Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କରୋନା ଲେଉଟାଣି, କେନ୍ଦ୍ର ସରକାରଙ୍କ ସତର୍କ ସୂଚନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
କରୋନା ଲେଉଟାଣି,  କେନ୍ଦ୍ର ସରକାରଙ୍କ ସତର୍କ ସୂଚନା

ଅର୍ଗସ ବ୍ୟୁରୋ: ପୁଣି କରୋନା ଭୟ। କେନ୍ଦ୍ର ସରକାର ଜାରିକଲେ ସତର୍କ ସୂଚନା। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିଠି ଲେଖିଛନ୍ତି। କେରଳରେ ପୁଣି କୋଭିଡ୍ ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ନୂଆବର୍ଷରେ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ସତର୍କ କରାଯାଇଛି। ଜିଲ୍ଲାସ୍ତରରେ `ସାରି' ଓ `ଇଲି' ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।

ଜିଲ୍ଲାସ୍ତରରେ ବ୍ୟାପକ ଟେଷ୍ଟିଂ ବ୍ୟବସ୍ଥା କରିବା, RT-PCR  ଟେଷ୍ଟିଂ ସହ ଜେନମ ସିକ୍ୟୁଏନ୍ସିଂ କରାଇବାକୁ କହିଛନ୍ତି କେନ୍ଦ୍ର ସରକାର।  ତେବେ କୋଭିଡ୍-୧୯ ଭୂତାଣୁ ଏବେ ବି ସକ୍ରିୟ ଥିବାରୁ ଏବଂ ଏହାର ଆଚରଣ ଭାରତୀୟ ପାଣିପାଗ ପରିସ୍ଥିତି ଏବଂ ଅନ୍ୟାନ୍ୟ ସାଧାରଣ ଜୀବାଣୁଙ୍କ ଉପସ୍ଥିତି ସହିତ ଅନୁକୂଳ ହେଉଥିବାରୁ ଜନସ୍ବାସ୍ଥ୍ୟ ଆହ୍ୱାନର ପ୍ରଭାବଶାଳୀ ମୁକାବିଲା ପାଇଁ ପ୍ରୟାସ ଜାରି ରଖିବା ଜରୁରୀ। ସୋମବାର ଭାରତରେ ୨୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Coronavirus back, Central Govt. Alert | Argus News