Videos
|
National

ଦେଶରେ ୧୦୦୦ ରୁ ଅଧିକ ମାମଲା, ଚିହ୍ବଟ କେରଳ ରେ ସର୍ବାଧିକ ୪୩୦

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦେଶରେ ୧୦୦୦ ରୁ ଅଧିକ ମାମଲା, ଚିହ୍ବଟ କେରଳ ରେ ସର୍ବାଧିକ ୪୩୦

Key Points

ବଢୁଛି କୋଭିଡ ମାମଲା
ଦେଶରେ ୧୦୦୦ ରୁ ଅଧିକ ମାମଲା ଚିହ୍ବଟ
କେରଳ ରେ ସର୍ବାଧିକ ୪୩୦
ନୂଆ ଭାରିଆଣ୍ଟ NB.1.8.1 ଏବଂ LF.7 type ର ଭାରିଆଣ୍ଟ ସଂକ୍ରମଣ ମାମଲା ଚିହ୍ବଟ
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ରିପୋର୍ଟ

ଦେଶରେ ତୀବ୍ର ହୋଇଛି କରୋନା ସଂକ୍ରମଣ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, କରୋନା ସଂକ୍ରମିତ ମାମଲା ୧୦୦୯ରେ ପହଞ୍ଚିଛି । ଗତ ସପ୍ତାହରେ ଦେଶରେ ୭୫୦ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି, ଯେଉଁଥିରେ କେରଳରେ ୪୩୦ ଏବଂ ଦିଲ୍ଲୀରେ ୧୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ର ରେ ୨୦୯, ତାମିଲନାଡୁ ୬୯ଏବଂ କର୍ଣ୍ଣାଟକ ୪୬, ପଶ୍ଚିମବଙ୍ଗ ୧୨,ରାଜସ୍ଥାନ ୧୩, ପଡୁଚେରୀ୯, ଆନ୍ଧ୍ରପ୍ରଦେଶ ୪, ସହିତ ଅନ୍ୟ ରାଜ୍ୟରେ ମଧ୍ୟ ନୂତନ ମାମଲା ବୃଦ୍ଧି ଦେଖାଦେଇଛି ।ବିଶେଷ ଭାବରେ କେରଳ, ତାମିଲନାଡୁ, ଦିଲ୍ଲୀ, ମହାରାଷ୍ଟ୍ରରେ ମାମଲା ବଢିବା ପରେ କରେୋନା ସଂକ୍ରମଣ କୁ ନେଇ ଚିନ୍ତା ବଢିଛି।SARS-CoV-2 Genomics Consortium ବା INSACOG ଡାଟା ଅନୁସାରେ, ଭାରତ ରେ କେୋଭିଡ ର ଆଉ ଏକ ନୂଆ ଭାରିଆଣ୍ଟ NB.1.8.1 ରେ ଗୋଟିଏ ଏବଂ ୪ ଟି LF.7 type ର ଭାରିଆଣ୍ଟ ସଂକ୍ରମଣ ମାମଲା ଚିହ୍ବଟ ହୋାଇଛି ।


ଦିଲ୍ଲୀ ସରକାର ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍ପିଟାଲଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ଜ୍ୱର ବା ଶ୍ୱାସକଷ୍ଟ ଭଳି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ ଏବଂ ଜନଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ ସଂକ୍ରମଣ ସଂଖ୍ୟ ବୃଦ୍ଧି ପରେ ଟେଷ୍ଟିଂ ଟ୍ରାକିଂ ଏବଂ ଟୀକାକରଣ ପ୍ରକ୍ରିଆ କୁ ତ୍ବରାନ୍ବିତ କରିବାକୁ ସମସ୍ତ ରାଜ୍ୟ ସରକାର ନିର୍ଦେଶନାମା ଜାରୀ କରିଛନ୍ତି । ବିଶେଷଜ୍ଞମାନେ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ଏବଂ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି।

ଓଡିଶାରେ ବର୍ତମାନ ସୁଦ୍ଧା ଗୋଟିଏ ମାମଲା ଚିହ୍ବଟ ହୋଇଥିବା ବେଳେ ସଂକ୍ରମଣ କୁ ରୋକିବା ପାଇଁ ରାଜ ସରକାର ଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଜାଉଛି। ଅନେକ ରାଜ୍ୟରେ ମାମଲା ବୃଦ୍ଧି ସତ୍ତ୍ୱେ, - ଆସାମ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଏବଂ କାଶ୍ମୀର ସମେତ ଅନେକ ରାଜ୍ୟ ରେ କେୋଭିଡ ର ନୂଆ ଭାରିଆଣ୍ଟ ସଂକ୍ରମଣକୁ ନେଇ କୈାଣସି ରିପୋର୍ଟ ମିଳିନାହିଁ। ତେବେ ବର୍ତ୍ତମାନ ସୁଦ୍ଧା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଭୟ LF.7 ଏବଂ NB.1.8 ଭାରିଆଣ୍ଟ କୁ ମନିଟରିଂ ଅଧୀନରେ ଭାରିଆଣ୍ଟ ଭାବରେ ବର୍ଗୀକୃତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
covid-19-cases-cross-1000-mark-430-active-cases-in-kerala-104-in-delhi-case | Argus News