Videos
|
National

କାୟା ବିସ୍ତାର କରୁଛି କରୋନା, ଓଡିଶାରେ କରୋନା ରୋଗୀ ଚିହ୍ନଟ

Smruti Parija
Browse all articles by Smruti Parija
·1 year ago·1 min read
କାୟା ବିସ୍ତାର କରୁଛି କରୋନା, ଓଡିଶାରେ କରୋନା ରୋଗୀ ଚିହ୍ନଟ

Key Points

କାୟା ବିସ୍ତାର କରୁଛି କରୋନା

ପ୍ରଥମେ ସିଙ୍ଗାପୁର ପରେ ହଂକଂ ତା'ପରେ ଭାରତ ଆଉ ଏବେ ଓଡିଶା

ଓଡିଶାକୁ ଫେରିଲା କୋରୋନା । ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଜଣେ ବୟସ୍କ ବ୍ୟକ୍ତି ହୋଇଥିବା ସୂଚନା ରହିଛି । ଏବେ ସେ ହୋମ କ୍ଵାରେନଣ୍ଟାଇନରେ ଅଛନ୍ତି । କିଛି ଦିନ ପୂର୍ବରୁ ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ ବ୍ୟକ୍ତି ।



ଅନ୍ୟପଟେ ପୁଣି ଥରେ କୋରୋନା ତାର କାୟା ବିସ୍ତାର କରିବା ଆରମ୍ଭ କରିଦେଇଛି । ହଂକଂ ଓ ସିଙ୍ଗାପୁରର କିଛି ସ୍ଥାନରେ ପୁଣି COVID-19 ମାମଲା ଦେଖିବାକୁ ମିଳିଛି । ପୂର୍ବ ଭଳି ପରିସ୍ଥିତି ଉପୁଜି ନାହିଁ ସତ ହେଲେ କୋରାନ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସିଙ୍ଗାପୁରରେ COVID-19 ମାମଲାରେ 28 ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି 30 ପ୍ରତିଶତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଭାରତରେ ଏବେ ସୁଦ୍ଧା ଭାରତରେ ୨୫୭ କୋଭିଡ୍‌ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ, ଏଥିରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

covid-19-resurfaces-in-odisha-first-case-detected-in-bhubaneswar | Argus News