Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indian Army / ୭ ଆତଙ୍କବାଦୀଙ୍କୁ ମାରି ନାଚିଲେ ଭାରତୀୟ ଯବାନ

Rashmita Mishra
Browse all articles by Rashmita Mishra
·4 months ago·2 min read
୭ ଆତଙ୍କବାଦୀଙ୍କୁ ମାରି ନାଚିଲେ ଭାରତୀୟ ଯବାନ
IndianArmy

Key Points

ଜୟ ଶ୍ରୀରାମ କହି ୭ ଆତଙ୍କବାଦୀଙ୍କୁ ମାରି ନାଚିଲେ ଯବାନ
୭ ଆତଙ୍କବାଦୀଙ୍କୁ ମାରି ନାଚିଲେ ଭାରତୀୟ ଯବାନ
ଜୟ ଶ୍ରୀରାମ କହି ଖୁସିରେ ନାଚିଲେ ଯବାନ ମାନେ
ପାହାଡ଼ ଉପରେ ଚାଲିଥିଲା ଆତଙ୍କବାଦୀଙ୍କ ସହ ଘମାସାନ ଯୁଦ୍ଧ

ଆତଙ୍କବାଦୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲେ । ଆଉ ଏବେ ମନ ଖୁସିରେ ନାଚୁଛନ୍ତି । ଆତଙ୍କବାଦୀଙ୍କୁ ମାରିଲା ପରେ ଖୁସି କହିଲେ ନସରେ । ବନ୍ଧୁକ ଏବଂ ଖୋକରି ଧରି ନାଚୁଛନ୍ତି ଯବାନ । ମୁହଁରେ ଜୟ ଶ୍ରୀରାମ ଏବଂ ଭାରତ ମାତାକି ଜୟର ନାରା ।

ପାକିସ୍ତାନରୁ ଆସି ଭାତରେ ଲୁଚିଥିଲେ ଜୈସ୍‌ ଏ ମହମ୍ମଦର ଆତଙ୍କବାଦୀ । ଜମ୍ମୁ କାଶ୍ମୀରରେ ରହିଛି ଆତଙ୍କ ଖେଳାଉଥିଲେ । କିନ୍ତୁ ଭାରତୀୟ ଯବାନ ଛାଡ଼ିଲେ ନାହିଁ । ଖୋଜି ଖୋଜି ସମସ୍ତଙ୍କୁ ହତ୍ୟା କରିଛନ୍ତି । ଯାହାପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଯବାନ ଏକା ସାଙ୍ଗରେ ବଡ଼ ସଫଳତାର ଖୁସି ମନାଇଛନ୍ତି । ଗୀତ ବୋଲି ନାଚିଛନ୍ତି ଭାରତୀୟ ଯବାନ ।

ଆତଙ୍କବାଦୀଙ୍କୁ ମାରିବା ପରେ ଯବାନ ମାନେ କେମିତି ନାଚୁଛନ୍ତି । ଏମାନେ ସମସ୍ତେ ଶ୍ପେସୋ ଫୋର୍ସର ଯବାନ । ଏହି ଦୃଶ୍ୟରୁ ବାରିହୋଇପଡ଼ୁଛି ଯବାନ ମାନେ ଆଜି କେତେ ଖୁସି ରହିଛନ୍ତି । ବର୍ଷ ବର୍ଷ ଧରି ରାତି ଦିନ ଏକ କରି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଯୁଦ୍ଧ କରୁଛନ୍ତି । ମୃତ୍ୟୁକୁ ଭଲି ଭାରତ ମାତା ପାଇଁ ଲଢ଼ୁଛନ୍ତି ଏମାନେ । ଆତଙ୍କବାଦୀଙ୍କୁ ମାରିବା ପରେ ସବୁ ବହୁତ ଖୁସି । ଏହି ମାନେ ହେଉଛନ୍ତି ସେହି ୭ କୁଖ୍ୟାତ ଆତଙ୍କବାଦୀ ।

ଯେଉଁମାନେ ଜାମ୍ମୁ କାଶ୍ମୀରର ଚାତ୍ରୁ ଅଞ୍ଚଳରେ ବଙ୍କର କରି ଲୁଚି ରହିଥିଲେ। ସୂଚନା ମୁତାବକ ଏହି ଅପରେସନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଫପିଭି ଡ୍ରୋନ୍, ସାଟେଲାଇଟ୍‌ ଚିତ୍ର, ୟୁଏଭି ପରି ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉପକରଣ ବ୍ୟବହାର କରାଯାଇଥିଲା । ଠିକଣା ମିଳିଲା ପରେ ହୋଇଥିଲା ଘାମାସନା ଆକ୍ରମଣ ।

ରବିବାର ଜାମ୍ମୁ କାଶ୍ମୀର ପୋଲିସ। ସିଆର୍‌ପିଏଫ୍‌ ଓ ସେନାର ମିଳିତ ଦଳ ଚାତ୍ରୁ ଜଙ୍ଗଲ ଅଞ୍ଚଳର ପାସେର୍‌କୁଟ୍‌ଠାରେ ଜୈସ୍‌ର ତିନି ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ସୈଫୁଲ୍ଲା ଗତ ପାଞ୍ଚ ବର୍ଷ ହେଲା କିସ୍ତୱାଡ଼ ଓ ଡୋଡା ଅଞ୍ଚଳରେ ସକ୍ରିୟ ଥିଲା। ସୁରକ୍ଷାକର୍ମୀଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ଘଟଣାରେ ତା’ର ସମ୍ପୃକ୍ତି ଥିଲା। ଜୁଲାଇ ୨୦୨୪ରେ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିଲେ। ଏହା ପଛରେ ମଧ୍ୟ ସୈଫୁଲ୍ଲାର ହାତ ଥିଲା। ଅନେକ ଥର ସୈଫୁଲ୍ଲା ସୁରକ୍ଷାକର୍ମୀଙ୍କ ହାତରୁ ଖସି ଯାଉଥିବାବେଳେ ଗତକାଲି ସେ ଓ ତା’ର ଦୁଇ ସହଯୋଗୀ ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ନିହତ ହୋଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Army | 7 Militants Killed in Operation, Indian Soldiers Celebrate | Argus News