COVID-19: ବିଗିଡିଲାଣି ସ୍ଥିତି, ସତର୍କ ରହିବାକୁ ୫ ରାଜ୍ୟରେ ହାଇଆଲର୍ଟ ! ଓଡ଼ିଶାରେ ସ୍ଥିତି କଣ ରହିଛି ଜାଣନ୍ତୁ...

Key Points
ଉତ୍ତରାଖଣ୍ଡର ଋଷିକେଶରେ କରୋନା ସଂକ୍ରମଣର ଦୁଇଟି ମାମଲା ସାମନାକୁ ଆସିବା ପରେ ପରିସ୍ଥିତି ଉପରେ ନଜର ରଖାଯାଇଛି।
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶନିବାର କୋଭିଡ୍ -୧୯ ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି । କେରଳ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରୁ ଅନେକ ସଂକ୍ରମଣ ମାମଲା ସାମନାକୁ ଆସିଛି | ସେଥିମଧ୍ୟରୁ ଅଧିକାଂଶ ମାମଲା ସାମାନ୍ୟ, ସେମାନଙ୍କୁ ନିଜ ନିଜ ଘରେ ରଖି ଚିକିତ୍ସା କରାଯାଉଛି। ତେବେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଜାଗ ଅଛି ଏବଂ ଏହାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ଉତ୍ତରାଖଣ୍ଡରେ ଦୁଇଟି ମାମଲା ସାମନାକୁ ଆସିଛି
ଉତ୍ତରାଖଣ୍ଡର ଋଷିକେଶରେ କରୋନା ସଂକ୍ରମଣର ଦୁଇଟି ମାମଲା ସାମନାକୁ ଆସିବା ପରେ ପରିସ୍ଥିତି ଉପରେ ନଜର ରଖାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡାକ୍ତର ଆର ରାଜେଶ କୁମାର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ସଂକ୍ରମଣକୁ ନେଇ କୌଣସି ପ୍ରକାର ଭୟ କରିବାର ସ୍ଥିତି ନାହିଁ | ଯେଉଁ ଦୁଇ ଜଣ କୋଭିଡ୍ -୧୯ ରୋଗୀ ଚିହ୍ନଟ ହୋଇଛନ୍ତି ସେମାନେ ଅନ୍ୟ ରାଜ୍ୟରୁ ସଂକ୍ରମିତ ହୋଇ ଆସିଛନ୍ତି। ଡାକ୍ତର କୁମାର ଆହୁରି କହିଛନ୍ତି ଯେ ପରିସ୍ଥିତି ଉପରେ ଏବେ ବି ନଜର ରଖାଯାଇଛି ଏବଂ ସ୍ୱାସ୍ଥ୍ୟ ବିଭାଗକୁ କରୋନା ଭାଇରସ ସଂକ୍ରମଣ ସମ୍ପର୍କରେ ତଦନ୍ତ ପରିସରକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଲର୍ଟ ମୋଡରେ ଦିଲ୍ଲୀ ସରକାର
📱 Get Argus News App
✨
ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର କିଛି ମାମଲା ସାମନାକୁ ଆସିବା ପରେ, ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସତର୍କ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି, ବିଭାଗ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏକ ଆଡଭାଇଜାରି ଜାରି କରିଛି, ଯାହା ଦ୍ଵାରା ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରହିବ | ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ପଙ୍କଜ ସିଂହ କହିଛନ୍ତି ଯେ ଏହା 'ରୁଟିନ ସରଭିଲାନ୍ସ'ର ଏକ ଅଂଶ ଏବଂ ଏହା ବିଷୟରେ ଚିନ୍ତା କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି, ଆମେ ପରିସ୍ଥିତି ଉପରେ ନିରନ୍ତର ଭାବେ ନଜର ରଖିଛୁ ଏବଂ ଯେକୌଣସି ସମ୍ଭାବ୍ୟ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ରାୟପୁରରେ ପ୍ରଥମ ସଂକ୍ରମଣ
ଦେଶରେ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନା। ଛତିଶଗଡ଼ ରାଜଧାନୀ ରାୟପୁରରେ ମଧ୍ୟ କରୋନା ପ୍ରବେଶ କରିଛି। ରାୟପୁରରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାୟପୁରରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାର ଏବଂ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଉକ୍ତ ସଂକ୍ରମିତଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ରୋଗୀଙ୍କୁ NHMMI ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ସିଂଗଲ ୱାର୍ଡରେ ରଖାଯାଇଛି ଏବଂ ଡାକ୍ତରମାନେ ତାଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି।
କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଆଡଭାଇଜରି
କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଏକ ଆଡଭାଇଜରି ଜାରି କରି କହିଛି ଯେ ଗତ 20 ଦିନ ମଧ୍ୟରେ ବେଙ୍ଗାଲୁରୁରେ କୋଭିଡ୍ -19 ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। "ଚଳିତ ବର୍ଷ କର୍ଣ୍ଣାଟକରେ ଏପର୍ଯ୍ୟନ୍ତ 35 ଜଣ କୋଭିଡ-19 ମାମଲା ସାମନାକୁ ଆସିଛି | ଯେଉଁଥିରୁ 32 ଜଣ ବେଙ୍ଗାଲୁରୁର | ତେବେ ଏନେଇ ଡରିବାର ଆବଶ୍ୟକ ନାହିଁ କିମ୍ବା କୌଣସି ଚିନ୍ତାର ବିଷୟ ନାହିଁ | କାରଣ କୌଣସି ଗୁରୁତର ମାମଲା ସାମନାକୁ ଆସିନି | ତେଣୁ ସାଧାରଣ ଜନତାଙ୍କୁ COVID-19 ପ୍ରୋଟୋକଲକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ତେବେ ଓଡ଼ିଶାରେ ସେମିତି କିଛି ବିଶେଷ ରିପୋର୍ଟ୍ ସାମନାକୁ ଆସି ନାହିଁ | ତଥାପି ଆମେ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛୁ | ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବର ସହ ନଜର ରଖିଛନ୍ତି |