Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଢୁଛି କରୋନା, ଫେରିବ କି ଲକ୍ ଡାଉନ୍ ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·4 min read
ବଢୁଛି କରୋନା, ଫେରିବ କି ଲକ୍ ଡାଉନ୍ ?

Key Points

କାହିଁକି ବଢୁଛି ମହାମାରୀ ?

କେମିତି ବଂଶ ବଢାଏ ଭାଇରସ ?

ନୂଆ ଭ୍ୟାରିଏଣ୍ଟର କିଭଳି ପଡ଼ିବ ପ୍ରଭାବ ?


୨୦୧୯ ର ଶେଷ ଓ ୨୦୨୦ ର ଆରମ୍ଭ। ଚିନ୍ତାରେ ପଡିଥାଏ ସାରା ବିଶ୍ବ। ବଞ୍ଚିବାର ବାଟ ଖୋଜୁଥାନ୍ତି ସମସ୍ତେ। ମନରେ କୋକୁଆ ଭୟ। ତାକୁ ଛୁଅଁନା, ତା ପାଖକୁ ଯାଅନା। ଟିଭି, ରେଡିଓ, ଶୋସିଆଲ ମିଡିଆରେ ଘନଘନ ପ୍ରଚାର, ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ। କେଉଁଠି ମା ପାଖରୁ ଅଲଗା ହେବାକୁ ପଡୁଥାଏ କ୍ଷୀର ଖିଆ ଛୁଆକୁ ତ ଆଉ କୋଉଠି ବର୍ଷବର୍ଷ ପରେ ବିଦେଶରୁ ଫେରିଥିବା ପୁଅକୁ ଟେକି ନେଉଥାଏ ପୋଲିସ ପ୍ରଶାସନ। ନିଜୁନ ରାତି ପରି ଦିନ ଗୁଡିକ ଲାଗୁଥାଏ ନିସ୍ତବ୍ଧ। ବଞ୍ଚିବାର ରାହା ସାଜିଥାଏ ମାସ୍କ ଓ ସାନି ଟାଇଜର। ନିୟମ ଭାଙ୍ଗିଲେ ନିଆଯାଉଥିଲା କଡା ଆକ୍ସନ। ସେ ଅଶୁଭ ଦିନ ଗୁଡା କଥା ଭାବିଲେ ଆଜିବି ଏକ ଅଜଣା ଭୟରେ ଭୟଭୀତ ହୋଇପଡେ ମନ। ଭଗବାନ କରନ୍ତୁ ସେ ଦିନ ଆଉ କେବେ ନଫେରୁ।


୨୦୨୦-୨୧-୨୨ ରେ ନରସଂହାର କରୁଥିବା ସେ ମହାମାରୀ ପୁଣି ଫେରିଛି ଏକ ନୂଆ ରୂପରେ। ହଂକଂ ଏବଂ ସିଙ୍ଗାପୁରରେ ହୁହୁ ହୋଇ ମାଡୁଛି କରୋନା। କୋଭିଡ୍‌ ସଂକ୍ରମଣ ପାଇଁ ହସ୍ପିଟାଲରେ ମାମଲା ୩୦% ବୃଦ୍ଧି ପାଇଛି । ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ସେମାନେ ଏଥିରେ ଅଧିକ ପିଡୀତ ହେଉଛନ୍ତି। ଆମେରିକାରେ ଗତ ସପ୍ତାହରେ ୩୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଭାରତରେ ଗମ୍ଭୀର ସ୍ଥିତି ନଥିଲେ ବି ବ୍ୟାପୁଛି ମହାମାରୀ। ଭାରତରେ ଭାରତରେ ଗତ ସପ୍ତାହକ ମଧ୍ୟରେ ୭୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ନୂଆ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୦୦୦ରୁ ଅଧିକ ହୋଇଗଲାଣି। କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ସକ୍ରିୟ ମାମଲା ମଧ୍ୟରୁ ୭୫୨ଟି ମାମଲା ସମ୍ପର୍କରେ ରିପୋର୍ଟ କରାଯାଇଛି।


ଯଦି ଓଡ଼ିଶା କଥା ଦେଖିବା ଗତ ମେ’ ୨୨ରେ ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦୀର୍ଘ ଅଢେଇ ବର୍ଷ ପରେ ରାଜ୍ୟରେ କରୋନା ଭାଇରାସ ଠାବ କରାଯାଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଦିଲ୍ଲୀରୁ ଭୁବେଶ୍ୱର ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ୨୦୨୦ ମସିହା ମାର୍ଚ୍ଚ ୨୧ ତାରିଖରେ ଦେଶବ୍ୟପୀ ଲକ୍-ଡାଉନ୍ ଜାରି କରିଥିଲେ କେନ୍ଦ୍ର ସରକାର । ପ୍ରଥମେ ୨୧ ଦିନ ପାଇଁ ଏହା ଲାଗୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସଂକ୍ରମଣ ସହିତ ଏହି ଲକ୍ ଡାଉନ୍ ପର୍ଯ୍ୟାୟକ୍ରମେ ବଢିଥିଲା। ଲକ୍ ଡାଉନ୍ ପରେ ‘ସାପ୍ତାହିକ ସଟ୍ ଡାଉନ’ ଏବଂ ‘ରାତ୍ରିକାଳୀନ କର୍ଫ୍ୟୁ’ ଲାଗୁ କରାଯାଇଥିଲା।


ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କରୋନାର JN.1 ଭ୍ୟାରିଏଣ୍ଟ ଗୁଡିକ ଏବେ ଏସୀୟ ଦେଶଗୁଡ଼ିକରେ ମଧ୍ୟ ବ୍ୟାପିବା ଆରମ୍ଭ କରିଛି। କରୋନାର JN.1 ଭାରିଆଣ୍ଟ ୨୦୨୩ ଅଗଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାକୁ ଓମିକ୍ରନର ଏକ ଅଂଶ ବୋଲି ବିବେଚନା କରାଯାଉଛି । ୨୦୨୨ ମସିହାରେ କେବଳ ଏହି ଭ୍ୟାରିଏଣ୍ଟ ପାଇଁ ଦୃତ ଗତିରେ ବ୍ୟାପିଥିଲା କରୋନା। ନାକରୁ ପାଣି ବୋହିବା, ସୁଖିଲା କାଶ ହେବା, ଜ୍ୱର, ଗଳାରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା ଏହାର ଲକ୍ଷଣ।


ତେବେ ଆପଣଙ୍କର ନିହାତି ମନେଥିବ କରୋନା କାଳରେ ପାରାସିଟାମୋଲ କେତେ ଦରକାର ଥିଲା ଆମ ପାଇଁ। ସେତେବେଳେ ଏହି ଟାବ୍ଲେଟର ଚାହିଦା ଆକାଶଛୁଆଁ ହୋଇଥିଲା । ଜ୍ଜର ହେଉ କିମ୍ବା ମୁଣ୍ଡବିନ୍ଧା ଡାକ୍ତରଙ୍କ ପରାମର୍ଶ ହେଉକି ବିନା ପରାଶର୍ମ ଏହାକୁ ସେବନ କଲେ କରୋନା ଠିକ୍ ହେଇଯାଏ। ତେବେ ଆପଣ ଭାବୁଥିବେ ବର୍ତ୍ତମାନ ଏ ପ୍ରସଙ୍ଗ ପୁଣି କାହିଁକି ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାରଣ ଏବେ ରାଜ୍ୟକୁ ଆସିଛି ମୌସୁମୀ, ଥଣ୍ଡା ଜ୍ବର ସହ କରୋନା ପ୍ରଖର ଗତିରେ ବ୍ୟାପିବ। ଘରେଘରେ ଥଣ୍ଡା ଜ୍ବର ଲାଗି ରହିବ। ଆଉ ଥଣ୍ଡା ଜ୍ବର ହେବ ମାନେ ଆବଶ୍ୟକ ପଡିବ ପାରାସିଟାମଲ୍। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାରାସିଟାମଲ୍ ବର୍ତ୍ତମାନ ଆମେରିକା ଏବଂ ୟୁରୋପରେ ଲିଭର ଫେଲର ଏକ ପ୍ରମୁଖ କାରଣ ପାଲଟିଛି। ପାରାସିଟାମଲ୍ ଭଳି ଔଷଧ ବାରମ୍ବାର କିମ୍ବା ଅଧିକ ମାତ୍ରାରେ ସେବନ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ହାଲୁକା ଜ୍ଜର ଥଣ୍ଡାକୁ ବିନା ଔଷଧରେ ଚିକିତ୍ସା କରାଯିବା ଉଚିତ୍। 


ଦ ଟେଲିଗ୍ରାଫ ୟୁକେଇ ରିପୋର୍ଟ ଅନୁସାରେ, ଏଡିନବର୍ଗ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ନିକଟରେ ୧୧୦ ଜଣ ରୋଗୀଙ୍କୁ ନେଇ ଏକ ଗବେଷଣା କରିଥିଲେ, ଏମାନଙ୍କୁ ସପ୍ତାହ ପର୍ଯ୍ୟନ୍ତ ଦିନକୁ ୪ ଥର ଲେଖାଏଁ ପାରାସିଟାମଲ୍ ଖାଇବାକୁ ଦିଆଯାଇଥିଲା। ଆଉ ୪ ଦିନ ପରେ ଯେତେବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା, ସେତେବେଳେ ଦେଖିବାକୁ ମିଳିଥିଲା ୨୦ ପ୍ରତିଶତରୁ ଅଧିକ ଲୋକଙ୍କର ରକ୍ତଚାପ ହଠାତ୍ ବଢି ଯାଇଥିଲା। ଯାହାଦ୍ବାରା ଷ୍ଟ୍ରୋକ୍ ଓ ହୃଦଘାତ ହେବାର ଆଶଙ୍କା ବଢିପାରେ। ସେହିଭଳି ଗର୍ଭାବସ୍ଥାରେ ପାରାସିଟାମୋଲ ବ୍ୟବହାର ଶିଶୁର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।


ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଛନ୍ତି ବର୍ତ୍ତମାନ ସମୟରେ ଥଣ୍ଡା, ଜ୍ବର, ମୁଣ୍ଡ ବିନ୍ଧା ଆଦି ସମସ୍ୟା ଦେଖାଦେଲେ ମନ ଇଚ୍ଛା ପାରାସିଟାମଲ୍ ନଖାଇ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍।


ଏବେ ପ୍ରଶ୍ନ ଉଠୁଛି କରୋନା ପୁଣି କାହିଁକି ଲେଉଟୁଛି, ଏ ଭାଇରସ ଏପର୍ଯ୍ୟନ୍ତ କାହିଁକି ମରୁନି ?


ବୈଜ୍ଞାନିକ ମତ ରଖନ୍ତି କୌଣସି ଭାଇରସ ମରେ ନାହିଁ କାରଣ ଏହା ପରିବର୍ତ୍ତନଶୀଳ ଏବଂ ଏହାର କଣିକା ବାୟୁରେ ରହିଥାଏ। ଭାଇରସ ଏକ ଜୀବନ୍ତ ପ୍ରାଣୀ ନୁହେଁ, କିନ୍ତୁ ଏହା ଚତୁରତାର ସହ ଶରୀରରୁ ଶରୀରକୁ ବ୍ୟାପି କାୟା ବିସ୍ତାର କରିଥାଏ। ମଣିଷର ଟିକିଏ ଅସାବଧାନତା ଭାଇରସକୁ ବ୍ୟାପିବାର ସୁଯୋଗ ଦିଏ। ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦର କୋଷ ଭିତରେ ରହି ସେମାନଙ୍କର ସଂଖ୍ୟା ବୃଦ୍ଧି କରନ୍ତି। ସେହିଭଳି କରୋନା ଭାଇରସ ସମୟ ଅନୁସାରେ ନିଜ ରୂପ ପରିବର୍ତ୍ତନ କରୁଛି। ଦିଆଯାଥିବା ଭ୍ୟାକସିନ୍ ଏଇ ଭିତରେ ଦୁର୍ବଳ ହୋଇ ଯାଇଛି। ବିଶେଷକରି ବରିଷ୍ଠ ବ୍ୟକ୍ତି ମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି।


ଆଉ ଏକ ପ୍ରମୁଖ କାରଣ ହେଉଛି କରୋନା କମିବା ପରେ ଆମ ମାନଙ୍କର ଖାମ୍ ଖୟାଲ ନୀତି। ଅଧିକ ଭିଡ ସ୍ଥାନରେ ମାସ୍କ ଓ ସାନି ଟାଇଜରର ବ୍ୟବହାର ନକରିବାର ମାଡୁଛି ମହାମାରୀ। ବିଶେଷ କରି ଅଧିକ ଜନସଂଖ୍ୟା ସହରରେ ସଂକ୍ରମଣ ହାର ବୃଦ୍ଧି ପାଉଛି। ଏବେ ମୌସୁମ ଆସିଥିବାରୁ ସଂକ୍ରମଣ ଅଧିକ ବୃଦ୍ଧି ପାଇବ। ତେବେ ପୂର୍ବ ଭାଇରସ ତୁଳନାରେ ବର୍ତ୍ତମାନର ଭାରିଏଣ୍ଟ ସାମାନ୍ୟ ଦୁର୍ବଳ ରହିଛି। ସେ ଯାହାକୁ ଆମକୁ ବେଳହୁଁ ସାବଧାନ ହେବାକୁ ପଡିବ। ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ଲଗାଇବାକୁ ପଡିବ। ସାବୁନ ଓ ସାନିଟାଇଜରରେ ହାତକୁ ସଫା କରିବା ସହିତ ଥଣ୍ଡା ଆଦି ସଂକ୍ରମଣର ଶୀକାର ହୋଇଥିବା ବ୍ୟକ୍ତିଙ୍କ ଠାରୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ।

Sponsored
Corona is increasing in the country again | Argus News