Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡଖଣ୍ଡରରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

Banajyotshna Ray
Browse all articles by Banajyotshna Ray
·1 year ago
ଝାଡଖଣ୍ଡରରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଝାଡଖଣ୍ଡରରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ । ଝାଡ଼ଖଣ୍ଡ ଜାଗୁଆରର କନେଷ୍ଟବଳ ସହିଦ ହୋଇଥିବା ବେଳେ ଜଣେ ସିଆରପିଏଫ ଯବାନ ଗୁରୁତର ହୋଇଛନ୍ତି । ଜରାଇକେଲା ଥାନା ରାଧାପୋରା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ବିସ୍ଫୋରଣରେ କୋବ୍ରା ୨୦୩ ବାଟାଲିୟନର ବିଷ୍ଣୁ ସାଇନି ଓ ଝାଡ଼ଖଣ୍ଡ ଜାଗୁଆରର ସୁନୀଲ ଧନ ନାମକ ଦୁଇ ଯବାନ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ରାଞ୍ଚି ନିଆଯାଇଥିଲା । ରାଞ୍ଚିର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଧନଙ୍କର ମୃତ୍ୟୁ ଘଟିଛି।


ସାଇନିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ଦେଇଛନ୍ତି କୋଲହାନ ଡିଆଇଜି ମନୋଜ ରତନ ଚୋଠେ । ଛୋଟନାଗରା ଓ ଜରାଇକେଲା ଥାନା ସୀମାନ୍ତରେ ଥିବା ଏକ ଜଙ୍ଗଲଅଞ୍ଚଳରେ ନକ୍ସଲମାନେ ଗୁଳି ଚଳାଇବା ସହ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆଇଇଡି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାବାହିନୀ ପକ୍ଷରୁ ଜବାବ ଦିଆଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cop-killed-crpf-soldier-injured-after-maoists-trigger-bomb-in-jharkhand | Argus News