Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

National

ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

Ritu Das
Browse all articles by Ritu Das
·1 year ago·1 min read
ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ରୌଜ୍‌ ଏଭିନ୍ୟୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସଜ୍ଜନ କୁମାର ପୂର୍ବରୁ ଦିଲ୍ଲୀ କ୍ୟାଣ୍ଟ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ୧୯୮୪ ନଭେମ୍ବର ୧ ତାରିଖରେ ଦିଲ୍ଲୀର ସରସ୍ବତୀ ବିହାର ଅଞ୍ଚଳରେ ଦୁଇ ଶିଖ ଜସୱନ୍ତ ସିଂ ଏବଂ ତାଙ୍କ ପୁଅ ତରୁଣଦୀପ ସିଂଙ୍କୁ ନିର୍ମମ ହତ୍ୟା ମାମଲାରେ ମଙ୍ଗଳବାର କୋର୍ଟ ତାଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପୂର୍ବରୁ, ସଜ୍ଜନ କୁମାର ଦଣ୍ଡରେ କୋହଳତା ପାଇଁ ଆବେଦନ କରିଥିଲେ।


ସେ ତାଙ୍କ ଯୁକ୍ତିରେ କହିଛନ୍ତି, ଏହି ମାମଲାରେ ମୋତେ ମୃତ୍ୟୁଦଣ୍ଡ ଦେବାର କୌଣସି ଆଧାର ନାହିଁ। ସଜ୍ଜନ କୁମାର କହିଛନ୍ତି, ମୁଁ ୮୦ ବର୍ଷ ବୟସ୍କ। ବୟସ ବୃଦ୍ଧି ଯୋଗୁ ଅନେକ ରୋଗରେ ପୀଡିତ। ମୁଁ ୨୦୧୮ରୁ ଜେଲରେ ଅଛି। ସେବେଠାରୁ ମୁଁ କୌଣସି ଛୁଟି/ପାରୋଲ ପାଇନାହିଁ। ସେ ଆହୁରି କହିଛନ୍ତି, ୧୯୮୪ ଦଙ୍ଗା ପରେ ମୁଁ କୌଣସି ଅପରାଧିକ ମାମଲାରେ ଜଡିତ ନାହିଁ। ଜେଲରେ / ବିଚାର ସମୟରେ ମୋର ଆଚରଣ ସର୍ବଦା ଭଲ , ମୋ ବିରୋଧରେ କୌଣସି ଅଭିଯୋଗ ଆସିନାହିଁ। ତେଣୁ, ମୋର ସୁଧାରର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Court sentences former Congress MP Sajjan Kumar to life imprisonment | Argus News