Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରୀଜୀଉଙ୍କ ଦାରୁରେ ମୂର୍ତ୍ତି ନିର୍ମାଣ ବିବାଦରେ ଶ୍ରୀମନ୍ଦିର ପ୍ରଶାସନର ତନାଘନା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଶ୍ରୀଜୀଉଙ୍କ ଦାରୁରେ ମୂର୍ତ୍ତି ନିର୍ମାଣ ବିବାଦରେ ଶ୍ରୀମନ୍ଦିର ପ୍ରଶାସନର ତନାଘନା

ଦୀଘାରେ ଜଗନ୍ନାଥ 'ଧାମ' ଘୋଷଣାକୁ ନେଇ ଜୋର ଧରୁଛି ବିବାଦ
ଶ୍ରୀଜୀଉଙ୍କ ଦାରୁରେ ମୂର୍ତ୍ତି ନିର୍ମାଣ ବିବାଦରେ ଶ୍ରୀମନ୍ଦିର ପ୍ରଶାସନର ତନାଘନା
ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଜେରା
ରାମକୃଷ୍ଣଙ୍କ ବିରୋଧରେ ଜଗନ୍ନାଥ ସେନା ପକ୍ଷରୁ ଆଉ ଏକ ଏତଲା
ଶୁଭେନ୍ଦୁ ଅଧିକାରୀ କହିଲେ, ଦୀଘା ମନ୍ଦିର ଧାମ ନୁହେଁ କଲଚରାଲ ସେଣ୍ଟର
ବଙ୍ଗରେ ବି ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବାକୁ କରାଯାଉଛି ନାପସନ୍ଦ
କାରଣ ଜଗନ୍ନାଥ ଧାମ ଏକ, ପୁରୀ ଏକ, ବ୍ରହ୍ମ ଏକ

ଦୀଘାରେ ଜଗନ୍ନାଥ ଧାମ ଘୋଷଣା ଓ ଶ୍ରୀଜିଉଙ୍କ ଦାରୁରେ ଦୀଘାରେ ଚତୁର୍ଧା ମୂର୍ତ୍ତି ନିର୍ମାଣ ବିବାଦକୁ ନେଇ ତେଜୁଛି ଅସନ୍ତୋଷ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତନାଘନା। ଶନିବାର ତିନିଟି ପର୍ଯ୍ୟାୟ ବୈଠକ ପରେ ଆଜି ବିବାଦରେ ଥିବା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ୧ ଘଣ୍ଟା ଧରି କରାଯାଇଛି ମାରାଥନ ଜେରା । ନିଯୋଗ ସଭାପତିଙ୍କ ଉପସ୍ଥିତିରେ ରାମକୃଷ୍ଣଙ୍କୁ ପଚରାଉଚରା କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ବଙ୍ଗଳା ଚ୍ୟାନେଲରେ ଦାରୁ ନେଇ ସାଂଘାତିକ ସ୍ବୀକାରୋକ୍ତି ପରେ ଓଡ଼ିଶାରେ ନିଜ କଥାରୁ ପଲଟିଥିବା ରାମକୃଷ୍ଣ ଆଜି ଗଣମାଧ୍ୟମ ଆଗରେ ହାତ ଯୋଡିଲେ ଓ ମୁହଁରେ ତୁଣ୍ଡି ମାରିଲେ । ତେବେ ନିଯୋଗର ସଭାପତି କହିଛନ୍ତି ମୁଖ୍ୟ ପ୍ରଶାସକ ଯାହା ପଚାରିଲେ ଆମେ କହିଲୁ । ଆଉ ଯାହା ରିପୋର୍ଟ ଆସିବ ଆମେ ସ୍ୱାଗତ କରିବୁ । ଅନ୍ୟପଟେ ବିଭିନ୍ନ ନିଯୋଗର ସଭାପତି, ସମ୍ପାଦକଙ୍କୁ ଏହି ପ୍ରସଙ୍ଗରେ ମତାମତ ଦେବାକୁ ମୁଖ୍ୟ ପ୍ରଶାସକ କହିଥିବା ବେଳେ ଦତ୍ତ ମହାପାତ୍ର ନିଯୋଗ ନିଜ ମତାମତ ଦେଇଛି ।

ତେବେ ଶ୍ରୀମନ୍ଦିର ଭିତରେ ଥିବା ଦାରୁଘର ଅବସ୍ଥା କଣ, ଦାରୁଘର ଚାବି କାହା ପାଖରେ ଥିଲା, ବଳକା ଦାରୁ ସବୁ ସୁରକ୍ଷିତ ଅଛି କି ନାହିଁ । ଏ ସମସ୍ତ ପ୍ରସଙ୍ଗ ଉପରେ ଏକ କମିଟି ଗଠନ କରି ପ୍ରକୃତ ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ।ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ କହିଛନ୍ତି, ନବକଳେବର ବଳକା କାଠରେ ମୂର୍ତ୍ତି ନିର୍ମାଣ ସମ୍ଭବ ନୁହେଁ । ସେପଟେ ଦୀଘାରେ ଜଗନ୍ନାଥ ଧାମ ଘୋଷଣା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା କହିଛନ୍ତି ବୁଦ୍ଧିଜୀବୀ।

ସେପାଖରେ ପଶ୍ଚିମବଙ୍ଗରେ ମମତାଙ୍କ କାରନାମାକୁ ହେଉଛି ବିରୋଧ । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଆମର ୪ଟି ଧାମ ରହିଛି, ଆଉ ସରକାରୀ ଜମିରେ ପଞ୍ଚମ ଧାମ ହୁଏନି । ଦୀଘାରେ କଲଚରାଲ ସେଣ୍ଟର ହୋଇପାରିବ, ମାତ୍ର ଧାମ ନୁହେଁ । X ହ୍ୟାଣ୍ଡେଲରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେପଟେ ଆଇନମନ୍ତ୍ରୀ କହିଛନ୍ତି, ଆମେ ପଶ୍ଚିମବଙ୍ଗ ସରକାରକୁ ଚିଠି ଲେଖିବୁ ଏବଂ ଆବଶ୍ୟକ ପଡିଲେ ଆଇନଗତ ଦିଗକୁ ଯିବୁ ।
ଏସବୁ ଭିତରେ ବଢିବାଲେ ଲାଗିଛି ରାମକୃଷ୍ଣ ଦାସ ମହାପାତ୍ର ଓରଫ୍ ଟିକି ପୁଅଙ୍କ ଅଡୁଆ । ଗତକାଲି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ରାମକୃଷ୍ଣଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ। ଆଜି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଆଉ ଏକ ଏତଲା ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି ଟିକି ପୁଅଙ୍କ ଉପରେ କଣ ଆକ୍ସନ ନେବ ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର । ସେପଟେ ଦଇତାପତି ନିଯୋଗ ସମ୍ପାଦକଙ୍କ କାରନାମା ଗତ ବିଜେଡି ସରକାର ବେଳ ଶ୍ରୀମନ୍ଦିରରେ ହୋଇଥିବା ବିଭ୍ରାଟ ଗୁଡିକୁ ପୁଣି ତାଜା କରିଦେଇଛି । ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ମରାମତି ନକରିବାର ଷଡ଼ଯନ୍ତ୍ର, ପରିକ୍ରମା ପ୍ରକଳ୍ପ ନାଁରେ ଐତିହ୍ୟ, ସଂସ୍କୃତିକୁ ମାଟିରେ ମିଶାଇବା, କୋଭିଡ ଆଳରେ ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ନଛାଡ଼ିବା,ଏବଂ ରତ୍ନଭଣ୍ଡାର ଚାବି ହଜିବା ନେଇ ବଡ ଡ୍ରାମାକୁ ନେଇ ବଦନାମ ହୋଇଥିଲେ ବିଜେଡି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Controversy rages over declaration of Jagannath 'Dham' in Digha | Argus News