Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦୪୭ ସୁଦ୍ଧା ୮% ଅଭିବୃଦ୍ଧି ଆକଳନ

Smruti Parija
Browse all articles by Smruti Parija
·2 years ago·1 min read
୨୦୪୭ ସୁଦ୍ଧା ୮% ଅଭିବୃଦ୍ଧି ଆକଳନ

ଅର୍ଗସ ବ୍ୟୁରୋ: 2047 ସୁଦ୍ଧା ଦେଶର ଅର୍ଥନୀତିରେ 8 ପ୍ରତିଶତ ବୃଦ୍ଧିର ଆକଳନ । ଗଲା 10 ବର୍ଷରେ ଦେଶରେ ଲାଗୁ ହୋଇଥିବା ଭଲ ନୀତି ଏବଂ ନୀତିରେ ସୁଧାର ଯୋଗୁ ଦେଶର ଅର୍ଥନୀତିରେ ଏଭଳି  ଅଭିବୃଦ୍ଧିର ଆଶା ଦେଖାଦେଇଥିବା କହିଛନ୍ତି ଆଇଏମଏଫରେ କାର୍ଯ୍ୟରତ ଭାରତର କାର୍ଯ୍ୟକାରୀ ନିର୍ଦେଶକ କ୍ରୀଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣ୍ୟମ । 

ଭାରତ ଅର୍ଥନୀତିରେ ପୂର୍ବରୁ କେବେ ବି ୮% ଅଭିବୃଦ୍ଧି ହୋଇ ନ ଥିବା ବେଳେ ୨୦୪୭ ସୁଦ୍ଧା ୮% ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଏହି ଲକ୍ଷ୍ୟକୁ ଛୁଇଁବା ସମ୍ଭବପର ବୋଲି ସେ କହିଛନ୍ତି। ସୁବ୍ରମଣ୍ୟମ ଆହୁରି କହିଛନ୍ତି ଯେ ୧୯୯୧ ଠାରୁ ଭାରତର ଅର୍ଥନୀତି ଅଭିବୃଦ୍ଧି ହାରାହାରି ୭%ରୁ ଅଧିକ ରହୁଛି। ଭାରତ ନିଜର ଘରୋଇ ଅର୍ଥ ବ୍ୟବସ୍ଥାକୁ ମଜବୁତ୍‌ କରିବା ଆବଶ୍ୟକ। କାରଣ ଜିଡିପିର ୫୮ ପ୍ରତିଶତ ଘରୋଇ ବ୍ୟବହାରରୁ ଆସିଥାଏ। ତେଣୁ ନିର୍ମାଣ କ୍ଷେତ୍ରରେ ଉତ୍ସାହ ସୃଷ୍ଟି ସହ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ଦେଇପାରିଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଘରୋଇ ବ୍ୟବହାର ବଢ଼ିବ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
country's economy is projected to grow by 8 percent by 2047 | Argus News