Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ, ଚିନ୍ତାରେ ଲୋକେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ, ଚିନ୍ତାରେ ଲୋକେ

Key Points

ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ

୪ ଜଣଙ୍କ ଜୀବନ ନେଇଛି କୋଭିଡ

୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୩୩୬ ଜଣ ନୂଆ ରୋଗୀ

ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ, କେରଳ, କଣ୍ଣାଟକ ଓ ୟୁପିରେ ୪ ଜଣଙ୍କ ଜୀବନ ନେଇଛି କୋଭିଡ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୩୩୬ ଜଣ ନୂଆ ରୋଗୀ । ଦେଶରେ ସକ୍ରିୟ ମାମଲା ୩୩୯୫ରେ ପହଞ୍ଚିଛି । କେରଳରେ ସର୍ବାଧିକ ୧୩୩୬, ଦିଲ୍ଲୀରେ ୩୭୫, ଗୁଜରାଟରେ ୨୬୫, କର୍ଣ୍ଣାଟକରେ ୨୩୪, ପଶ୍ଚିମବଙ୍ଗରେ ୨୦୫, ତାମିଲନାଡୁରେ ୧୮୫, ୟୁପିରେ ୧୧୭ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।


ଏହି କ୍ରମରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶର କୋଭିଡ ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି । କରୋନାକୁ ନେଇ ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଆଗକୁ ବର୍ଷା ଆସୁଥିବାରୁ ପାଇଁ ଫ୍ଲୁ ଚ୍ୟାଲେଞ୍ଜ ହେବ । ପ୍ରସ୍ତୁତ ରହି ମନିଟରିଂ କରିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ପ୍ରଥମେ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତ ଧିରେ ଧିରେ ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
corona-infections-cross-3000-in-the-country-people-are-worried | Argus News