Videos
|
National

କୁମ୍ଭମେଳା ବୁଲା: ସ୍ୱାମୀ,ସ୍ତ୍ରୀଙ୍କ ଅଣ୍ଟାରେ ଦଉଡି ବନ୍ଧା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୁମ୍ଭମେଳା ବୁଲା: ସ୍ୱାମୀ,ସ୍ତ୍ରୀଙ୍କ ଅଣ୍ଟାରେ ଦଉଡି ବନ୍ଧା

ଅର୍ଗସ ବ୍ୟୁରୋ:  ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା । ୧୨ ବର୍ଷରେ ଥରେ ହେଉଥିବା ଏହି ମହାକୁମ୍ଭ ମେଳାରେ ଦେଖିବାକୁ ଜମୁଛି ଲୋକଙ୍କ ଭିଡ । ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ରହିବା ପାଇଁ ବ୍ୟବସ୍ଥା, ଧାର୍ମିକ ଆଲୋଚନା ପାଇଁ ମଞ୍ଚ ଓ ବ୍ୟବସାୟିକ ଅନୁଷ୍ଠାନ ପାଇଁ ନୂତନ ବ୍ୟବସ୍ଥା କରାଯାଇଛି । ଭାରତର ସର୍ବବୃହତ ଧାର୍ମିକ ମହୋତ୍ସବ ହେଉଛି ମହାକୁମ୍ଭ । ଦେଶ ତଥା ବିଦେଶରୁ ଅତିଥୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ୟୁପି ସରକାର ଚଳିତ ଥର ନୂଆ ନୂଆ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।


ଏହାସହ ପ୍ରୟାଗରାଜ କୁମ୍ଭମେଳାରୁ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଖବର ସାମ୍ନାକୁ ଆସୁଛି । ଏବେ ଖୁବ୍ ରୋଚର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସ ଓ ଇନଷ୍ଟାଗ୍ରାମରେ ଭାଇରାଲହେବାରେ ଲାଗିଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଦୁଇଜଣ ଦଉଡ଼ିରେ ବନ୍ଧାବନ୍ଧି ହୋଇ କୁମ୍ଭମେଳା ବୁଲୁଥିବାର ଦେଖିବାକୁ ମିଳିଛି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସେମାନେ ବ୍ୟବସାୟ କରିବାକୁ କୁମ୍ଭମେଳା ଆସିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶାଢ଼ୀ ପିନ୍ଧିଥିବା ମହିଳା ଜଣକ ମୁଣ୍ଡରେ ଗଣ୍ଠିଲି ବୋଝେଇ ଥିବାବେଳେ ସ୍ୱାମୀଙ୍କ ଅଣ୍ଟାରେ ଦଉଡ଼ିରେ ବାନ୍ଧି ନେଉଛନ୍ତି । ସ୍ୱାମୀ ସ୍ତ୍ରୀ କାଳେ ଭିଡରେ ହଜିଯିବେ ସେଥିପାଇଁ ଏଭଳି ପ୍ରୟାସ କରିଛନ୍ତି। ଭିଡିଓ ଦେଖିଲେ ଲାଗୁଛି, ସେମାନେ କୁମ୍ଭମେଳା ଗହଳିରେ ହଜିବା ଡରରେ ହିଁ ଦଉଡ଼ିରେ ବନ୍ଧି ହୋଇ ବୁଲୁଛନ୍ତି । ଭିଡିଓକୁ ଲୋକେ ପସନ୍ଦ କରିବା ସହ ଆଉ କିଛି ନିନ୍ଦା ମଧ୍ୟ କରିଛନ୍ତି । କୁମ୍ଭମେଳାରେ ଚଳିତ ବର୍ଷ କୋଟି କୋଟି ଭକ୍ତ ସାମିଲ ହୋଇଛନ୍ତି। ଏତେ ଭିଡ ହୋଇଛି ଯେ, ଭିଡକୁ ଆୟତ କରିବା ସହଜ ନୁହେଁ। ତଥାପି ଲୋକଙ୍କ ଭିଡ ଜମୁଛି।