Videos
|
National

Shocking Pitbull Attack / ଘର ଦେଖିବାକୁ ଯାଇଥିଲେ ଦମ୍ପତି…ହଠାତ୍ ପିଟବୁଲ୍ ଆକ୍ରମଣରେ ପହଞ୍ଚିଗଲେ ICUରେ

Ritu Das
Browse all articles by Ritu Das
·1 hour ago·3 min read
ଘର ଦେଖିବାକୁ ଯାଇଥିଲେ ଦମ୍ପତି…ହଠାତ୍ ପିଟବୁଲ୍ ଆକ୍ରମଣରେ ପହଞ୍ଚିଗଲେ ICUରେ
India

Key Points

ଘର ଖୋଜିବାକୁ ଯାଇ କୁକୁର କାମୁଡ଼ାରେ ଗୁରୁତର ହୋଇ ସିଧା ଆଇସିୟୁରେ ପହଞ୍ଚିଗଲେ ଦମ୍ପତି
ଘର ଖୋଜିବାକୁ ଯାଇ କୁକୁର କାମୁଡ଼ାରେ ଗୁରୁତର ହୋଇ ସିଧା ଆଇସିୟୁରେ ପହଞ୍ଚିଗଲେ ଦମ୍ପତି। କଥାଟା ଶୁଣିଲା ବେଳକୁ ଛାତି ଥରି ଉଠୁଛି। ଏଭଳି ଏକ ଘଟଣା ଘଟିଛି ପଞ୍ଜାବ ପଟିଆଲାରେ। ଯାହାର ଭିଡିଓ ସୋସିଆଲ ମିଡିଆର ଦ୍ରୂତ ଗତିରେ ଭାଇରାଲ ହେବାକୁ ଲାଗିଛି। ପୁଣି ପିଟବୁଲ ଆକ୍ରମଣରେ ଘର ଦେଖିବାକୁ ଯାଇଥିବା ଦମ୍ପତ୍ତି ଲହୁଲୁହାଣ ହୋଇଛନ୍ତି। ଏହି ଦମ୍ପତି ଜଣେ ପ୍ରପର୍ଟି ଡିଲରଙ୍କ ସହିତ ପଟିଆଲାର ଘୁମାନ ନଗରରେ ଏକ ଘର କିଣିବାକୁ ଯାଇଥିଲେ। ଯେତେବେଳେ ସେମାନେ ଡୋରବେଲ୍ ବଜାଇଲେ, ଭିତରେ ଥିବା ଏକ ପିଟ୍ ବୁଲ୍ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା।



ଦେଖଣାହାରୀମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଯେତେ ଚେଷ୍ଟା କଲେ ବି କୁକୁର ସେମାନଙ୍କୁ ପୂରା ରକ୍ତାକ୍ତ କରିଦେଇଥିଲା। ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ଗୁରୁତର ଆହତ ହୋଇଥିଲେ। ହଠାତ କାହିଁକି ଆକ୍ରମଣାତ୍ମକ ହୋଇଥିଲା ତାର କାରଣ ଏଯାଏ କିଛି ବୁଝାପଡ଼ୁନି।

ଏହାସହ ପଢ଼ନ୍ତୁ: ପବନରେ ଉଡ଼ିଲା.... ଡିଭାଇଡରରେ ପିଟିହେଲା…ଏପରି ଓଲଟିଥିଲା ଗ୍ୟାଙ୍ଗଷ୍ଟର ଅତିକ୍‌ଙ୍କ ପୁଅ ଅବାନଙ୍କ କାର…

ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଘଟିଛି। ପଟିଆଲା ବାସିନ୍ଦା ଅଙ୍କିତ ସବରୱାଲ ଏବଂ ତାଙ୍କ ପତ୍ନୀ ଶେଫାଲି ଜଣେ ପ୍ରପର୍ଟି ଡିଲରଙ୍କ ସହିତ ଘୁମାନ ନଗରରେ ଏକ ଭଡା ଘର ଦେଖିବାକୁ ଯାଇଥିଲେ। ଅଙ୍କିତଙ୍କ କହିବା ଅନୁଯାୟୀ, ଗେଟ୍ ଖୋଲିବା ମାତ୍ରେ ଏକ ପିଟବୁଲ୍ ବାହାରକୁ ଆସି ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। କୁକୁରଟି ତାଙ୍କ ହାତ ଏବଂ ଶରୀରର ଅନ୍ୟାନ୍ୟ ଅଂଶକୁ ଗୁରୁତର ଭାବରେ କାମୁଡ଼ିଲା, ଯାହା ଫଳରେ ଉଭୟ ଦମ୍ପତିଙ୍କୁ ଗୁରୁତର ଆଘାତ ଲାଗିଥିଲା। କାମୁଡା ଏମିତି ଥିଲା ଯେ, ଶେଷରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି ଏବଂ ବର୍ତ୍ତମାନ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ଅଙ୍କିତ ମଧ୍ୟ ଆହତ ହୋଇଥିଲେ। କୁକୁରର ଆକ୍ରମଣରେ ତାଙ୍କ ଗୋଡ ଏବଂ ପିଠିରେ ଗଭୀର କ୍ଷତ ହୋଇଛି।

  • ସିସିଟିଭିରେ ଛାତିଥରା ଦୃଶ୍ୟ କଏଦ

ଘଟଣାର ଭିଡିଓ ସିସିଟିଭି ଫୁଟେଜରେ କୁକୁର ଦମ୍ପତିଙ୍କୁ ଆକ୍ରମଣ କରୁଥିବା ଦେଖାଯାଉଛି। ପାଖରେ ଥିବା ଲୋକମାନେ ଯେତେ ଉଦ୍ୟମ କରୁଥିଲେ ବି କୁକୁରଟି ବିଲକୁଲ ଛାଡ଼ୁ ନଥିଲା। ବାଡ଼ିରେ ବାଡଉଥିଲେ ବି କୁକୁରଟି ପୂରା ହିଂସ୍ର ହୋଇଯାଇଥିଲା। ଭିଡିଓରେ ଦମ୍ପତି କୁକୁରଠାରୁ ଯେତେ ଖସି ଯିବାକୁ ଚେଷ୍ଟା କରୁଥିଲେ ବି ସଫଳ ହୋଇପାରି ନଥିଲେ।

  • ମେୟର କହିଛନ୍ତି "ପାଳିତ କୁକୁର ସମ୍ପର୍କରେ ଏକ ବଡ଼ ନିୟମ ଅଣାଯିବ

ଘଟଣାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ଉପରେ ମତ ଦେଇ ପଟିଆଲା ମେୟର କୁନ୍ଦନ ଗୋଗିଆ ପିଟିଆଇକୁ କହିଛନ୍ତି ଯେ ସହରରେ ଆକ୍ରମଣାତ୍ମକ ପ୍ରଜାତିର କୁକୁରମାନଙ୍କୁ ପୋଷା ପ୍ରାଣୀ ଭାବରେ ପାଳନ କରିବା ଉପରେ ନିଷେଧ କରିବା ପାଇଁ ପ୍ରସ୍ତୁତି ଚାଲିଛି। ମେୟର କହିଛନ୍ତି ଯେ ଏହି ବିଷୟ ଉପରେ ଏକ ନଗର ନିଗମ ବୈଠକରେ ଆଲୋଚନା କରାଯିବ ଏବଂ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଉପରେ ବିଚାର କରାଯିବ।

ଅଙ୍କିତ କହିଛନ୍ତି ଯେ ଏହି ଘଟଣା ପୋଲିସକୁ ରିପୋର୍ଟ କରାଯାଇଛି। ସେ କୁକୁରକୁ ଖୋଲା ଛାଡ଼ିବା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସହରରେ କୁକୁର ଆକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଏହି ଘଟଣା ସାଧାରଣ ସୁରକ୍ଷା ସମ୍ପର୍କରେ ବଡ଼ ଚିନ୍ତା ସୃଷ୍ଟି କରିଛି। ପୂର୍ବରୁ, ଅଗଷ୍ଟ ୯ ତାରିଖରେ, ଗୁରୁ ନାନକ ନଗର ଅଞ୍ଚଳରେ ଏକ ବୁଲା କୁକୁର ଜଣେ ଝିଅକୁ ଗୁରୁତର ଭାବରେ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories