ପ୍ଲେନ କ୍ରାସ ଯୋଗୁଁ ହୋଇପାରିଲାନି ଛାଡପତ୍ର , ମିଶିଗଲେ ସ୍ଵାମୀ ସ୍ତ୍ରୀ

Key Points
ପ୍ଲେନ କ୍ରାସ ଯୋଗୁଁ ହୋଇପାରିଲାନି ଛାଡପତ୍ର
ପୁଣି ମିଶିଗଲେ ସ୍ଵାମୀ ସ୍ତ୍ରୀ
ବଦଳିଗଲା ମନର ପରିସ୍ଥିତି
ବିବାହର କିଛି ଦିନ ପରେ ଦୁହିଁଙ୍କ ମନ ନମିଶିବାରୁ ଛାଡପତ୍ର ଦେବାକୁ ଉଭୟ ପ୍ରସ୍ତୁତ ହୋଇ ସାରିଥିଲେ । ସବୁକିଛି ବ୍ୟବସ୍ଥା ମଧ୍ୟ ହୋଇ ସାରିଥିଲା । ହେଲେ ପ୍ଲେନ କ୍ରାସ ସେମାନଙ୍କ ଜୀବନର ମୋଡ ବଦଳାଇଦେଲା । ପୁଣି ସେମାନଙ୍କୁ ଏକାଠି ଯୋଡିଦେଲା । ହୁଏତ ନିୟତିର ନିୟମ କିଛି ଏମିତି ହିଁ ଥିଲା । ଗୋଟେ ପଟେ କିଛି ନିଜର ପ୍ରିୟର ମଣିଷକୁ ଶେଷଥର ପାଇଁ ଦେଖିନପାରି ଭୋ ଭୋ କାନ୍ଦୁଥିବା ବେଳେ ଅନ୍ୟପଟେ ସମ୍ପର୍କରୁ ଦୁହେଁ ବିଚ୍ଛେଦ ହେବାପାଇଁ ପ୍ରସ୍ତୁତ ହେଉଥିଲେ । ଦୁହିଁଙ୍କର ଜୀବନର ମୋଡ ଥିଲା ଅଲଗା । ହେଲେ ପ୍ଲେନ କ୍ରାସ ଶିଖେଇଦେଲା ଜୀବନ ଏବଂ ଜୀବନସାଥି କେତେ ମୂଲ୍ୟବାନ।
୧୨ ଜୁନରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟର ଇଣ୍ଡିଆ ବିମାନ ଉଡିବାର ମାତ୍ର ୩୦ ସେକେଣ୍ଡ ଭିତରେ ତଳକୁ ଖସି ପଡିଥିଲା । ଯେଉଁ ବିମାନରେ ଥିଲେ ୨୪୨ ଜଣ ଯାତ୍ରୀ । ସେଥିରେ ଜଣଙ୍କୁ ଛାଡିଦେଲେ ବାକି ୨୪୧ ଜଣଙ୍କ ଜୀବନ ଅକାଳରେ ଚାଲି ଯାଇଥିଲା । ବିମାନରେ କିଏ ନିଜର ସ୍ଵାମୀଙ୍କୁ ଭେଟିବାକୁ ଯାଉଥିଲା , ତ କିଏ ନିଜ ସ୍ତ୍ରୀକୁ । ସେପଟେ ସେମାନଙ୍କ ଫେରିବା ବାଟକୁ ଅନାଇ ବସିଥିଲେ ସେମାନଙ୍କ ପ୍ରିୟଜନ । ହେଲେ କିଏ ଜାଣିଥିଲା, ସେମାନଙ୍କୁ ଭେଟିବା ସାମନଙ୍କ ଭାଗ୍ୟରେ ଆଉ ନାହିଁ । ସେହି ବିମାନ ଉଡାଣ ହିଁ ସେମାନଙ୍କ ପାଇଁ ଶେଷ ଉଡାଣ ଥିଲା। ଘଟଣାରେ ସାରା ବିଶ୍ଵ ଭାଙ୍ଗି ପଡିଥିଲା ।
କିନ୍ତୁ ଏ ଘଟଣାରେ ଗୋଟିଏ ସକରାତ୍ମକ ଖବର ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନବେ ଦଶକର ଗାୟିକା ତଥା ଅଭିନେତ୍ରୀ ରାଗେଶ୍ଵରୀ ଲୁମ୍ବା ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପୁରା ଘଟଣା ଜାଣିବା ପାଇଁ ତଳେ ଦିଆ ଯାଇଥିବା ଭିଡିଓରେ କ୍ଲିକ କରନ୍ତୁ ।