Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

JOB / ପରିବାରକୁ ଟାଇମ ଦେବା ପାଇଁ କର୍ପୋରେଟ ଚାକିରି ଛାଡ଼ି ହେଲେ କ୍ୟାବ୍ ଡ୍ରାଇଭର

Rashmita Mishra
Browse all articles by Rashmita Mishra
·9 months ago·2 min read
ପରିବାରକୁ ଟାଇମ ଦେବା ପାଇଁ କର୍ପୋରେଟ ଚାକିରି ଛାଡ଼ି ହେଲେ କ୍ୟାବ୍ ଡ୍ରାଇଭର

Key Points

“ଅଫିସ୍ ଚାପରେ ଜୀବନ ହାରାଉଥିଲେ ଦୀପେଶ, ଏବେ ନିଜ ନିୟମରେ ବଞ୍ଚୁଛନ୍ତି!”
୪୦ ହଜାର ଦରମା ଛାଡି କ୍ୟାବ୍ ଡ୍ରାଇଭର 
କର୍ପୋରେଟ ଚାପ ଛାଡି ଶାନ୍ତି ଓ ପରିବାର ମିଳିଲା
“ମାସକୁ ୨୧ ଦିନ କାମ, ୫୬ ହଜାର ରୋଜଗାର

ବର୍ତ୍ତମାନ ସମୟରେ ଲୋକ ଚାକିରୀ ଏବଂ ରୋଜଗାର ସହିତ ପରିବାରକୁ ଟାଇମ ଦେବାକୁ ଚାହୁଁଛନ୍ତି । କିନ୍ତୁ କର୍ପୋରେଟ ଚାକିରୀରେ ଏପରି କରିବା ଅସମ୍ଭବ । କେତେବେଳେ ଛୁଟି ପାଇବା କଷ୍ଟକର, ଆଉ କେତେବେଳେ ଅଫିସ୍ ସମୟ ପରେ ମଧ୍ୟ କାମ ଶେଷ ହୁଏ ନାହିଁ। ସେମିତି ଏକ କାହାଣୀ ହେଉଛି ବେଙ୍ଗାଲୁରୁର ଦୀପେଶଙ୍କର। ଶେଷରେ ଦିନେ ଏହି ଅଶାନ୍ତି ଓ ଅଫିସର ଚାପ ଭରା ଜୀବନରୁ ବିରକ୍ତ ହୋଇ ସେ ଚାକିରି ଛାଡିବାକୁ ନେଇଥିଲେ ବାଧ୍ୟ ହେଲେ ।

ଦୀପେଶଙ୍କର କର୍ପୋରେଟ ସେକ୍ଟରରେ କରୁଥିଲେ ଚାକିରୀ । ମାସକୁ ଦରମା ଥିଲା ୪୦ ହଜାର । କିନ୍ତୁ ଏହି ଚାକଚକ୍ୟ ଭରା ଚାକିରୀ ତାଙ୍କୁ ଶାନ୍ତି ଦେଇ ପାରୁନଥିଲା । ସେ ଚାକିରୀ ଛାଡିଦେଇଥିଲେ । ଆଉ ପାଲଟିଥିଲେ କ୍ୟାବ୍‌ ଡ୍ରାଇଭର । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବେଙ୍ଗାଲୁରୁର ବାସିନ୍ଦା । ତାଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ । ବାସ୍ତବରେ ଦୀପେଶ ତାଙ୍କ ଅତ୍ୟଧିକ କାମ କାରଣରୁ ସେ ସ୍ତ୍ରୀ ଏବଂ ପିଲାମାନଙ୍କୁ ଅଧିକ ସମୟ ଦେଇପାରୁନଥିଲେ । ତାଙ୍କ ପାଇଁ ଓ୍ବାର୍କ-ଲାଇଫ ବାଲାନ୍ସ କରିବା କଷ୍ଟକର ହୋଇପଡିଥିଲା । ଏଥିପାଇଁ ସେ ଚାକିରି ଛାଡି ଦେଲେ ଏବଂ କ୍ୟାବ୍ ଚଲାଇବା ଆରମ୍ଭ କଲେ।

ଦୀପେଶ ବେଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରୁଥିଲେ । ସେ ଅଭିଯୋଗ କରିଛନ୍ତି ଯେ ସେ ଅଫିସ୍ ସମୟ ପରେ ମଧ୍ୟ ସବୁବେଳେ କାମରେ ବ୍ୟସ୍ତ ରହୁଥିଲେ । ଏମିତିକି ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ପାଇଁ ସମୟ ଦେବା କଷ୍ଟକର ହୋଇପଡୁଥିଲା। ସେ ସେହି କମ୍ପାନୀରେ ୮ ବର୍ଷ କାମ କରିଥିଲେ । ଏତେ ପରେ ବି ତାଙ୍କର ଦରମା ୪୦ ହଜାର ଟଙ୍କାରେ ପହଞ୍ଚିଥିଲା। ତେଣୁ ସେ ଚାକିରି ଛାଡି ଏକ ଫୁଲ ଟାଇମ୍‌ ଡ୍ରାଇଭର ହେବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସେ ଅଧିକ ରୋଜଗାର କରୁଛନ୍ତି । ଏମିତିକି ତାଙ୍କ ପରିବାର ପାଇଁ ସମୟ ଦେଇପାରୁଛନ୍ତି ।

ଦୀପେଶ ମାସକୁ କେବଳ ୨୧ ଦିନ କାମ କରନ୍ତି । ସେ ନିଜର ଛୁଟି ଦିନ ମଧ୍ୟ ନିର୍ଦ୍ଦିଷ୍ଟ କରିଛନ୍ତି । ଏବେ ତାଙ୍କ ପାଖରେ ପରିବାର ସହିତ ବିତାଇବା ପାଇଁ ବାକି ସମୟ ଅଛି । ଯାହା ପୂର୍ବରୁ ସମ୍ଭବ ନଥିଲା । କ୍ୟାବ୍ ଚଲାଇ ମାସକୁ ପ୍ରାୟ ୫୬ ହଜାର ଟଙ୍କା ରୋଜଗାର କରୁଛନ୍ତି । ସେ ଏହି ଆୟରୁ ଭଲ ପରିମାଣର ସଞ୍ଚୟ ମଧ୍ୟ କରୁଛନ୍ତି । ଏହି ଆୟ ସହିତ ସେ ଆଉ ଏକ କାର କିଣିଛନ୍ତି ଏବଂ ଏହାକୁ ଚଲାଇବା ପାଇଁ ଜଣେ ଡ୍ରାଇଭରଙ୍କୁ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ଦୀପେଶ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ଦୀପେଶଙ୍କ କାହାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ସମୟରେ ପ୍ରେରଣା ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
JOB | Corporate Employee Quits Job to Become Cab Driver to Spend More Time with Family | Argus News | Argus News