Videos
|
National

୫ ଲକ୍ଷ ଟଙ୍କା ପାଇଁ ନେଲେ ଚରମ ନିଷ୍ପତ୍ତି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
୫ ଲକ୍ଷ ଟଙ୍କା ପାଇଁ ନେଲେ ଚରମ ନିଷ୍ପତ୍ତି

Key Points

ଋଣ ନେଇ ଖେଳୁଥିଲେ ଗେମ୍

ହାରିଗଲେ ୫ ଲକ୍ଷ

ଆଉ ତାପରେ କୋବାଟ ଖୋଲିଲା ୫ ବର୍ଷର ଝିଅ 

ସେତେବେଳକୁ ସବୁକିଛି ସରି ଯାଇଥାଏ ...

ଜୀବନ ନେଉଛି ଅନ୍‌ଲାଇନ ଗେମିଂ ଆପ୍‌। ବାରମ୍ବାର ଏନେଇ ସଚେତନତା ସୃଷ୍ଟି କରାଯାଉଥିଲେ ବି ଲୋଭରୁ ହେଉଛି ମୃତ୍ୟୁ। ସେମିତି ଅନଲାଇନ୍ ଗେମିଂ ଆପ୍‌ରେ ୫ ଲକ୍ଷ ଟଙ୍କା ହରାଇବା ପରେ ରାଜସ୍ଥାନର କୋଟା ଜିଲାରେ ଜୀବନ ହାରିଛନ୍ତି ଦମ୍ପତ୍ତି। କୋଟାର ଖେଡ଼ା ରାମପୁର ଗ୍ରାମସ୍ଥିତ ନିଜ ଘରେ ଦୀପକ ରାଠୋଡ଼ ଏବଂ ତାଙ୍କ ସ୍ତ୍ରୀ କ୍ରୀଷ୍ଣା ରାଠୋଡ଼ ଜୀବନ ହାରିଛନ୍ତି। ଗତକାଲି ରାତ୍ରି ଭୋଜନ କରି ସାରିବା ପରେ ରଶି ଦେଇ ଜୀବନ ହାରିଛନ୍ତି।


ପୋଲିସର ସୂଚନା ଅନୁସାରେ ରବିବାର ରାତିରେ ସେମାନେ ପାଖ ବଜାରରୁ ଲାଇଲେନ୍ ଦଉଡି କିଣିଥିଲେ। ସୋମବାର ସକାଳେ ଦୀପକଙ୍କ ପରିବାର ଲୋକେ ତାଙ୍କ ରୁମ୍‌ର କବାଟ ବାଡ଼େଇବାରୁ ତାଙ୍କ ୫ ବର୍ଷର ଝିଅ କବାଟ ଖୋଲିଥିଲେ। ଏହାପରେ ପରିବାର ଲୋକେ ଉଭୟ ଦୀପକ ଓ ତାଙ୍କ ସ୍ତ୍ରୀଙ୍କୁ ରଶିରେ ଝୁଲୁଥିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡ଼ିଛି ଦୀପକ ଅନଲାଇନ ଗେମରେ ଟଙ୍କା ଲଗାଉଥିଲେ। ନିକଟରେ ସେ ଏଥିରେ ୫ ଲକ୍ଷ ଟଙ୍କା ହାରିଥିଲେ। ଯାହାକୁ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ୪ ରୁ ୫ ଲକ୍ଷ ଟଙ୍କାର ଋଣେ ସେମାନେ ବୁଡି ରହିଥିଲେ। ଉଭୟଙ୍କର ୬ ବର୍ଷ ତଳେ ବିବାହ ହୋଇଥିଲା। ତାଙ୍କର ଗୋଟେ ୫ ବର୍ଷର ଝିଅଟିଏ ରହିଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା କୋଟା ଡିଏସ୍‌ପି କହିଛନ୍ତି।

Couple commits suicide over online game | Argus News