୁ ଯାହା ସାମ୍ନାକୁ ଆସିଲା ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ରାଜକୁମାର ଏବଂ ଝାମ ସିଂହ ପୋଲିସର ପଚରାଉଚରା ବେଳେ ପୂରା କାହାଣୀ ବଖାଣିଛନ୍ତି ।

ଉଭୟ ଅଭିଯୁକ୍ତ କହିଥିଲେ ଯେ ସେମାନଙ୍କ ସ୍ତ୍ରୀମାନେ ଖୁବ୍‌ ସୁନ୍ଦର। ସେଥିପାଇଁ ସେମାନେ ସ୍ୱାମୀଙ୍କୁ ଖାତିର କରୁନାହାନ୍ତି । ଯାହା କହିଲେ କିଛି ଶୁଣୁ ନାହନ୍ତି । ମୋଟା ମୋଟି କହିବାକୁ ଗଲେ ସ୍ତ୍ରୀମାନେ ସ୍ୱାମୀଙ୍କ କଣ୍ଟ୍ରୋଲରେ ନାହାନ୍ତି । ଆଉ ଏହାରି ଭିତରେ ଜଣେ ତାନ୍ତ୍ରିକ ସହ ତାଙ୍କ ଭେଟ ହୁଏ । ତାନ୍ତ୍ରିକ ଜଣକ ଏଭଳି କାର୍ଯ୍ୟ କରିବା ପାଇଁ ଉସ୍‌କାଇଥିଲେ । ସିଏ ଆମକୁ କହିଥିଲେ ଯେ ବାଘୁଣୀର ଦାନ୍ତ ଏବଂ ନଖ ରଖିଲେ ବୈବାହିକ ଜୀବନରେ ପୁରୁଷମାନଙ୍କର ଦବ୍‌ଦବା ରହିବ । ସ୍ତ୍ରୀମାନେ ମଧ୍ୟ ନିୟନ୍ତ୍ରଣରେ ରହନ୍ତି।

ତାନ୍ତ୍ରିକ ଜଣକ ଆମକୁ ଏକ ବାଘୁଣୀର ଦାନ୍ତ ଏବଂ ନଖ ଆଣିବାକୁ କହିଥିଲା। ଆମେ ଜଙ୍ଗଲକୁ ଯାଇଥିବା ବେଳେ, ଆମ ହାବୁଡ଼ରେ ଏକ ବାଘୁଣୀ ପଡ଼ିଥିଲା। ଆମେ ତା'ର ନଖ ଏବଂ ଦାନ୍ତ ବାହାର କରି ଆଣିଥିଲୁ। କିନ୍ତୁ ତାନ୍ତ୍ରିକ ଏଇଠି ଅଟକି ନଥିଲା। ତାପରେ ସେ ଆମକୁ ବାଘୁଣୀର ଚମଡ଼ା ଆଣିବା ପାଇଁଜଙ୍ଗଲକୁ ପଠାଇଥିଲା। ଯେତେବେଳେ ଆମେ ତାକୁ ନେଇ ଜଙ୍ଗଲକୁ ଯାଇଥିଲୁ, ସେତେବେଳେ କେହି ଜଣେ ଆମକୁ ଦେଖିଦେଲା । ତାପରେ ପୋଲିସକୁ ଖବର ଦେଇଥିଲା ।

ଅଭିଯୁକ୍ତ ରାଜକୁମାର ସ୍ୱୀକାର କରିଛି ଯେ ଏହି ଘଟଣାରେ ସେମାନଙ୍କ ସହ ଆଉ ତିନି ଜଣ ମଧ୍ୟ ସାମିଲ ଥିଲେ । ପୋଲିସ ଏବେ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି। ଏହା ସହିତ, ତାନ୍ତ୍ରିକକୁ ମଧ୍ୟ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛଢ଼ାଉ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Control their wives two husbands pulled out teeth and claws of tigress seoni madhya-pradesh | Argus News