Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୁଦ୍ଧ ଟାଳିବା ପାଇଁ ଆଲ୍ଲାଙ୍କ ଶରଣରେ ଭୀରୁ ଆତଙ୍କୀସ୍ତାନ

National

ଯୁଦ୍ଧ ଟାଳିବା ପାଇଁ ଆଲ୍ଲାଙ୍କ ଶରଣରେ ଭୀରୁ ଆତଙ୍କୀସ୍ତାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଯୁଦ୍ଧ ଟାଳିବା ପାଇଁ ଆଲ୍ଲାଙ୍କ ଶରଣରେ ଭୀରୁ ଆତଙ୍କୀସ୍ତାନ

Key Points

ଯୁଦ୍ଧ ଭୟରେ ଥରହର ପାକିସ୍ତାନ
ହମାସ୍ ରାସ୍ତାରେ ପାକ୍ ସରକାର
ଦୈବୀ କୃପା ଉପରେ ପାକ୍ ଡିଫେନ୍ସ ମିନିଷ୍ଟରଙ୍କ ଭରସା
ଯୁଦ୍ଧ ଟାଳିବା ପାଇଁ ଆଲ୍ଲାଙ୍କ ଶରଣରେ ଭୀରୁ ଆତଙ୍କୀସ୍ତାନ
ନିଜ ଦୁର୍ବଳତା ମାନିଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ


ଏଥର ପାକିସ୍ତାନକୁ ବଞ୍ଚାଇ ପାରିବନି ମିଲିଟାରୀ ଫୋର୍ସ...ପହଲଗାମ ପ୍ରତିଶୋଧ ନିଆଁରେ ଜଳୁଛି ଭାରତ । ପ୍ରଥମେ ଭାରତକୁ ଯୁଦ୍ଧ ଆହ୍ବାନ କରି ଏବେ ମୁହଁ ଲୁଚାଇଛନ୍ତି ପାକ୍ ଆର୍ମି ଚିଫ ଅସୀମ ମୁନୀର । ମାତ୍ର ଦୁଇ ଦିନରେ ବଦଳିଛି ପାକ୍ ଡିଫେନସ୍ ମିନିଷ୍ଟର ଖ୍ବାଜା ଆସିଫଙ୍କ ବାହାସ୍ଫୋଟ । ମୁହଁତୋଡ ଜବାବରୁ ଆଲ୍ଲାଙ୍କ ଶରଣରେ ଖ୍ବାଜା ଆସିଫ । ଆନ୍ତର୍ଜାତିକ ଗଣମାଧ୍ୟମରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ଲିଙ୍କ ସ୍ବୀକାର କରିବା ସହ ଭାରତକୁ ଖୋଲା ଧମକ ଦେଉଥିଲେ ପାକ ପ୍ରତିରକ୍ଷା ମନ୍ତ୍ରୀ । ପହଲଗାମ ହାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ କଠୋର ଆଭିମୂଖ୍ୟ, ଭାରତୀୟ ସେନାକୁ ମିଲିଟାରୀ ଅପରେସନ ପାଇଁ ଗ୍ରୀନ ସିଗନାଲ ପରେ ଥରହର ପାକିସ୍ତାନ । ଏବେ ଆତଙ୍କୀଙ୍କ ଆଡ୍ଡାକୁ ସୁରକ୍ଷିତ କରିବା ଚିନ୍ତାରେ ଦିନରାତି ଏକ କରିଛନ୍ତି ପାକିସ୍ତାନ ଆର୍ମି, ନେତା, ମନ୍ତ୍ରୀ । ପାକିସ୍ତାନ ଉପରେ ବଡ଼ ହମଲାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ଭାରତ ...`ହେ ଆଲ୍ଲା- ଟାଳିଦିଅ ଯୁଦ୍ଧ' କାମନା କରୁଛନ୍ତି ପାକ୍ ଡିଫେନସ୍ ମିନିଷ୍ଟର ।

ଭାରତର କୁଟନୈତିକ ଆକ୍ସନରେ ହଜିଛି ପାକିସ୍ତାନର ନିଦ । 24ରୁ 36 ଘଣ୍ଟା ମଧ୍ୟରେ ଭାରତ ପାକ୍ ବିରୋଧରେ ଆରମ୍ଭ କରିବ ମିଲିଟାରୀ ଷ୍ଟ୍ରାଇକ । ରାତିଅଧିଆ ପ୍ରେସ କନଫରେନ୍ସ କରି ଘୋଷଣା କରିଥିଲେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅତାଉହ୍ଲା ତରାର । ଏପଟେ ପାକିସ୍ତାନୀ ସୈନ୍ୟଙ୍କ ଇସ୍ତଫା ବଢ଼ାଉଛି ପିଏମ ଶାହାବାଜ୍ ସରିଫଙ୍କ ଚିନ୍ତା । ଯୁଦ୍ଧ ଉତ୍ତେଜନା ମଧ୍ୟରେ ତରବରିଆ ଭାବେ ଆଇଏସଆଇ ଚିଫ୍ ମହମ୍ମଦ ଅସୀମଙ୍କୁ ନୂଆ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ପାକିସ୍ତାନ ସରକାର । ଭାରତର ମୋଷ୍ଟ ୱାଣ୍ଟେଡ୍ ହାଫିଜ୍ ସୟିଦ୍, ମାସୁଦ୍ ଆଝାରଙ୍କୁ ଲୁଚାଇବାକୁ ନୂଆ ଠିକଣା ଖୋଜୁଛି ଆତଙ୍କୀସ୍ତାନ । ପୁଲୱାମା, ଉରି, ପଠାନକୋଟ ଆଟାକ ପରେ ଟିଜର ଓ ଟ୍ରେଲର ଦେଖି ଛାନିଆ ପାକିସ୍ତାନ ଏବେ ଦେଖିବ ପହଲଗାମ ଫିଲ୍ମ ।

ଏବେ ପାକିସ୍ତାନର ହମାସ ସ୍ଥିତି । ପହଲଗାମରେ ଧର୍ମ ପଚାରି ନୀରିହ ଲୋକଙ୍କୁ ହତ୍ୟା କରିବାର ଭୋଗିବ ପରିଣତି । ଭାରତ ହାତରେ ଅଛି ପ୍ରମାଣ ...ସମୟ, ସ୍ଥାନ ନିରୁପଣ କରଛୁ ସେନା । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆତଙ୍କୀସ୍ତାନକୁ ଜବାବ ଦେବାକୁ ପ୍ରସ୍ତୁତ ଯବାନ । ମିଳିସାରିଛି ପିଏମ ମୋଦିଙ୍କ ଗ୍ରୀନ ସିଗନାଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cowardly-terrorists-resort-to-allah-to-avoid-war | Argus News