Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ଫେରିଲା କୋରୋନା: ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ

National

ପୁଣି ଫେରିଲା କୋରୋନା: ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ

Smruti Parija
Browse all articles by Smruti Parija
·1 year ago·2 min read
ପୁଣି ଫେରିଲା କୋରୋନା: ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ

Key Points

ପୁଣି ଫେରିଲା କୋରୋନା
ଏସିଆ ମହାଦେଶରେ ବ୍ୟାପିବା ପରେ ଭାରତରେ ଏଣ୍ଟ୍ରି

ପୁଣି ଫେରିଛି କୋରୋନା । ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଇବା ପରେ ଏହି ନୂତନ ଲହର ଭାରତରେ ପ୍ରବେଶ କରିସାରିଛି । ସ୍ଥିତି ଉପରେ ନଜର ରଖିଛନ୍ତି ଭାରତ ସରକାର। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସରିଛି । 19 ମଇ 2025 ସୁଦ୍ଧା ଭାରତ ରେ 257 ସକ୍ରିୟ ମାମଲା ରିପୋର୍ଟ ହୋଇଛି । ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରୁ ଜଣେ କ୍ୟାନସରରେ ପୀଡ଼ିତ ଥିବାବେଳେ ଅନ୍ୟ ଜଣଙ୍କର କିଡ୍‌ନୀ ସମସ୍ୟା ଥିଲା । ତେବେ ଭାରତରେ ବରତ୍ମାନ କେୋଭିଡ ସ୍ଥତି ନିଯନ୍ତ୍ରଣ ରେ ଥିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । 


ସରକାରଙ୍କ ଅନୁସାରେ ବର୍ତ୍ତମାନ ସୁଦ୍ଧା ଭାରତରେ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବାବେଳେ ମେ ୧୨ ତାରିଖ ପରଠାରୁ କେରଳରେ ସର୍ବାଧିକ ୬୯ ଜଣ ମାମଲା ରିପୋର୍ଟ ହୋଇଛି । ଏହା ସହିତ ମହାରାଷ୍ଟ୍ରରୁ ୪୪, ତାମିଲନାଡୁରୁ ୩୪, କର୍ଣ୍ଣାଟକରୁ ୮, ଗୁଜରାଟରୁ ୬, ଦିଲ୍ଲୀରୁ ୩, ହରିୟାଣା, ରାଜସ୍ଥାନ ଏବଂ ସିକିମରୁ ଗୋଟିଏ ଲେଖାଏ ମାମଲା ଚିହ୍ନଟ ହୋଇଛି। ଓଡିଶାରେ ଏବେ ପର୍ଯନ୍ତ ସଂକ୍ରମଣ ର ସୂଚନା ମିଳି ନଥିଲେ ମଧଯ ସଂକ୍ରମଣ କୁ ରେୋକି ବା ପାଇଁ ସରକାର ଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି..ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଓଡିଶାରେ ଚି଼ହ୍ନଟ ହେଲେ ଜିନମ ସିକ୍ୟୁଏନସି ପାଇଁ ପଠାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସିଙ୍ଗାପୁରରେ କୋରୋନାର ଯେଉଁ ମାମଲା ଦେଖାଯାଇଛି, ତାହା ଏଲଏଫ.7 ଓ ଏନବି.1 ଭାରିଆଣ୍ଟ ଏବଂ ଏହି ଦୁଇ ଭାରିଆଣ୍ଟ ଜେଏନ୍‌.1 ଭାରିଆଣ୍ଟରୁ ସୃଷ୍ଟି ହୋଇଥିବାର ଡବ୍ଲୁଏଚଓ ପକ୍ଷରୁ ପ୍ରକାଶ ପାଇଛି । ସିଙ୍ଗାପୁରରେ ମେ ୩ ପରେ ପଜିଟିଭ ସଂଖ୍ୟା ୧୪ ହଜାରରୁ ଅଧିକ ଏବଂ ହଂକଂରେ ମାର୍ଚ୍ଚ ସୁଦ୍ଧା ପଜିଟିଭ ସଂଖ୍ୟା ଦୁଇଗୁଣ ହେୋଇଥିବା ସହ କେୋଭିଡ ମୃତ୍ୟୁ ସଂଖ୍ୟା ୩୦ରେ ପହଂଚିଛି । ସେହିପରି ଚୀନରେ କେୋଭିଡ ମାମଲା ଦିନକୁ ଦିନ ବୃଦ୍ଧି ଘଟିଛି । ତେବେ ଭାରତରେ କୋଭିଡର ଏହି ନୂଆ ଭାରିଆଣ୍ଟ ସଂକମଣ ଚିହ୍ନଟ ହୋାଇସାରିଥିଲେ ମଧ୍ୟ ଆଗକୁ ସଂକ୍ରମଣକୁ ରେୋକିବା ପାଇଁ ସରକାରଙ୍କ ତରଫରୁ ବଡ ପ୍ରସ୍ତୁତି ଆରମ୍ଭ ହେୋଇସାରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
covid-returns-to-india-2-victims-reported-dead-in-mumbai | Argus News