Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି କୋର୍ଟରେ ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି କୋର୍ଟରେ ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଅର୍ଗସ ବ୍ୟୁରୋ:  ଆଜି କୋର୍ଟରେ ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)ର ସମନ ଉପରେ ରୋକ୍ ଲଗାଇବା ପାଇଁ ମନା କରିବା ସହ କେଜରିୱାଲଙ୍କ ଏକ ଆବେଦନକୁ ଖାରଜ କରିଛନ୍ତି ।

ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ଛାଡ଼ ଦିଆଯାଉ ଏବଂ ତାଙ୍କ ଓକିଲଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଅନୁମତି ଦିଆଯାଉ ବୋଲି କେଜ୍ରିୱାଲ ରାଉଜ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରିଥିଲେ । କେଜ୍ରିୱାଲଙ୍କ ଏହି ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରିଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
Court directs Kejriwal to appear on March 16 for skipping ED summons | Argus News